www.samajalive.in
Saturday, December 13, 2025
23.1 C
Bhubaneswar

ଲକଡାଉନ ସମୟରେ ମହୋଷଧି : ‘ଜନୌଷଧି ସୁଗମ’ ମୋବାଇଲ ଆପ୍

ନୂଆଦିଲ୍ଲୀ : କରୋନା ମହାମାରୀ ପରିପ୍ରେକ୍ଷୀରେ ଦେଶବ୍ୟାପୀ ଜାରି କରାଯାଇଥିବା ଲକଡାଉନ ସମୟରେ ଜନୌଷଧି ସୁଗମ ମୋବାଇଲ ଆପ୍ ଲୋକଙ୍କୁ ବିଶେଷ ସାହାଯ୍ୟ କରୁଛି । ନିଜ ଘର ପାଖରେ ପ୍ରଧାନମନ୍ତ୍ରୀ ଜନୌଷଧି କେନ୍ଦ୍ର କେଉଁଠି ଅଛି ତାହା ଠାବ କରିବାରେ ଏହି ଆପ୍ ସହାୟକ ହେଉଛି । ଏସବୁ ଜନୌଷଧି କେନ୍ଦ୍ରରୁ ଲୋକଙ୍କୁ ସୁଲଭ ମୂଲ୍ୟରେ ଔଷଧ ଯୋଗାଇ ଦିଆଯାଉଛି ।

ଏବେ ୩,୨୫,୦୦୦ରୁ ଅଧିକ ଲୋକ ଏହି ଜନୌଷଧି ସୁଗମ ମୋବାଇଲ ଆପ ବ୍ୟବହାର କରୁଛନ୍ତି ଓ ଏହା ସେମାନଙ୍କ ଆବଶ୍ୟକତା ପୂରଣ କରୁଛି । ଜୀବନକୁ ସହଜ ଓ ସୁଗମ କରିବାକୁ ସରକାର ନୂଆ ଟେକ୍ନୋଲଜିର ବ୍ୟବହାର ଏବଂ ପ୍ରସାର ଉପରେ ଗୁରୁତ୍ୱ ଦେଉଛନ୍ତି । ତଦନୁସାରେ ଏହି ନୂଆ ମୋବାଇଲ ଆପ୍ ଜନୌଷଧି ଉପଭୋକ୍ତାଙ୍କ ପାଇଁ ବିକଶିତ କରାଯାଇଛି । ପ୍ରଧାନମନ୍ତ୍ରୀ ଭାରତୀୟ ଜନୌଷଧି ପରିଯୋଜନା (PMJAK)ରେ ବ୍ୟୁରୋ ଅଫ ଫାର୍ମା ପିଏସୟୁ ଏହାକୁ ତିଆରି କରିଛି । ଏହି ସଂସ୍ଥା ଭାରତ ସରକାରଙ୍କ ରସାୟନ ଓ ସାର ମନ୍ତ୍ରଣାଳୟ ଅଧୀନରେ କାମ କରୁଛି ।

- Advertisement -

ଏହି ମୋବାଇଲ ଆପରେ ଉପଭୋକ୍ତାଙ୍କ ପାଇଁ ବିଭିନ୍ନ ପ୍ରକାର ତଥ୍ୟ ପାଇବାର ବ୍ୟବସ୍ଥା କରିଛି । କେଉଁ ସ୍ଥାନରେ ଜନୌଷଧି କେନ୍ଦ୍ର ରହିଛି, ସେଠି ପହଞ୍ଚିବାକୁ କେଉଁ ରାସ୍ତାରେ ଯିବାକୁ ହେବ ତାହା ଜାଣିବା ପାଇଁ ଗୁଗୁଲ ମ୍ୟାପ ଦ୍ୱାରା ସୂଚିତ କରାଯାଉଛି । ଜନୌଷଧି କେନ୍ଦ୍ରରେ କେଉଁ କେଉଁ ଜେନେରିକ ଔଷଧ ମିଳୁଛି ତାହାର ତାଲିକା, ବ୍ରାଣ୍ଡେଡ ଔଷଧ ଓ ଜେନେରିକ ଔଷଧ ମଧ୍ୟରେ ତୁଳନାତ୍ମକ ତଥ୍ୟ ଏବଂ ମୂଲ୍ୟ ଆଦି ଏହି ମୋବାଇଲ ଆପରେ ଉପଲବ୍ଧ ।

ଉଭୟ ଆଣ୍ଡ୍ରଏଡ ଓ ଆଇ-ଫୋନ ପ୍ଲାଟଫର୍ମରେ ଜନୌଷଧି ସୁଗମ ମୋବାଇଲ ଆପ୍ ଉପଲବ୍ଧ । ଏହାଛଡା ଗୁଗୁଲ ପ୍ଲେ ଷ୍ଟୋର ଓ ଆପଲ ଷ୍ଟୋରରୁ ମଧ୍ୟ ଏହାକୁ ବିନା ମୂଲ୍ୟରେ ଡାଉନଲୋଡ କରିହେବ ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories