www.samajalive.in
Sunday, December 7, 2025
23.1 C
Bhubaneswar

୭ ଶ୍ରମିକ ସ୍ପେଶାଲ ଟ୍ରେନ୍ ଆଜି ଫେରିଲେ ୭ ହଜାର ପ୍ରବାସୀ; କାଲି ଆସିବ ଆଉ ୫ ସ୍ବତନ୍ତ୍ର ଟ୍ରେନ୍

ଭୁବନେଶ୍ବର : ଗୁରୁବାର ୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍‌ ରାଜ୍ୟର ବିଭିନ୍ନ ରେଳଷ୍ଟେସନ୍‌ରେ ପହଞ୍ଚିଛି। ଆଜି ସୁଦ୍ଧା ୩୭ଟି ଶ୍ରମିକ ସ୍ପେଶାଲ ଟ୍ରେନ୍ ପ୍ରବାସୀ ଶ୍ରମିକଙ୍କୁ ନେଇ ପହଞ୍ଚିଛି।

ଆଜି କେବଳ ବାଲେଶ୍ବରରେ ପହଞ୍ଚିଛି ୪ଟି ଟ୍ରେନ୍

- Advertisement -

ପୂର୍ବତଟ ରେଳପଥ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସୁରତରୁ ଆସିଥିବା ଦୁଇଟି ଟ୍ରେନ୍ ମଧ୍ୟରୁ ଆଜି ଗୋଟିଏ ଖୋର୍ଦ୍ଧାରୋଡ଼ ଏବଂ ଅନ୍ୟଟି ବାଲେଶ୍ବରରେ ପହଞ୍ଚିଛି। ସେହିପରି ଗୁଜରାଟର ମୋରବିରୁ ଦୁଇଟି ଟ୍ରେନ୍‌ ବାଲେଶ୍ବର, ଆନ୍ଧ୍ର ପ୍ରଦେଶର ଚିତ୍ତୋରରୁ ଗୋଟିଏ ଟ୍ରେନ୍ ଭଦ୍ରକ, ତାମିଲନାଡ଼ୁର ତିରିପୁରରୁ ଗୋଟିଏ ଟ୍ରେନ୍ ବାଲେଶ୍ବର, ଆନ୍ଧ୍ର ପ୍ରଦେଶର ନାମ୍ବୁରୁରୁ ଗୋଟିଏ ଟ୍ରେନ୍ ବାଲେଶ୍ବର ରେଳ ଷ୍ଟେସନ୍‌ରେ ପହଞ୍ଚିଛି।

କାଲି ବାଲେଶ୍ବରରେ ପହଞ୍ଚିବ ଆଉ ୨ ଟ୍ରେନ୍ 

ସେହିପରି ଆଜି ଆଉ ୫ଟି ଟ୍ରେନ୍‌ ବିଭିନ୍ନ ରାଜ୍ୟରୁ ଓଡ଼ିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଏଥିରୁ ଗୋଟିଏ କୋଏମ୍ବାଟୁରରୁ ଭଦ୍ରକ, ଦୁଇଟି ଟ୍ରେନ୍‌ ସୁରତରୁ ଜଗନ୍ନାଥପୁର, ଗୋଟିଏ ଟ୍ରେନ୍ ମୋରବିରୁ ବାଲେଶ୍ବର ଏବଂ ଗୋଟିଏ ଟ୍ରେନ୍ ତେଲଙ୍ଗାନାର ବିବିନଗରରୁ ବାଲେଶ୍ବର ଅଭିମୁଖେ ଯାତ୍ରା ଆରମ୍ଭ କରିଥିବା ଜଣାପଡ଼ିଛି। ଆସନ୍ତାକାଲି ସୁଦ୍ଧା ସମସ୍ତ ଟ୍ରେନ୍‌ ଗନ୍ତବ୍ୟସ୍ଥଳରେ ପହଞ୍ଚିବ। ଏତେ ସଂଖ୍ୟକ ଟ୍ରେନ୍ ଆସିବା ସତ୍ତ୍ବେ ଦେଶର ବିଭିନ୍ନ ରାଜ୍ୟରେ ଲକ୍ଷାଧିକ ଓଡ଼ିଆ ଏବେବି ଅଟକି  ରହିଛନ୍ତି। ଭିଡ଼ିଓ ବାର୍ତ୍ତା ଜାରି କରି ସେମାନେ ଉଦ୍ଧାର ପାଇଁ ରାଜ୍ୟ ସରକାରଙ୍କୁ ଗୁହାରି କରୁଛନ୍ତି । ଗତକାଲି ଘରକୁ ଫେରି ନପାରି ହରିୟାନାରେ ଥିବା କେନ୍ଦ୍ରାପଡ଼ା ଜିଲାର ଜଣେ ଯୁବକ ଆତ୍ମହତ୍ୟା କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories