www.samajalive.in
Monday, December 15, 2025
27.1 C
Bhubaneswar

କରୋନା ଆକ୍ରାନ୍ତଙ୍କୁ ରାଉରକେଲା ହାଇଟେକ ମେଡିକାଲକୁ ପଠାଗଲା : ଗାଁର ସମସ୍ତ ପ୍ରବେଶ ପଥକୁ ସିଲ୍‍ କଲା ପ୍ରଶାସନ

ଦେବଗଡ : ଦେବଗଡ ଜିଲା ତିଲେଇବଣି ବ୍ଲକ ଅନ୍ତର୍ଗତ ବାସୁଦେବପୁର(କରଡାଖମଣ) ଗ୍ରାମର ଜଣେ ୩୪ ବର୍ଷୀୟ ଯୁବକ କରୋନା ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି। ଜିଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆକ୍ରାନ୍ତ ଯୁବକ ଜଣକ ପଶ୍ଚିମବଙ୍ଗରେ ଜଣେ ଟ୍ରକ ଡ୍ରାଇଭର ଭାବେ କାର୍ଯ୍ୟ କରୁଥିବା ବେଳେ କିଛିଦିନ ପୂର୍ବେ ସେ ପଶ୍ଚିମବଙ୍ଗରୁ ନିଜ ଗ୍ରାମ ବାସୁଦେବପୁରକୁ ଫେରିଥିଲେ। ମାତ୍ର ଗାଁ ଲୋକେ ତାଙ୍କୁ ଗାଁରେ ପୁରାଇନଦେବାରୁ ସେ ଅନ୍ୟତ୍ର ଚାଲିଯାଇଥିଲେ। ସେ ଗତ ୨୬ ତାରିଖରେ ପୁନର୍ବାର ନିଜ ଗ୍ରାମକୁ ଫେରିଥିବା ବେଳେ ଗ୍ରାମବାସୀମାନେ ଡାକ୍ତରଖାନାରେ ଆବଶ୍ୟକ ପରୀକ୍ଷା ନକଲେ ଗାଁରେ ପୁରାଇଦେବେ ନାହିଁ ବୋଲି କହିଥିଲେ। ତେବେ ୨୭ ତାରିଖ ଦିନ ସେ ବାଧ୍ୟ ହୋଇ ଜିଲା ମୂଖ୍ୟ ଚିକିତ୍ସାଳୟକୁ ଆସି ନିଜର ନାମ ପଞ୍ଜିକୃତ କରିଥିଲେ। ମାତ୍ର ତାଙ୍କ ଶରୀରରେ କରୋନାର କୌଣସି ଲକ୍ଷଣ ଦେଖାଯାଇନଥିଲା। ଫଳରେ ସେହିଦିନ ହିଁ ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ନିମନ୍ତେ ଭୂବନେଶ୍ୱର ପଠାଯାଇଥିଲା। ଏଥିସହ ତାଙ୍କୁ ହୋମ କ୍ବାରେନଣ୍ଟାଇନରେ ରହିବାପାଇଁ ପରାମର୍ଶ ଦିଅଯାଇଥିଲା। ଆଜି ତାଙ୍କର ନମୁନା ପଜିଟିଭ ଥିବା ଜଣାପଡିବାପରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତାଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ରାଉରକେଲା ସ୍ଥିତ ହାଇଟେକ ହସପିଟାଲକୁ ପଠାଯାଇଥିବା ଜିଲା ମୂଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ମନୋଜ କୁମାର ଉପାଧ୍ୟାୟ ପ୍ରକାଶ କରିଛନ୍ତି। ସେହିପରି ତାଙ୍କ କଣ୍ଟାକ୍ଟ ଟ୍ରେସିଂରେ ରହିଥିବା ଲୋକଙ୍କୁ ନେଇ ଅନୁସନ୍ଧାନ ଜାରୀ ରହିଛି। ଅନ୍ୟପକ୍ଷରେ ସମ୍ପୃକ୍ତ ବାସୁଦେବପୁର ଗ୍ରାମକୁ ସଂଯୋଗ କରୁଥିବା ସମସ୍ତ ରାସ୍ତା( ପ୍ରବେଶ ପଥ)କୁ ପ୍ରଶାସନ ପକ୍ଷରୁ ସିଲ କରିଦିଆଯାଇଛି। ଏଥିସହ ସମସ୍ତ ରାସ୍ତା କଡରେ ପୁଲିସ ପକ୍ଷରୁ କ୍ୟାମ୍ପ କରାଯିବା ସହ ଘରୁ ବାହାରକୁ ନ ବାହାରିବା ନିମନ୍ତେ ଡାକବାଜି ଯନ୍ତ୍ର ସାହାଯ୍ୟରେ ଗ୍ରାମବାସୀମାନଙ୍କୁ ସଚେତନ କରାଯାଉଛି।

ସୂଚନା ଯୋଗ୍ୟ ଯେ, ଗତ ୨୭ ତାରିଖରେ ଦେବଗଡ଼ ଜିଲାରୁ ମୋଟ ୬୩ଟି ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିବା ବେଳେ ୫୯ଟି ନମୁନା ନେଗେଟିଭ ବାହାରିଥିଲା। ସେହିପରି ଅବଶିଷ୍ଟ ୪ଟି ନମୁନା ମଧ୍ୟରୁ ଆଜି ଗୋଟିଏ ନମୁନା ପଜିଟିଭ ବାହାରିଥିବା ବେଳେ ଅନ୍ୟ ୩ଟି ନେଗେଟିଭ ବାହାରିଥିବା ଜିଲା ସ୍ୱାସ୍ଥ୍ୟ ବିଭାଗ ସୂତ୍ରରୁ ସୂଚନା ମିଳିଛି।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories