www.samajalive.in
Monday, December 15, 2025
27.1 C
Bhubaneswar

ମଧ୍ୟାହ୍ନ ଭୋଜନ ପାଇଁ ୮ ହଜାର ୧୦୦ କୋଟି ; ଗ୍ରୀଷ୍ମ ଛୁଟି ସମୟରେ ସ୍କୁଲରେ ଦିଆଯିବ ମଧ୍ୟାହ୍ନ ଭୋଜନ

ନୂଆଦିଲ୍ଲୀ : କୋଭିଡ୍‍-୧୯ ସଂକ୍ରମଣ ଯୋଗୁଁ ଉପୁଜିଥିବା ପରିସ୍ଥିତି ପାଇଁ ମଧ୍ୟାହ୍ନ ଭୋଜନ ଯୋଜନା ବାବଦରେ ବାର୍ଷିକ କେନ୍ଦ୍ରୀୟ ଅର୍ଥ ଆବଣ୍ଟନ  ଶତକଡ଼ା ୧୧ ଭାଗ ବୃଦ୍ଧି ପାଇ ୮ ହଜାର ୧୦୦ କୋଟି ଟଙ୍କାରେ ପହଞ୍ଚିଛି । ମାନବ ସମ୍ବଳ ବିକାଶ ମନ୍ତ୍ରୀ ରମେଶ ପୋଖରିଆଲ୍‍ ନିଶଙ୍କ ରାଜ୍ୟଗୁଡ଼ିକର ଶିକ୍ଷା ମନ୍ତ୍ରୀ ଓ ଶିକ୍ଷା ସଚିବମାନଙ୍କ ସହ ନୂଆଦିଲ୍ଲୀରେ ଭିଡିଓ କନ୍‍ଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ଏକ ବୈଠକରେ ଏନେଇ ଆଲୋଚନା କରିଛନ୍ତି।
ପୂର୍ବରୁ ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ କେନ୍ଦ୍ରରୁ ୭ ହଜାର ୩୦୦ କୋଟି ଟଙ୍କା ଆବଣ୍ଟିତ ହୋଇଥିଲା । କୋଭିଡ୍‍-୧୯ କଟକଣା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ସ୍ୱାସ୍ଥ୍ୟକୁ ବିଚାରକୁ ନେଇ ସେମାନଙ୍କୁ ଉପଯୁକ୍ତ ପୁଷ୍ଟି ମିଳିବା ଭଳି ଖାଦ୍ୟ ମଧ୍ୟାହ୍ନ ଭୋଜନ ଯୋଜନାରେ ଯୋଗାଇ ଦିଆଯାଉଛି । ମଧ୍ୟାହ୍ନ ଭୋଜନ ଯୋଜନା ସ୍କୁଲ୍‍ଗୁଡ଼ିକୁ ଅଧିକରୁ ଅଧିକ ପିଲାଙ୍କୁ ଆକୃଷ୍ଟ କରିବା ଓ ପିଲାମାନଙ୍କୁ ଶିକ୍ଷାର ପରିସର ମଧ୍ୟକୁ ଆଣିବା ଲାଗି କେନ୍ଦ୍ରୀୟ ସହାୟତାରେ ପରିଚାଳିତ ଏକ ପ୍ରମୁଖ ଯୋଜନା ।

Image source : telanganatoday.com

ଏହି ଯୋଜନାରେ ଦେଶର ୧୧ ଲକ୍ଷ ସ୍କୁଲରେ ଅଧ୍ୟୟନ କରୁଥିବା ୧୨ କୋଟି ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦିଆଯାଉଛି।
ଜଣେ ଛାତ୍ର ପାଇଁ ଭୋଜନର ମୂଲ୍ୟ ୪ ଟଙ୍କା ୪୮ ପଇସାରୁ ୪ ଟଙ୍କା ୯୭ ପଇସାକୁ ବୃଦ୍ଧି ପାଇଛି । ପ୍ରଥମ ଶ୍ରେଣୀରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ
ଛାତ୍ରଛାତ୍ରୀମାନଙ୍କ ପାଇଁ ଯୋଗାଇ ଦିଆଯାଉଥିବା ମଧ୍ୟାହ୍ନ ଭୋଜନ ମୂଲ୍ୟ ବାବଦରେ ଏହା ଖର୍ଚ୍ଚ ହେଉଥିବାବେଳେ ଷଷ୍ଠ ଶ୍ରେଣୀରୁ ଅଷ୍ଟମ ଶ୍ରେଣୀ
ମଧ୍ୟରେ ଜଣେ ଛାତ୍ର ପାଇଁ ଏହି ଖର୍ଚ୍ଚ ୬ ଟଙ୍କା ୭୧ ପଇସାରୁ ୭ ଟଙ୍କା ୪୫ ପଇସାକୁ ବୃଦ୍ଧି ପାଇଛି । ଗତ ଏପ୍ରିଲ୍‍ ପହିଲାରୁ ଏହି ନୂଆ ମୂଲ୍ୟ ଲାଗୁ
ହୋଇଛି । ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ କହିଛି, ଗ୍ରୀଷ୍ମ ଛୁଟି ସମୟରେ ସ୍କୁଲ୍‍ଗୁଡ଼ିକରେ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ଅନୁମତି ଦିଆଯିବ । ଏବାବଦରେ ଆଉ ଅତିରିକ୍ତ ୧୬ ଶହ କୋଟି ଟଙ୍କା ଖର୍ଚ୍ଚ ହେବ ।

Hot this week

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଶପଥ ନେଲେ ରାଜ କୁମାର ଗୋୟଲ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ରାଜ...

Related Articles

Popular Categories