www.samajalive.in
Monday, December 15, 2025
15.1 C
Bhubaneswar

କୋଭିଡ଼-୧୯ ମୁକାବିଲା : ୪୮୩ ଜିଲାରେ ୭,୭୪୦ କରୋନା ଚିକିତ୍ସା କେନ୍ଦ୍ର

ନୂଆଦିଲ୍ଲୀ : କରୋନା ସଂକ୍ରମିତଙ୍କ ଚିକିତ୍ସା ଲାଗି ଦେଶର ୪୮୩ଟି ଜିଲାରେ ‌େ‌ମାଟ ୭,୭୪୦ଟି ସ୍ବତନ୍ତ୍ର କୋଭିଡ-୧୯ ଚିକିତ୍ସା କେନ୍ଦ୍ର ଚିହ୍ନଟ କରାଯାଇଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ରବିବାର ସୂଚନା ଦେଇଛି। ଏଗୁଡିକ ଉତ୍ସର୍ଗୀକୃତ କୋଭିଡ ହସ୍ପିଟାଲ (ଡିସିଏଚ), ଉତ୍ସର୍ଗୀକୃତ କୋଭିଡ ହେଲ୍‌ଥ ସେଣ୍ଟର (ଡିସିଏଚସି) ଏବଂ ଉତ୍ସର୍ଗୀକୃତ କୋଭିଡ କେୟାର ସେଣ୍ଟର (ଡିସିସିସି) ନାମକ ତିନୋଟି ବର୍ଗରେ ବିଭକ୍ତ କରାଯାଇଛି। ଏହି କେନ୍ଦ୍ରଗୁଡିକରେ ୬,୫୬,୭୬୯ଟି ଆଇସୋଲେସନ ବେଡ, ସଂକ୍ରମିତ ରୋଗୀଙ୍କ ପାଇଁ ୩,୦୫,୫୬୭ ଟି ଶଯ୍ୟା, ସନ୍ଦିଗ୍ଧ ରୋଗୀଙ୍କ ପାଇଁ ୩,୫୧,୨୦୪ଟି ଶଯ୍ୟା, ୯୯,୪୯୨ଟି ଅମ୍ଳଜାନ ବ୍ୟବସ୍ଥା ଥିବା ଶଯ୍ୟା, ୧୬୯୬ଟି ଅକ୍ସିଜେନ ମେନଫୋଲ ଏବଂ ୩୪,୦୭୬ଟି ଆଇସିୟୁ ଶଯ୍ୟା ରହିଛି। ଜନସାଧାରଣଙ୍କ ଅବଗତି ନିମନ୍ତେ ସମସ୍ତ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳଗୁଡିକୁ ଏହି ତିନୋଟି ବର୍ଗର କୋଭିଡ-୧୯ ଚିକିତ୍ସା କେନ୍ଦ୍ର ସମ୍ବନ୍ଧୀୟ ତଥ୍ୟ ସରକାରୀ ୱେବସାଇଟରରେ ଅପଲୋଡ କରିବାକୁ କୁହାଯାଇଛି। ଇତିମଧ୍ୟରେ ୩୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଏହି ତଥ୍ୟ ପ୍ରଦାନ କରିଛନ୍ତି। ଆଗାମୀ ଦିନରେ କୋଭିଡ-୧୯ ପରୀକ୍ଷା କ୍ଷମତା ବୃଦ୍ଧି ନିମନ୍ତେ ଆବଶ୍ୟକୀୟ ଉଚ୍ଚ କ୍ଷମତାସମ୍ପନ୍ନ ମେସିନ ଜାତୀୟ ରୋଗ ନିୟନ୍ତ୍ରଣ କେନ୍ଦ୍ର (ଏସିଡିସି)ଠାରେ ଅଧିଗ୍ରହଣ କରାଯାଉଛି। ଏଠାରେ ଇତିମଧ୍ୟରେ କୋବାସ ୬୮୦୦ ପରୀକ୍ଷା ମେସିନ ସଫଳତାର ସହିତ ପ୍ରତିଷ୍ଠା କରାଯାଇଛି। ସମ୍ପ୍ରତି ଏସିଡିସିଠାରେ ଦୈନିକ ୩୦୦ରୁ ୪୦୦ ପରୀକ୍ଷା କରାଯାଉଥିବା ବେଳେ କୋବାସ ୬୮୦୦ ଦ୍ବାରା ୨୪ ଘଣ୍ଟାରେ ୧୨୦୦ ନମୁନା ପରୀକ୍ଷା ସମ୍ଭବ ହେବ। ବର୍ତ୍ତମାନ ସୁଦ୍ଧା ୧୯,୩୫୭ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ଏହି ହାର ୩୦.୭୬% ରହିଛି। ୨୪ ଘଣ୍ଟା ମଧ୍ୟରେ ୧,୫୧୧ ଜଣ ଲୋକ ଆରୋଗ୍ୟ ଲାଭ କରିଥିବା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ପ୍ରଦାନ କରିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories