www.samajalive.in
Wednesday, December 10, 2025
15.1 C
Bhubaneswar

୧.୪ଲକ୍ଷ ଆରୋଗ୍ୟ ସେତୁ ବ୍ୟବହାରକାରୀ କରୋନା ସଂକ୍ରମିତ ଆଶଙ୍କା

ନୂଆଦିଲ୍ଲୀ : ଦେଶର ୧ଲକ୍ଷ ୪୦ ହଜାର ଆରୋଗ୍ୟ ସେତୁ ବ୍ୟବହାରକାରୀ କରୋନା ଭୂତାଣୁ ସଂକ୍ରମିତ ହୋଇଥିବା ଆଶଙ୍କା ପ୍ରକାଶ ପାଇଛି। କରୋନା ଭୂତାଣୁକୁ ଟ୍ରାକ କରିବା ଲାଗି କେନ୍ଦ୍ର ସରକାର ଆରୋଗ୍ୟ ସେତୁ ଆପ୍ ପ୍ରସ୍ତୁତ କରିଛନ୍ତି। ଏହି ଆପ୍‌କୁ ଡାଉନଲୋଡ କରିବା ଲାଗି ସରକାର ସମସ୍ତଙ୍କୁ ନିବେଦନ କରୁଛନ୍ତି। କେତେକ କ୍ଷେତ୍ରରେ ଏହି ଆପ୍‌ ଡାଉନଲୋଡ କରିବା ଲାଗି ବାଧ୍ୟତାମୂଳକ କରାଯାଇଛି। ରେଳଯାତ୍ରୀ, ବିମାନଯାତ୍ରୀ ଓ ସରକାରୀ କର୍ମଚାରୀଙ୍କୁ ଏହି ଆପ୍ ଡାଉନଲୋଡ କରିବା ବାଧ୍ୟତାମୂଳକ। ଏହି ଆପ୍‌ ଡାଉନଲୋଡ କରୁଥିବା ବ୍ୟକ୍ତିଙ୍କୁ ଆବଶ୍ୟକ ବ୍ୟକ୍ତିଗତ ତଥ୍ୟ ଦେବାକୁ ପଡିଥାଏ। ଯେପରିକି ଜ୍ବର, କାଶ, ଛିଙ୍କ, ବିଦେଶ ଗସ୍ତ, ବିମାନ ଯାତ୍ରା, ରେଳଯାତ୍ରା ଆଦିର ତଥ୍ୟ ଦେବାକୁ ପଡିଥାଏ। ତଥ୍ୟ ଆଧାରରେ ବ୍ୟକ୍ତିଙ୍କ ସଂକ୍ରମଣ ଆଶଙ୍କା ଜଣାପଡିଥାଏ। ଏହି ଆପ୍‌ ଡାଉନଲୋଡ କରିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୧.୪ଲକ୍ଷ ପାଖରେ କରୋନା ସଂକ୍ରମଣର ଆଶଙ୍କା ରହିଛି। ତେଣୁ ଆଗାମୀ ଦିନରେ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟାରେ ବଡ ଧରଣର ବୃଦ୍ଧି ହୋଇପାରେ। ଦେଶରେ ୯.୮ କୋଟି ସ୍ମାର୍ଟ ଫୋନରେ ଅଦ୍ୟାବଧି ଆରୋଗ୍ୟ ସେତୁ ଡାଉନ ଲୋଡ ହୋଇଛି। ସେଥିମଧ୍ୟରୁ ମାତ୍ର ୧୩ ହଜାର ଏହାକୁ ସେଭ କରିଥିବାବେଳେ ଏହା ୧୮୦ ଦିନ ପର୍ଯ୍ୟନ୍ତ ବଳମତ୍ତର ରହିବ ବୋଲି ସରକାରୀଭାବେ କୁହାଯାଇଛି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories