ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବାର ଲାଭ

0

 

ଅନେକ ସମୟରେ ପରିବାରେ ଯଦି ଘରେ କୌଣସି ସଦସ୍ୟଙ୍କର ଦେହ ଖରାପ ଲାଗି ରହୁଥାଏ ଓ ବ୍ୟବସାୟରେ କ୍ଷତି ହେଉଥାଏ ତେବେ ଘର ଉପରେ କୌଣସି କୁଦୃଷ୍ଟି ପଡିଛି ବୋଲି ଧରି ନେବାକୁ ହେବ। ଜ୍ୟୋତିଷଙ୍କ ମତରେ ଗ୍ରହାଦି କୁପ୍ରଭାବ ଯୋଗୁ ହୋଇଥାଏ । ଘରକୁ ସଫାସୁତୁରା ନ ରଖିବା ଦ୍ବାରା ନକାରାତ୍ମକ ଶକ୍ତି ପ୍ରଭାବ ବଢିଯାଏ। ଫଳରେ ତାହାର କୁପ୍ରଭାବ ଆମ ଉପରେ ପଡିଥାଏ। ଆସନ୍ତୁ ଜାଣିବା କିପରି ଏହାର ପ୍ରତିକାର କରାଯାଇ ପାରିବ`

ଦୂର କରନ୍ତୁ ନକାରାତ୍ମକ ଶକ୍ତିର ପ୍ରଭାବ:

ପୂଜା ସାମଗ୍ରୀ ଦୋକାନରୁ ଦକ୍ଷିଣାବର୍ତ୍ତୀ ଶଙ୍ଖ ଆଣନ୍ତୁ। ପୂଜା ଘରେ ଲାଲ କପଡା ଉପରେ ଶଙ୍ଖଟିକୁ ରଖନ୍ତୁ। ଶଙ୍ଖରେ ଗଙ୍ଗା ଜଳ ଭର୍ତ୍ତି କରି ଶଙ୍ଖକୁ ପୂଜା କରନ୍ତୁ। ପୂଜା ସ୍ଥାନରେ ବସି ୧୦୮ଥର ଲକ୍ଷ୍ମୀଙ୍କ ମନ୍ତ୍ର ଜପ କରନ୍ତୁ। ପୂଜା ସମୟରେ ଶଙ୍ଖ ସାମନାରେ ଧୂପ ଓ ଦୀପ ଜଳାନ୍ତୁ। ଶଙ୍ଖରେ ଫୁଲ,ଚନ୍ଦନ,ଚାଉଳ, ଭୋଗ ଇତ୍ୟାଦି ରଖି ପୂଜା କରନ୍ତୁ। ପୂଜା ସରିଗଲା ପରେ ଶଙ୍ଖରେ ଭର୍ତ୍ତି ହୋଇଥିବା ଗଙ୍ଗାଜଳକୁ ଘରର ସବୁ ସ୍ଥାନରେ ଛିଞ୍ଚନ୍ତୁ। ଏପରି କରିବା ଦ୍ବାରା ଘରେ ପଡିଥିବା କୁପ୍ରଭାବ ଦୂରେଇ ଯିବ।

ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବାର ଲାଭ:

ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖି ପୂଜା କରିବା ଦ୍ବାରା ଧନ ଓ ଖାଦ୍ୟର ଅଭାବ ଦୂର ହୋଇଯାଏ। ଶୋଇବା ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବା ଦ୍ବାରା ଦାମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ। ଦକ୍ଷିଣାବର୍ତ୍ତୀ ଶଙ୍ଖ ସମସ୍ତ ପ୍ରକାରର ବାସ୍ତୁ ଦୋଷ ଦୂର କରେ ବୋଲି କୁହାଯାଇଛି।

Leave A Reply