www.samajalive.in
Thursday, December 11, 2025
23.1 C
Bhubaneswar

ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ପକ୍ଷରୁ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ୱର : ମହାମାରୀ କରୋନା ଭୂତାଣୁ ପ୍ରଭାବ ଯୋଗୁ ଲୋକେ ଘରେ ରହୁଥିବାବେଳେ ନିଜ ଜୀବନକୁ ବାଜି ଲଗାଇ ପ୍ରତିଦିନ ସହରର ଗଳିକନ୍ଦି ବୁଲି ସଫାସୁତୁରା କାର୍ଯ୍ୟରେ ନିୟୋଜିତ ଥିବା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‍ସି)ର ସଫେଇ କର୍ମଚାରୀଙ୍କୁ ସେମାନଙ୍କ ଉତ୍ସର୍ଗିକୃତ ସେବା ପାଇଁ ସମ୍ବର୍ଦ୍ଧନା ଦିଆଯାଇଛି। ଗୁରୁବାର ଗଣେଶ ପୂଜା ମଣ୍ଡପ ସମ୍ମୁଖରେ ଆୟୋଜିତ ଏକ ନିରାଡ଼ମ୍ବର ଉତ୍ସବରେ ସଂଘର କର୍ମକର୍ତ୍ତା ବିଏମ୍‍ସି ସଫେଇ କର୍ମଚାରୀଙ୍କୁ ଉପଢ଼ୌକନ, ଶାଢ଼ି  ଓ ହାତ ଧୋଇବା ପାଇଁ ସାବୁନ ଦେଇ ସମ୍ବର୍ଦ୍ଧିତ କରିଥିଲେ ଓ ସେମାନଙ୍କୁ ରନ୍ଧାଖାଦ୍ୟ ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଭିଏସ୍‍ଏସ୍‍ ନଗର ଅଞ୍ଚଳ ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ, ଏସ୍‍ଭିଆର ଇନ୍ଦ୍ରଜିତ ନାୟକ ଓ ରାମ୍‍କୃଷ୍ଣ ଧନ୍‍ୱାରଙ୍କ ସମେତ ୪୭ଜଣ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ ହୋଇଥିଲେ। କାର୍ଯ୍ୟକ୍ରମରେ ପ୍ରତ୍ୟେକ ସଫେଇ କର୍ମଚାରୀ ସରକାରୀ ନିୟାମାନୁସାରେ ସାମାଜିକ ଦୂରତା ବଜାୟ ରଖିଥିଲେ ଏବଂ କରୋନା ମହାମାରୀ ରୋକିବା ପାଇଁ ସଚେତନତା ସୃଷ୍ଟି କରିଥିଲେ।

ଏହି ଅବସରରେ ଭିଏସ୍‍ଏସ୍‍ ନଗର ଗଡ଼େଶ୍ୱର ହାଟ ବଣିକ ସଂଘ ସଭାପତି ଲକ୍ଷ୍ମଣ ସାହୁ ଯୋଗ ଦେଇ କହିଥିଲେ ଯେ, ମହାମାରୀ ‘କରୋନା’ଆତଙ୍କରେ ସମଗ୍ର ବିଶ୍ୱ ଆତଙ୍କିତ। କରୋନା ଅନେକ ନିରୀହ ଜୀବନ ନେଇ ସାରି ଥିବାବେଳେ ବ୍ୟାପକ ସଚେତନତା ଦ୍ୱାରା ଏହା ରୋକା ଯାଇପାରିବ। ଯେଉଁମାନେ ଏହି କରୋନା ଭୂତାଣୁ ସଂକ୍ରମଣରୁ ମାନବ ସମାଜକୁ ରକ୍ଷା କରିବା ପାଇଁ ଜୀବନକୁ ବାଜି ଲଗାଇ ଏହି ମହତ୍‍ କାର୍ଯ୍ୟରେ ନିଜକୁ ସମର୍ପିତ କରିଛନ୍ତି ସେମାନଙ୍କ ମଧ୍ୟରୁ ସଫେଇ କର୍ମଚାରୀ ଅନ୍ୟତମ। ପରିବେଶକୁ ସଫାସୁତୁରା ରଖି କରୋନା ରାକ୍ଷସ ସହିତ ସମ୍ମୁଖ ଯୁଦ୍ଧ କରି ‘ମହାନାୟକକ’ର ଭୂମିକାରେ ଅବତ୍ତୀର୍ଣ୍ଣ ହୋଇଛନ୍ତି ସଫେଇ କର୍ମଚାରୀ । ଏହି ମହାନ କାର୍ଯ୍ୟରେ ନିୟୋଜିତ ଥିବା ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରି ବଣିକ ସଂଘ ନିଜକୁ ଧନ୍ୟ ମନେ କରିଛି। ପ୍ରକଳ୍ପ ସଂଯୋଜକ ପ୍ରବେଶ କୁମାର ସାହୁ କହିଥିଲେ ଯେ ସଫେଇ କର୍ମଚାରୀ ସକାଳୁ ଘର ଘର ବୁଲି  ଅଳିଆ ସଂଗ୍ରହ କରିବା ସହିତ ପରିବେଶ ସଫାସୁତୁରା ରଖୁଛନ୍ତି ଓ ଜନ ସଚେତନତା ସୃଷ୍ଟି କରୁଛନ୍ତି। କରୋନା ଭୁତାଣୁ ସଂକ୍ରମଣକୁ ରୋକିବା ପାଇଁ ଆପଣମାନେ ଘରେ ରୁହନ୍ତୁ ଓ ଆମ ସହଯୋଗ କରନ୍ତୁ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସଂଘର ସମ୍ପାଦକ ମନୋରଞ୍ଜନ ସାହୁ, ସହସମ୍ପାଦକ ପ୍ରମୋଦ କୁମାର ସାହୁ, କୋଷାଧ୍ୟକ୍ଷ ପ୍ରଶାନ୍ତ କୁମାର ସାଥୁଆଙ୍କ ସମେତ ସଦସ୍ୟ ଦୀପକ କୁମାର ବାରିକ, ମୃତ୍ୟୁଞ୍ଜୟ ମାଣିକ, ବୁଦ୍ଧନାଥ ସାହୁ, ବିକ୍ରମ କେଶରୀ ସାହୁ, ବୁଲେଇ ସାହୁ, ରଞ୍ଜିତ ସାହୁ, ପ୍ରତାପ ମଣ୍ଡଳ, ଅଜୟ ବିଶ୍ୱାଳ, ସରୋଜ ମାଣିକ, ଉତ୍ତମ ମହାନ୍ତି, ଗୋଲକ ଦଳେଇ, ମନୋଜ ମହାନ୍ତି, ରଞ୍ଜନ ଗଡ଼ନାୟକ, ପୂର୍ଣ୍ଣଚନ୍ଦ୍ର ସାହୁ, ଜଗବନ୍ଧୁ ସାହୁ, ମଦନ ବାରିକ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

କ୍ଷମା ମାଗିଲେ ଇଣ୍ଡିଗୋର ଅଧ୍ୟକ୍ଷ ବିକ୍ରମ ମେହେଟ୍ଟା, କହିଲେ..

ନୂଆଦିଲ୍ଲୀ : ଇଣ୍ଡିଗୋ ଏୟାରଲାଇନ୍ସ ଏକ ବଡ଼ ସଙ୍କଟର ସମ୍ମୁଖୀନ ହୋଇଥିଲା...

ବିଶ୍ବାସ ଜିନ୍‌

ବିଶ୍ବାସ ହେଉଛି ସମ୍ପର୍କର ସେତୁବନ୍ଧ। ଏହା ହିଁ ଆଦିମ ମଣିଷକୁ ପରସ୍ପର...

Related Articles

Popular Categories