www.samajalive.in
Monday, December 15, 2025
16.1 C
Bhubaneswar

୧୨୫ ଚିହ୍ନଟ ପରେ ଗଞ୍ଜାମକୁ ଗଲା ୭ଜଣିଆ ଟିମ୍

ଭୁବନେଶ୍ବର : ଗଞ୍ଜାମ ଜିଲାରେ ରବିବାର ସୁଦ୍ଧା ୧୨୫ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ରାଜ୍ୟ ସରକାରଙ୍କ ଚିନ୍ତା ବଢ଼ି ଯାଇଛି । ଗତ ୧୦ଦିନ ମଧ୍ୟରେ ୩୦ରୁ ଅଧିକ ଅଧିକାରୀଙ୍କୁ ପଠାଯାଇଥିବା ବେଳେ ଦୁଇଦିନ ତଳେ ୩ ଆଇଏଏସଙ୍କୁ ନିଯୁକ୍ତି ଦିଆଯାଇଥିଲା । ସଂପ୍ରତି ପରିସ୍ଥିତିକୁ ଦୃ​‌ଷ୍ଟିରେ ରଖି ଆଜି ୭ଜଣିଆ ଟିମ୍ ଉକ୍ତ ଜିଲାକୁ ପଠାଯାଇଛି । ସ୍ବାସ୍ଥ୍ୟ ନିର୍ଦେଶକଙ୍କ ନେତୃତ୍ବରେ ଗସ୍ତ କରିଥିବା ଏହି ଟିମ୍‌ରେ ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ ଓ ଭାରତୀୟ ଭେଷଜ ଗବେଷଣା କେନ୍ଦ୍ରର ପ୍ରତିନିଧିମାନେ ସାମିଲ ରହିଛନ୍ତି। ବ୍ରହ୍ମପୁରସ୍ଥିତ ଏମକେସିଜି ମେଡିକାଲ କଲେଜ ଓ ହସ୍ପିଟାଲ ମଧ୍ୟ ସ୍ଥାନୀୟ ପ୍ରଶାସନକୁ ସହାୟତା କରୁଛି ।
ସେହିପରି ଆଜି ଓଡ଼ିଶାକୁ ବିଭିନ୍ନ ଯାନବାହନରେ ୩୧୯୩ଜଣ ପ୍ରବାସୀ ଫେରିଛନ୍ତି । ଏପର୍ଯ୍ୟନ୍ତ ସୁରତ, କର୍ଣ୍ଣାଟକ, କେରଳ, ମହାରାଷ୍ଟ୍ର, ପଶ୍ଚିମବଙ୍ଗ ପ୍ରଭୃତି ରାଜ୍ୟରୁ ୫୫ହଜାର ୯୧୬ଜଣ ପ୍ରବାସୀ ଫେରିଲେଣି। ଏବେ ସୁରତ, ଆନ୍ଧ୍ରପ୍ରଦେଶ ପ୍ରଭୃତି ରାଜ୍ୟରୁ ୫ଟି ଟ୍ରେନରେ ପ୍ରବାସୀ ଆସୁଛନ୍ତି। ସୋମବାର ସେମାନେ ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ ସଙ୍ଗରୋଧରେ ରଖାଯିବ।
ତେବେ ଏହି ପ୍ରବାସୀଙ୍କ ଲାଗି ୬୭୯୮ ପଞ୍ଚାୟତରେ ୧୪ହଜାର ୫୧୩ଟି ଅସ୍ଥାୟୀ ଚିକିତ୍ସା କେନ୍ଦ୍ର ପ୍ରସ୍ତୁତ କରାଯାଇଛି । ଏଥିରେ ୫ଲକ୍ଷ ୮୧ହଜାର ୪୬୨ଟି ଶଯ୍ୟାର ବ୍ୟବସ୍ଥା କରାଯାଇଛି ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି।

Hot this week

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

କଂଗ୍ରେସରୁ ବିଦା ହେଲେ ମୋକିମ୍‌ : ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ

ସମାଜ ଡିଜିଟାଲ ଡେସ୍କ: ମହଙ୍ଗା ପଡିଲା ଦଳୀୟ ନେତୃତ୍ୱକୁ ଖୋଲାଖୋଲି ଚ୍ୟାଲେଞ୍ଜ...

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

Related Articles

Popular Categories