www.samajalive.in
Sunday, December 7, 2025
26.1 C
Bhubaneswar

କରୋନା ମୁକାବିଲା ପାଇଁ ବିଧାୟକଙ୍କ ହାତପାଣ୍ଠିରୁ ୫୦ଲକ୍ଷ ଟଙ୍କା ମଞ୍ଜୁର ପ୍ରସ୍ତାବ

ବଡ଼ସାହି : ମହାମାରୀ କୋରନା ଭୂତାଣୁ କୋଭିଡ଼-୧୯ ସଂକ୍ରମଣ ମୁକାବିଲା ପାଇଁ ମଙ୍ଗଳବାର ବଡ଼ସାହି ବିଧାୟକ ସନାତନ ବିଜୁଳି ୫୦ଲକ୍ଷ ଟଙ୍କା ସହାୟତା ମଞ୍ଜୁର ପାଇଁ ମୟୁରଭଞ୍ଜ ଜିଲାପାଳ ବିନୀତ ଭରଦ୍ୱାଜଙ୍କୁ ଭେଟି ଲିଖିତ ପ୍ରସ୍ତାବ ପତ୍ର ପ୍ରଦାନ କରିଛନ୍ତି। ୨୦୨୦-୨୧ ଆର୍ଥିକ ବର୍ଷର ନିଜ ହାତ ପାଣ୍ଠିରୁ ୫୦ଲକ୍ଷ ଟଙ୍କା ପ୍ରଦାନ ପାଇଁ ସେ ପ୍ରସ୍ତାବ ଜଣାଇଛନ୍ତି। ନିଜ ନିର୍ବାଚନ ମଣ୍ଡଳୀର ବଡ଼ସାହି ଓ ବେତନଟୀ ବ୍ଲକର ସମସ୍ତ ଟିଏମସି କେନ୍ଦ୍ରରେ ଆଲୋକ ଓ ବିଶୁଦ୍ଧ ପାନୀୟ ଜଳ ପାଇଁ ଖର୍ଚ୍ଚ ହେବ ବୋଲି ବିଧାୟକ ଉଲ୍ଲେଖ କରିଛନ୍ତି। ସରକାରଙ୍କ ତାଲାବନ୍ଦ ୫୦ଦିନରେ ପହଞ୍ଚିଥିବା ବେଳେ ବର୍ତ୍ତମାନ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡ଼ା ଆରମ୍ଭ ହୋଇଛି। ଗତ ୪/୫ଦିନ ପୂର୍ବେ ବିଧାୟକ ୪୫ଟି ପଞ୍ଚାୟତର ଟିଏମସି କେନ୍ଦ୍ର ପରିଦର୍ଶନ କରି ସ୍ଥିତି ସମୀକ୍ଷା କରିଥିଲେ। ଏହି କେନ୍ଦ୍ର ମାନଙ୍କରେ ୩୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏଲଇଡ଼ି ହାଇମାକ୍ସ ଲାଇଟ ଓ ୨୦ଲକ୍ଷ ଟଙ୍କାରେ ଶୀତଳ ବିଶୁଦ୍ଧ ପାନୀୟ ଜଳ ପ୍ରଦାନ ରେଫ୍ରିଜେଟର ସ୍ଥାପନ ଯୋଜନା ଓ ବିଭାଗ ଦ୍ୱାରା ସରକାରଙ୍କ ଗାଇଡ଼ ଲାଇନରେ ଲଗାଯିବା ନେଇ ସେ ଉଲ୍ଲେଖ କରଛନ୍ତି।

ପ୍ରକାଶ ଥାଉ କି, ମାର୍ଚ୍ଚ ୨୫ତାରିଖରେ ବିଧାୟକ ଶ୍ରୀ ବିଜୁଳି ମୟୂରଭଞ୍ଜ ଜିଲାପାଳଙ୍କୁ ନିଜ ହାତପାଣ୍ଠିରୁ ୫ଲକ୍ଷ ଟଙ୍କା ପ୍ରଦାନ ପ୍ରସ୍ତାବ ଦେଇଥିଲେ। ଉଭୟ ବଡ଼ସାହି ଓ ବେତନଟୀ ବ୍ଲକ ପାଇଁ ୨.୫ଲକ୍ଷ ଟଙ୍କା ଲେଖାଏଁ ଖର୍ଚ୍ଚ କରାଯିବା ନେଇ ସେ ଉଲ୍ଲେଖ କରିଥିଲେ। ବଡ଼ସାହି ସିଏଚସି ସହିତ ମାଣତ୍ରୀ, ଦେଉଳିଆ ଓ ଶାକୁଆ ପିଏଚ୍‍ସି ଏବଂ ବେତନଟୀ ସିଏଚ୍‍ସି ସହିତ ବୈଶିଙ୍ଗା, ନଡ଼ପୁର, ଯୁଗୋଳ ଓ ପିଞ୍ଛାବଣିଆ ପିଏଚ୍‍ସିର ରୋଗୀକଲ୍ୟାଣ ସମିତି ଆନୁକୂଲ୍ୟରେ ସରକାରଙ୍କ ଗାଇଡ଼ ଲାଇନ ଅନୁଯାୟୀ ହାତଫାଣ୍ଠି ଅର୍ଥ କୋଭିଡ଼-୧୯ ମୁକାବିଲା ପାଇଁ ପ୍ରଦାନ କରାଯିବ ଓ ରୋଗୀକଲ୍ୟାଣ ସମିତି ଆନୁକୂଲ୍ୟରେ ଏହି ସହାୟତା ରାଶି ଡ଼ାକ୍ତରଖାନାର ଆବଶ୍ୟକତା ଅନୁଯାୟୀ ବିନିଯୋଗ ହେବ କହିଥିଲେ। ପରନ୍ତୁ ଜିଲା ଯୋଜନା ଓ ଅଧିକାରୀ ପଦବୀ ଖାଲି ପାଇଁ ବାଲେଶ୍ୱର ଅଧିକାରୀ ଦୈତ୍ୟ ଦାୟିତ୍ୱରେ ଥିବାରୁ ମାସକ ପରେ ଅର୍ଥ ମଞ୍ଜୁର ହୋଇଥିଲେ ହେଁ ଡ଼ାକ୍ତରଖାନା ଗୁଡ଼ିକୁ ଅର୍ଥ ମଞ୍ଜୁର ହୋଇ ନଥିବାରୁ ବିଧାୟକ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଜିଲାପାଳ ଖୁବଶୀଘ୍ର ସେଥିପ୍ରତି ଦୃଷ୍ଟି ଦେବେ ବୋଲି ପ୍ରତିଶୃତି ଦେଇଛନ୍ତି ବୋଲି ବିଧାୟକ କହିଛନ୍ତି। ରାଜ୍ୟ ଭିତରୁ ଆସୁଥିବା ଫେରନ୍ତାଙ୍କୁ ସଙ୍ଗରୋଧ କେନ୍ଦ୍ରରେ ରଖାଯାଉ ନଥିବା କଥା ମଧ୍ୟ ସେ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାଦନ ଖଟିବାକୁ ଯାଉଥିବା ଶ୍ରମିକର ଘରେ ଏକାଧିକ କୋଠରୀ ନଥିବା ବେଳେ ଗୃହ ସଙ୍ଗରୋଧରେ ସେମାନେ କିପରି ରହିବେ ବୋଲି ପ୍ରଶ୍ନ କରିଥିଲେ। ତୁରନ୍ତ ସେମାନଙ୍କ ପାଇଁ ବିକଳ୍ପ ବ୍ୟବସ୍ଥା ପାଇଁ ବିଧାୟକ ଜିଲାପାଳଙ୍କୁ କହିଛନ୍ତି।

Hot this week

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

Related Articles

Popular Categories