www.samajalive.in
Tuesday, December 9, 2025
26.1 C
Bhubaneswar

କରୋନା ମହାମାରୀ ପୀଡ଼ିତଙ୍କ ପାଇଁ ରକ୍ତଦାନ ଶିବିର, ୨୭ ୟୁନିଟ୍‌ ରକ୍ତ ସଂଗ୍ରହ

ଭୁବନେଶ୍ବର : ବୀର ସୁରେନ୍ଦ୍ର ସାଏ ନଗର ସ୍ତିତ ଶ୍ରୀ ଶ୍ରୀ ଭୁବନେଶ୍ବରୀ ମନ୍ଦିର ସମିତି ପକ୍ଷରୁ କରୋନା ମହାମାରୀ ପୀଡ଼ିତଙ୍କ ପାଇଁ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ଯୁବନେତା ତଥା ସମାଜସେବୀ ପୁରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ ଶ୍ରୀ ଶ୍ରୀ ଭୁବନେଶ୍ବରୀ ମନ୍ଦିର ପରିସରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ୨୭ ଜଣ ରକ୍ତଦାତା ଏଇ ମହାମାରୀ ସମୟରେ ରକ୍ତଦାନ କରିଥିଲେ। କରୋନାର କରାଳ ଛାୟାରେ ବିଶ୍ବବାସି ଯେତେବେଳେ ଆହାକାର ଠିକ୍ ସେହି ସମୟ ରେ ରକ୍ତଦାତାମାନେ ମହମାନବର ଭୂମିକାରେ ଅବତୀର୍ଣ୍ଣ ହୋଇ ସମ ଦୁରତ୍ଵ ଅବଲମ୍ବନ କରି ମାନବ ଜୀବନ ପାଇଁ ରକ୍ତଦାନ କରିବା ଏକ ମହତପୂର୍ଣ୍ଣ ଭୂମିକା। ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ମନ୍ଦିର ପରିଚାଳନା ସଭାପତି ପ୍ରଫେସର ଜୟନ୍ତ ପରିଡା, ସମ୍ପାଦକ ପ୍ରଶାନ୍ତ ଷଡ଼ଙ୍ଗୀ, ରବି ରାୟ, ନିଶିଥ ନନ୍ଦ ପ୍ରକାଶ ଦାସ, ଅଶୋକ ପାଲଟାସିଂ, ସମରଞ୍ଜନ, ସତ୍ୟମ, ମୁନୁ ପ୍ରମୁଖ ସମ୍ପୂର୍ଣ ସହଯୋଗ କରିଥିଲେ। ପି.ଏଚ.ଡି.କର୍ମଚାରୀ ବିଜୟଲଷ୍ମୀ ପାଢ଼ୀ, କିଟ ଇଣ୍ଟରନାସନାଲ ସ୍କୁଲ ଅଧ୍ୟକ୍ଷ ସଞ୍ଜୟ ସୁଆର, ସରକାରୀ ଓକିଲ ସୁବ୍ରତ ପ୍ରିୟଦର୍ଶିନୀ ପ୍ରମୁଖ ରକ୍ତଦାନକରି ରକ୍ତଦାତାଙ୍କ ମଧ୍ୟରେ ଉତ୍ସାହ ବଢ଼ାଇ ଥିଲେ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories