www.samajalive.in
Monday, December 15, 2025
27.1 C
Bhubaneswar

ବହଳିଆ ଡାଲିକୁ ଚିକେନ, ୨୧ ଦିନ କଣ ୩୦ ଦିନ କହିଲେ ବି ରହିବୁ

ସମାଜ ପୋର୍ଟାଲ ଡେସ୍କ: “ବ୍ଲକର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬୦ ଜଣ କ୍ୱାରେଣ୍ଟିନରେ ଅଛୁ, ଏଠି ଦେଖ ଚିକେନ ଦେଉଛନ୍ତି, ଡାଲି ପୁରା ବହଳିଆ ଡାଲି ହାତରେ ପୋଷ କଲେ ପୋଷେ ହେବ, ସରକାର କହୁଛନ୍ତି ୨୧ ଦିନ, ୨୧ ଦିନ କଣ ୩୦ ଦିନ କହିଲେ ବି ଆମେ ରହିବୁ”, ଏକଥା ଆମେ କହୁନୁ। ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଲକ୍‌ରେ ଏକ ପ୍ରାଥମିକ ବିଦ୍ୟାଳୟରେ ହୋଇଥିବା କ୍ୱାରେଣ୍ଟିନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀ ଏକଥା କହୁଛନ୍ତି। ଗଂଜାମ ଜିଲ୍ଲାପାଳଙ୍କ ପକ୍ଷରୁ ଟ୍ୱିଟ କରାଯାଇଥିବା ଭିଡିଓରୁ ଅନ୍ତେବାସୀ ଜଣକ ଜିଲ୍ଲା ପ୍ରଶାସନର ଏଭଳି ବ୍ୟବସ୍ଥାକୁ ନେଇ ଖୁସି ବ୍ୟକ୍ତ କରିବା ସହ ଖୁବ୍‌ ପ୍ରଶଂସା କରିଛନ୍ତି। ଦେଖନ୍ତୁ ଭିଡିଓ…

- Advertisement -

ତେବେ କିଛି ଦିନ ତଳେ ରାଜ୍ୟର ଏକ କ୍ୱାରେଣ୍ଟିନ କେନ୍ଦ୍ରରେ କିଛି ଅନ୍ତେବାସୀ ଖାଦ୍ୟ ଫୋଡି ଦେବା ସହ ସେହି କେନ୍ଦ୍ର ଛାଡି ଚାଲି ଯାଇଥିଲେ ଓ ସେମାନଙ୍କୁ ନିମ୍ନ ମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରିଥିଲେ। ପରେ ରାଜ୍ୟ ସରକାର କ୍ୱାରେଣ୍ଟିନ କେନ୍ଦ୍ରରେ ରହୁଥିବା ଅନ୍ତେବାସୀଙ୍କ ଖାଦ୍ୟ ପାଇଁ ଦୈନିକ ୧୨୦ ଟଙ୍କା ବ୍ୟୟ ବରାଦ କରିଥିଲେ। ଭଲ ଖାଦ୍ୟ ଦିଆଗଲେ ସେମାନେ କ୍ୱାରେଣ୍ଟିନ କେନ୍ଦ୍ର ଛାଡି ଯିବେ ନାହିଁ ଓ ଏହା ଅନ୍ୟମାନଙ୍କୁ ଏହି କେନ୍ଦ୍ରଗୁଡିକରେ ରହିବାକୁ ପ୍ରେରଣା ଯୋଗାଇବ ବୋଲ ବିଶ୍ୱାସ କରାଯାଉଛି।

Hot this week

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

Related Articles

Popular Categories