ନୂଆଦିଲ୍ଲୀ : ‘ପିଏମ୍ କେୟାର୍ସ’ ପାଣ୍ଠିକୁ ନେଇ ବିବାଦ ଓ ବିତର୍କ ଚାଲିଥିବାବେଳେ ଏହି ପାଣ୍ଠିରୁ ୩୧୦୦କୋଟି ଟଙ୍କା ଭେଣ୍ଟିଲେଟର କିଣା ଓ ପ୍ରବାସୀ ଶ୍ରମିକଙ୍କ ସହାୟତା ପାଇଁ ବ୍ୟୟ କରାଯାଇଥିବା ସରକାର ସୂଚନା ଦେଇଛନ୍ତି। ମାର୍ଚ୍ଚ ୨୭ରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ଏହି ପାଣ୍ଠି ଗଠନ କରାଯାଇଥିଲା। କରୋନା ମୁକାବିଲା ପାଇଁ ଏହା ଅଭିପ୍ରେତ ବୋଲି ସରକାରୀ ଭାବେ କୁହାଯାଇଥିଲା। ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠି ଥିବାବେଳେ ଏଭଳି ପାଣ୍ଠି ଗଠନର ବୈଧତା ଓ ସ୍ବଚ୍ଛତାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି। ଏହା ସତ୍ତ୍ବେ ଶିଳ୍ପପତି ଓ ବ୍ୟବସାୟୀମାନେ ଏହି ପାଣ୍ଠିକୁ ବିପୁଳ ଅର୍ଥ ଦାନ କରିଛନ୍ତି। ନବଗଠିତ ପାଣ୍ଠିକୁ କେତେ ଦାନ ମିଳିଳାଣି ତାହା ସ୍ପଷ୍ଟ ହୋଇ ନ ଥିଲେ ମଧ୍ୟ ବୁଧବାର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏକ ବିବୃତି ଜାରି କରାଯାଇଛି ଯେ ଡାକ୍ତରଖାନା ପାଇଁ ଭେଣ୍ଟିଲେଟର କିଣିବାକୁ ୨ହଜାର କୋଟି ଟଙ୍କା ଉକ୍ତ ପାଣ୍ଠିରୁ ପ୍ରଦାନ କରାଯାଇଛି।
ସେହିଭଳି ପ୍ରବାସୀ ଶ୍ରମିକଙ୍କ ପାଇଁ ୧ ହଜାର କୋଟି ଓ କରୋନା ଟିକା ପ୍ରସ୍ତୁତି କାର୍ଯ୍ୟକ୍ରମ ପାଇଁ ୧୦୦କୋଟି ଟଙ୍କା ଦିଆଯାଇଛି। ‘ମେକ୍ ଇନ୍ ଇଣ୍ଡିଆ’ ଭେଣ୍ଟିଲେଟର ପ୍ରସ୍ତୁତି ଓ ପ୍ରତି ରାଜ୍ୟରେ କରୋନା ହସ୍ପିଟାଲ ନିର୍ମାଣ ପାଇଁ ୫୦ହଜାର କୋଟି ଟଙ୍କା ବ୍ୟୟବରାଦ ହୋଇଥିବା କୁହାଯାଇଛି। ଶ୍ରମିକଙ୍କ ପାଇଁ ଦିଆଯାଇଥିବା ଅର୍ଥରେ ସେମାନଙ୍କ ଖାଦ୍ୟ, ଆଶ୍ରୟ, ଚିକିତ୍ସା ଆଦି ବ୍ୟବସ୍ଥା କରାଯାଉଛି।
ପିଏମ୍ କେୟାର୍ସରୁ ଦିଆଯାଇଛି ୩୧୦୦କୋଟି
Popular Categories



