www.samajalive.in
Sunday, December 14, 2025
23.1 C
Bhubaneswar

ଦଳୀୟ କର୍ମୀଙ୍କ ସହ ମାଣ୍ଡିପଙ୍କାରେ ଫୁଲବାଣୀ ବିଧାୟକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫୁଲବାଣୀ ନିର୍ବାଚନ ମଣ୍ଡଳୀର ବିଧାୟକ ଉମା ଚରଣ ମଲ୍ଲିକ ବୁଧବାର ଦିନ ମାଣ୍ଡିପଙ୍କାରେ ପହଞ୍ଚି ମୃତକ ପରିବାରକୁ ସାକ୍ଷାତ କରି ସମବେଦନା ଜଣାଇବା ସହ ୧ହଜାର ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ଜଣାପଡ଼ିଛି। ଗତ ୨୯ ତାରିଖ ରେ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳର ମାଣ୍ଡିପଙ୍କା ଗ୍ରାମରେ ଆମ୍ବ ଟାକୁଆ ଜାଉ ଖାଇ ୮ ଜଣ ଗୁରୁତର ହୋଇଥିବା ବେଳେ ୩୧ତାରିଖ ରେ ବ୍ରହ୍ମପୁର ମେଡ଼ିକାଲରେ ଚିକିତ୍ସିତ ଅବସ୍ଥାରେ ଜଣଙ୍କର ମୃତ୍ୟୁ ଘଟିଥିଲା ଓ ୧ତାରିଖରେ ମେଡ଼ିକାଲ ନେବା ବାଟରେ ଆଉ ଜଣଙ୍କ ମୃତ୍ୟୁ ହେଇଥିଲା। ଆଉ ୬ଜଣ ଗୁରୁତରଙ୍କୁ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଚିକିତ୍ସା କରାଯାଉଥିଲା। ସେଥିରୁ ଦୁଇ ଗୁରୁତରଙ୍କୁ ପୁଣି କଟକ ଏସସିବିରେ ଭର୍ତ୍ତି କରାଯାଇ ଥିଲା। ଏକ ସ୍ବତନ୍ତ୍ର ଡାକ୍ତରୀ ଦଳ ସେମାନଙ୍କୁ ଚିକିତ୍ସା କରୁଥିଲେ। ସମସ୍ତ ଚେଷ୍ଟା ପରେ ମଧ୍ୟ ଦୀର୍ଘ ୧୮ଦିନ ଚିକିତ୍ସା ପରେ ସୋମବାର ଦିନ ଜୀତା ମାଝୀଙ୍କ ମୃତ୍ୟୁ ହୋଇଥିଲା। ମଙ୍ଗଳବାର ଦିନ ଶୋକାକୁଳ ପରିବେଶରେ ତାଙ୍କର ଭୁ ସ୍ଥାପନ କରାଯାଇଥିଲା। ଖବର ପାଇ ବୁଧବାର ଦିନ ଫୁଲବାଣୀ ବିଧାୟକ ଶ୍ରୀ ମଲ୍ଲିକ ଦଳୀୟ କର୍ମୀଙ୍କ ସହ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହ ମୃତକ ପରିବାରକୁ ସମବେଦନା ଜଣାଇଛନ୍ତି।

Hot this week

ଛଅଟି ଦେଶରେ ନବକଳେବର ଚଳଚ୍ଚିତ୍ର ପ୍ରଦର୍ଶିତ, ଭାବବିହ୍ୱଳ ଦର୍ଶକ

ନବକଳେବର ୬ଟି ଦେଶ (ଯୁଏସଏ, କାନାଡା, ଦକ୍ଷିଣ ଆଫ୍ରିକା, ଇଣ୍ଡୋନେସିଆ, ଜର୍ମାନୀ...

ଶୀତରେ ଗୋଇଠି ଫାଟୁଛି କି? ୨୦ଟଙ୍କାର ଜିନିଷରେ ସମ୍ପୂର୍ଣ୍ଣ ଭଲ ହୋଇଯିବ

ସମାଜ ଡିଜିଟାଲ ଡେସ୍କ: ଆୟୁର୍ବେଦରେ ପ୍ରତ୍ୟେକ ସମସ୍ୟାର ସମାଧାନ ଅଛି, ଯେଉଁଥିରେ...

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

Related Articles

Popular Categories