www.samajalive.in
Saturday, December 13, 2025
23.1 C
Bhubaneswar

ସରିଲା ୩୯ତୁମ୍ବ ୩ ଅଖ ନିର୍ମାଣ

ପୁରୀ : ଶେଷହୋଇଛି ୩୯ ତୁମ୍ବ ନିର୍ମାଣ। ତିନୋଟି ଅଖ ନିର୍ମାଣ ସରିଛି। ୧୦ଟି ତୁମ୍ବରେ ବିନ୍ଧ କରାଯାଇଛି। ସୋମବାର କୋରାମୁଣ୍ଡା ତିଆରି ଆରମ୍ଭ ହୋଇଛି। ତିନୋଟି ତୁମ୍ବରେ ଗୋଟିଏ ଲେଖାଏ ଅର ସଂଯୋଗ କରାଯାଇଛି। ରଥ ନିର୍ମାଣରେ ସୋମବାର ଅଧିକ ମହାରଣା ଯୋଗ ଦେଇଛନ୍ତି। ନୀଳାଦ୍ରି ଭକ୍ତନିବାସରେ ୫୫ମହାରଣା ଏବଂ ନୀଳାଚଳ ଭକ୍ତନିବାସରେ ୫୦ ଭୋଇ ସେବକ ରାତ୍ରିଯାପନ କରିଛନ୍ତି। ସେଠାରେ ସେମାନଙ୍କୁ କୋଠରି ଏବଂ ଖାଦ୍ୟ ଯୋଗାଇ ଦିଆଯାଇଛି। ପୁଣିଥରେ ସବୁ ମହାରଣା, ଭୋଇ, କମାର ଏବଂ ରୂପକାରଙ୍କ ଥର୍ମାଲ ପରୀକ୍ଷା କରାଯାଇଛି। ବିନ୍ଧ ସରିଥିବା ତୁମ୍ବ ଗୁଡିକରେ ମଙ୍ଗଳବାର ପହି ଲଗାଯିବ। ଏଥିପାଇଁ ଯନ୍ତାଗାଡ ପ୍ରସ୍ତୁତ କରାଯାଇଛି। ରଥ ନିର୍ମାଣ କାର୍ଯ୍ୟରେ ଅଗ୍ରଗତି ହୋଇଥିବା ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଭଉଁରୀ ତିଥିରେ ତିନିରଥର ତିନୋଟି ଅଖରେ ୬ଟି ଚକ ଡେରାଯିବା ବିଧି ରହିଛି। ତେଣୁ ବୁଧବାର ସନ୍ଧ୍ୟାସୁଦ୍ଧା ୬ଟି ଚକ ନିର୍ମାଣ ଶେଷ କରିବାକୁ ମହାରଣାମାନେ ଉଦ୍ୟମ ଚଳାଇଛନ୍ତି। ସକାଳ ୮ଟାରୁ ରାତି ୧୧ ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ କରାଯାଉଛି। କେତେକ ପରିଚାଳନା କମିଟି ସଭ୍ୟ ଏବଂ ମନ୍ଦିର ପ୍ରଶାସନ ଅଧିକାରୀ ସୋମବାର ରଥଖଳାକୁ ଯାଇ ନିର୍ମାଣ କାର୍ଯ୍ୟ ତଦାରଖ କରିଛନ୍ତି। ତିନିରଥ ପାଇଁ ୪୨ଗୋଟି ଚକ ଆବଶ୍ୟକ ରହିଛି। ତୁମ୍ବରେ ଅର ଏବଂ ପହି ଲଗାଯାଇ ଚକ ନିର୍ମାଣ କରାଯିବ। ଶ୍ରୀନଅର ସମ୍ମୁଖ ରଥଖଳାରେ ତୁମ୍ବ ନିର୍ମାଣ କରାଯାଉଥିବା ବେଳେ କଟକ ନିକଟସ୍ଥ ଖପୁରିଆ କରତକଳରେ ଅର ଏବଂ ପହି ପ୍ରସ୍ତୁତ ହୋଇଛି। ରୂପକାର ସେବକମାନେ ଗୁଜର ନୃସିଂହମୂର୍ତ୍ତି ଖୋଦେଇ କରୁଛନ୍ତି। ଏହା ସେମାନଙ୍କ ପାରମ୍ପରିକ ସେବା। ଅସ୍ଥାୟୀ କମାରଶାଳରେ ରଥ ନିର୍ମାଣ ନିମନ୍ତେ ପ୍ରାୟ ୧୦୦ପ୍ରକାର କଣ୍ଟାକବ୍‌ଜା ପ୍ରସ୍ତୁତ କରାଯାଉଛି। ତୁମ୍ବ ଫାଟିବା ରୋକିବା ପାଇଁ ବଳା ତଥା ପନ୍ଦାରି ଲଗାଯିବ। ଭୋଇସେବକମାନେ ରଥଖଳାରେ କାଠ ଯୋଗାଉଥିବା ବେଳେ ମହାରଣା ନିର୍ମାଣ କାର୍ଯ୍ୟ ଚଳାଇଛନ୍ତି। ରଥଖଳା ନିକଟ ଅଞ୍ଚଳକୁ ‘ନୋ-ଏଣ୍ଟ୍ରି ଜୋନ୍‌’ ଘୋଷଣା କରାଯାଇଛି। ମଜୁରୀ ଦୁଇଗୁଣ ବୃଦ୍ଧି ପାଇଥିବାରୁ ମହାରଣାଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଚଳିତବର୍ଷ ରଥ ନିର୍ମାଣ କାର୍ଯ୍ୟ ୧୨ଦିନ ବିଳମ୍ବରେ ଆରମ୍ଭ ହୋଇଥିଲେ ମଧ୍ୟ କାର୍ଯ୍ୟରେ ଅଗ୍ରଗତି ହୋଇଛି। ୧୫ତାରିଖ ଭଉଁରୀତିଥି ପୂର୍ବରୁ ୬ଟି ଚକ ନିର୍ମାଣ ଶେଷହେବା ସହ ଅଖରେ ଚକ ଡେରାଯିବ ବୋଲି ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ମୁଖ୍ୟ ମହାରଣା କୃଷ୍ଣଚନ୍ଦ୍ର ମହାରଣା ପ୍ରକାଶ କରିଛନ୍ତି।

Hot this week

ସମ୍ପାଦକୀୟ : ନାଇଡୁଙ୍କ ପରଖ

ବେଗ ଅପେକ୍ଷା ଗୁଣବତ୍ତା ଅଧିକ ଜରୁରୀ ସାଧାରଣତଃ ସରକାର କିପରି ଚାଲିଛି, ମନ୍ତ୍ରୀମାନେ...

ଲକ୍ଷ୍ମୀଙ୍କ କୃପାରୁ ବିଛା ରାଶିରେ ହେବ ପ୍ରଚୁର ଧନ ବର୍ଷା; ନୂତନ ବର୍ଷରେ ବଦଳିବ ଭାଗ୍ୟ, ସତର୍କ ରୁହନ୍ତୁ

ସମାଜ ଡିଜିଟାଲ ଡେସ୍କ: ଦ୍ରିକ୍‌ ପଞ୍ଚାଙ୍ଗ ଅନୁସାରେ ୨୦୨୬ରେ ମଙ୍ଗଳ ବିଛା...

ସମ୍ପାଦକୀୟ : ରାତ୍ରି ଆଶ୍ରୟସ୍ଥଳୀ

ଏକ ମୌଳିକ ଆବଶ୍ୟକତା ଚଳିତ ବର୍ଷର ହାଡ଼ଭଙ୍ଗା ଶୀତ ପୁଣି ଥରେ ଓଡ଼ିଶାର...

ନବମ ଶ୍ରେଣୀ ଛାତ୍ରଙ୍କଠୁ ବନ୍ଧୁକ ଜବତ

କେନ୍ଦ୍ରାପଡା : କେନ୍ଦ୍ରାପଡା କୁଦାନଗିରି ଥାନା ସରକାରୀ ଉଚ୍ଚ ବିଦ୍ୟାଳୟରେ ଅଭାବନୀୟ...

ବାୟୁ ପ୍ରଦୂଷଣ ଆଲୋଚନା ପାଇଁ ରାହୁଲଙ୍କ ପ୍ରସ୍ତାବରେ ସରକାର ସମ୍ମତ

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀ ସମେତ ଦେଶର ବିଭିନ୍ନ ସହରରେ...

Related Articles

Popular Categories