www.samajalive.in
Monday, December 15, 2025
24.1 C
Bhubaneswar

ୱାର୍କ ଫ୍ରମ୍ ହୋମ୍‌ର ପ୍ରାଧାନ୍ୟ

ବିଦେଶୀ କମ୍ପାନୀଗୁଡ଼ିକ କିଛି ବର୍ଷ ତ​ଳେ ହିଁ ୱାର୍କ ଫ୍ରମ୍ ହୋମ୍‌ର ସୁବିଧା କର୍ମଚାରୀଙ୍କୁ ଦେଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଗର୍ଭବତୀ ମହିଳାମାନେ ଏହି ମାଧ୍ୟମରେ କାମ କରୁଥିଲେ। ପରବର୍ତ୍ତୀ ସମୟରେ ଅସୁସ୍ଥ ରହିଲେ କିମ୍ବା କୌଣସି ଜରୁରୀ କାମ ପାଇଁ କାର୍ଯ୍ୟାଳୟ ନ ଆସିପାରିଲେ, କର୍ମଚାରୀମାନେ ୱାର୍କ ଫ୍ରମ୍ ହୋମ୍ କରୁଥିଲେ। ଭାରତରେ କିନ୍ତୁ ଏଇ ଲକ୍-ଡାଉନ୍ ସମୟରେ ହିଁ ସଂଖ୍ୟାଧିକ କାର୍ଯ୍ୟାଳୟ ଏହା ମାଧ୍ୟମରେ କର୍ମଚାରୀଙ୍କୁ କାମ କରାଇବା ସହ ଏହାର ଉପଯୋଗିତା ହୃଦୟଙ୍ଗମ କରିପାରିଛି। ଦିଲ୍ଲୀର ଏକ ବିପିଓର ମୁଖ୍ୟ ଅଧିକାରୀଙ୍କ ମତରେ ଆଗାମୀ ଦିନରେ ମଧ୍ୟ ସେମାନେ ଏଇ ଶୈଳୀରେ କର୍ମଚାରୀଙ୍କୁ କାମ କରାଇବାକୁ ଅଧିକ ପ୍ରୋତ୍ସାହିତ କରିବେ। କାରଣ ଏହା ମାଧ୍ୟମରେ କାର୍ଯ୍ୟାଳୟର ବିଦ୍ୟୁତ୍ ବିଲ୍ ଅପେକ୍ଷାକୃତ କମ୍ ଆସିବା ସହ କର୍ମଚାରୀମାନେ ମଧ୍ୟ ଘରେ ରହି ଯଥା ଭାବେ କାମ କରୁଛନ୍ତି। ଅନ୍ୟ ଏକ କମ୍ପାନୀ ମୁଖ୍ୟ କହିଛନ୍ତି ୱାର୍କ ଫ୍ରମ୍ ହୋମ୍‌ ଜରିଆରେ ସେ ମଧ୍ୟ ଉପକୃତ ହୋଇଛନ୍ତି। ପରିସ୍ଥିତି ଠିକ୍ ହେବା ପରେ ତାଙ୍କ କାର୍ଯ୍ୟାଳୟରେ କର୍ମଚାରୀମାନେ ସେମାନଙ୍କ କୋଡ୍‌ ଅନୁସାରେ ଯୁଗ୍ମ-ଅଯୁଗ୍ମ ସଂଖ୍ୟାରେ କାମ କରିବେ। କାର୍ଯ୍ୟାଳୟରେ ବସି କାମ କରିବା ସମୟରେ କର୍ମଚାରୀମାନେ ଅଧିକାଂଶ ସମୟ ଗପସପରେ ମାତିଯାନ୍ତି। ୱାର୍କ ଫ୍ରମ୍ ହୋମ୍‌ ଜରିଆରେ ଭିଡିଓ କନଫରେନସିଂ ସମୟରେ ପରସ୍ପର ମଧ୍ୟରେ ଥଟ୍ଟା ହେବା ସହ କାମର ଗୁରୁତ୍ବକୁ ମଧ୍ୟ କର୍ମଚାରୀ ବୁଝୁଥିବାର ଚେନ୍ନଇର ଜନୈକ ଟିମ୍ ଲିଡର୍ କହିଛନ୍ତି।

Hot this week

ମାଲକାନଗିରିରେ ସ୍ଵାଭାବିକ ହେଲା ଇଣ୍ଟରନେଟ୍

ମାଲକାନଗିରି: ମାଲକାନଗିରିରେ ହିଂସାର ୮ ଦିନ ପରେ ସ୍ଵାଭାବିକ ହେଲା...

ବୈଜୟନ୍ତ ପଣ୍ଡାଙ୍କୁ ଆସାମ ନିର୍ବାଚନ ଦାୟିତ୍ଵ

ସମାଜ ଲାଇଭ ଡ଼େସ୍କ : କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ପୁଣି...

କେନାଲ ଖୋଳକୁ ନେଇ ଉତ୍ତେଜନା: ପୁଲିସ ସହ ଧସ୍ତାଧସ୍ତି

ବ୍ରହ୍ମଗିରି: ବ୍ରହ୍ମଗିରି ହରିଦାସ ଗାଁରେ କେନାଲ ଖୋଳାକୁ ନେଇ ପ୍ରବଳ ଉତ୍ତେଜନା...

ନିଷ୍ପତ୍ତି ଉପରେ ଆଉ ଥରେ ବିଚାର କରିବା ଉଚିତ- ନରସିଂହ ମିଶ୍ର

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ ବହିଷ୍କୃତ...

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

Related Articles

Popular Categories