www.samajalive.in
Saturday, December 13, 2025
23.1 C
Bhubaneswar

ଭତ୍ତା ନେବେ ନାହିଁ ମୁକେଶ ଅମ୍ବାନୀ: ବଡ଼ ଅଧିକାରୀଙ୍କ ବେତନ ୩୦%ରୁ ୫୦% କମିବ

ମୁମ୍ବାଇ: କରୋନା ଯୋଗୁଁ ଦେଶର ଆର୍ଥିକ ସ୍ଥିତି ଖରାପ । ସେୟାର ବଜାରରେ ବଡ଼ ଧରଣର ହ୍ରାସ ଯୋଗୁଁ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ କମ୍ପାନୀଠାରୁ ଆରମ୍ଭ କରି ବଡ଼ବଡ଼ ସଂସ୍ଥା ବିପୁଳ କ୍ଷତି ସହିଛନ୍ତି । ଯଦିଓ ଫେସବୁକ୍-ଜିଓ ନିବେଶ ବୁଝାମଣା ପରେ ମୁକେଶଙ୍କ ରିଲାଏନ୍ସ କମ୍ପାନୀ କିଛି ପରିମାଣରେ ଆର୍ଥିକ ସ୍ଥିତିରୁ ମୁକୁଳିଛି ତଥାପି ଅନ୍ୟାନ୍ୟ କ୍ଷେତ୍ରରେ କମ୍ପାନୀ ବଡ଼ ଆର୍ଥିକ କ୍ଷତି ସମ୍ମୁଖୀନ ହୋଇଛି । ବିଶେଷକରି ରିଲାଏନ୍ସ ତୈଳ ଓ ଗ୍ୟାସ୍ କାରବାରରେ ବଡ଼ ଧରଣ ପ୍ରଭାବ ପଡ଼ିଛି । ଏଥିପାଇଁ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ଅଧ୍ୟକ୍ଷ ମୁକେଶ ଅମ୍ବାନୀ ତାଙ୍କର ଭତ୍ତା ନେବେ ନାହିଁ ବୋଲି ଘୋଷଣା କରିଛନ୍ତି । ଗତ ୧୧ ବର୍ଷ ଧରି ମୁକେଶ ବାର୍ଷିକ ୧୫ କୋଟି ଟଙ୍କା ଲେଖାଏ ଭତ୍ତା ନେଉଛନ୍ତି । ମାତ୍ର ବର୍ତମାନ ପରିସ୍ଥିତିରେ ସେ ଏହାକୁ ନେବେ ନାହିଁ ।

ଅନ୍ୟପକ୍ଷରେ ରିଲାଏନ୍ସ ରିଫାଇନାରୀ ଓ ପେଟ୍ରୋକେମିକାଲ୍ସର ନିର୍ଦେଶକଙ୍କ ଦରମା ୩୦ରୁ ୫୦% ପର୍ଯ୍ୟନ୍ତ  ହ୍ରାସ କରିବାକୁ କମ୍ପାନୀ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଯେଉଁମାନଙ୍କ ବାର୍ଷିକ ଦରମା ୧୫ ଲକ୍ଷରୁ ଅଧିକ ରହିଛି ସେଇମାନଙ୍କ କ୍ଷେତ୍ରରେ ଏହାକୁ କାର୍ଯ୍ୟକ୍ଷମ କରାଯିବ । ବାର୍ଷିକ ୧୫ ଲକ୍ଷରୁ କମ୍ ଦରମା ପାଉଥିବା କର୍ମଚାରୀଙ୍କ ଉପରେ ଦରମା ହ୍ରାସର କୌଣସି ପ୍ରଭାବ ପଡ଼ିବ ନାହିଁ କିମ୍ବା ସେମାନଙ୍କର ଦରମା କଟାଯିବ ନାହିଁ ବୋଲି ସୂଚନା ମିଳିଛି । ଏହା ବ୍ୟତୀତ, ସମସ୍ତ କର୍ମଚାରୀଙ୍କ ନିମନ୍ତେ ଦକ୍ଷତା ଭିତ୍ତିକ ବୋନସ (ପିଆରପି)  ମଧ୍ୟ ବର୍ତ୍ତମାନ ପରିସ୍ଥିତିରେ ସ୍ଥଗିତ ରଖାଯାଇଛି ।

Hot this week

ଡାଏବେଟିସ ପାଇଁ ଆସିଲା ଇଞ୍ଜେକ୍ସନ୍

ନୂଆଦିଲ୍ଲୀ : ଡେନମାର୍କ ଔଷଧ କମ୍ପାନୀ ନୋଭୋ ନରଡିସ୍କ ଶେଷରେ ଭାରତରେ...

ତାଣ୍ଡବ ରଚିଲା ଘନ କୁହୁଡ଼ି : ଗୋଟିଏ ପରେ ଗୋଟିଏ ଛଅଟି ଗାଡ଼ି ଧକ୍କା

ସମାଜ ଲାଇଭ ଡ଼େସ୍କ : ଉତ୍ତର ପ୍ରଦେଶରେ ତାଣ୍ଡବ ରଚିଲା ଘନ...

ଫୁଟବଲର କିଙ୍ଗ୍‌ ଲିଓନେଲ୍‌ ମେସିଙ୍କୁ ଭେଟିଲେ ଶାହାରୁଖ

ସମାଜ ଡିଜିଟାଲ ଡେସ୍କ: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲ ଷ୍ଟାର ଲିଓନେଲ୍‌ ମେସି...

ଭୟଙ୍କର ସଡ଼କ ଦୁର୍ଘଟଣା, ଟ୍ରକ୍ ଏବଂ ଅଟୋ ଧକ୍କାରେ ୩ ମୃତ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ଉନ୍ନାଓରେ ଏକ ଭୟଙ୍କର ସଡ଼କ...

ନୋବେଲ ବିଜେତା କାହିଁକି ବାରମ୍ବାର ହେଉଛନ୍ତି ଗିରଫ ? ପୂର୍ବରୁ ହୋଇସାରିଛନ୍ତି ୧୩ଥର

ନୂଆଦିଲ୍ଲୀ: ନୋବେଲ ପୁରସ୍କାର ବିଜେତା ନର୍ଗିସ୍ ମହମ୍ମଦୀ ଏବେ ଚର୍ଚ୍ଚାରେ ରହିଛନ୍ତି।...

Related Articles

Popular Categories