www.samajalive.in
Thursday, December 11, 2025
26.1 C
Bhubaneswar

କୋଭିଡ-୧୯ ମୁକାବିଲା : ଚିକିତ୍ସା ସମାଧାନରେ ଭାରତ-କାନାଡା ଭାଗିଦାରୀ ସହାୟକ ହେବ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ବୁଧବାର ଟେଲିଫୋନ ଯୋଗେ କାନାଡା ପ୍ରଧାନମନ୍ତ୍ରୀ  ଜଷ୍ଟିନ ଟ୍ରୁଡୋଙ୍କ ସହିତ କଥାବାର୍ତ୍ତା କରିଛନ୍ତି ।
ଦୁଇ ନେତା କୋଭିଡ-୧୯ ମହାମାରୀ ସମ୍ବନ୍ଧରେ ବିଶ୍ୱସ୍ତରୀୟ ପରିସ୍ଥିତି ଉପରେ ଆଲୋଚନା କରିଥିଲେ । ବିଶ୍ଵର ଏକତା ଏବଂ ସମନ୍ୱୟର ଗୁରୁତ୍ୱ, ଯୋଗାଣ ଶୃଙ୍ଖଳର ରକ୍ଷଣାବେକ୍ଷଣ ଏବଂ ସହଯୋଗୀ ଅନୁସନ୍ଧାନ କାର୍ଯ୍ୟକଳାପ ନେଇ ସେମାନେ ସହମତ ହୋଇଥିଲେ ।
କାନାଡାରେ ଥିବା ଭାରତୀୟ ନାଗରିକ ବିଶେଷ କରି ଭାରତୀୟ ଛାତ୍ରଛାତ୍ରୀମାନଙ୍କୁ ଦିଆଯାଇଥିବା ସହାୟତା ପାଇଁ ପ୍ରଧାନମନ୍ତ୍ରୀ କାନାଡା ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ଟ୍ରୁଡୋ ମଧ୍ୟ ଭାରତରେ ରହିଥିବା କାନାଡା ନାଗରିକଙ୍କ ପାଇଁ ଭାରତ ସରକାର ଦେଇଥିବା ସହାୟତାକୁ ପ୍ରଶଂସା କରିଛନ୍ତି ।
ପ୍ରଧାନମନ୍ତ୍ରୀ ଏହି ଆଶ୍ୱାସନା ଦେଇଛନ୍ତି ଯେ, ଔଷଧ କ୍ଷେତ୍ରରେ ଭାରତର ଉତ୍ପାଦନ କ୍ଷମତା ଓ ଭାରତର ଦକ୍ଷତା କାନାଡା ସମେତ ବିଶ୍ଵବାସୀଙ୍କୁ ସହାୟତା କରିବା ପାଇଁ ଉପଲବ୍ଧ ରହିବ ।
ମହାମାରୀର ମୁକାବିଲା ପାଇଁ ଭାରତ ଏବଂ କାନାଡା ମଧ୍ୟରେ ଭାଗିଦାରୀ ବିଶେଷ ଭାବରେ କୋଭିଡ-୧୯ ମହାମାରୀର ଚିକିତ୍ସା ସମାଧାନ ଖୋଜିବାରେ ସହାୟକ ହେବ ବୋଲି ଏହି ଦୁଇ ନେତା ସହମତ ହୋଇଥିଲେ।

Hot this week

୨୦୨୬ରେ ଶନିଙ୍କ ପ୍ରଭାବ: ଏହି ରାଶିରେ ବଦଳିବ ଭାଗ୍ୟ

ସମାଜ ଡିଜିଟାଲ ଡେସ୍କ: ନଅଟି ଗ୍ରହ ମଧ୍ୟରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଗ୍ରହ...

ପାକିସ୍ତାନର ପୂର୍ବତନ ଆଇଏସଆଇ ମୁଖ୍ୟଙ୍କୁ ୧୪ ବର୍ଷ ଜେଲ ଦଣ୍ଡ

ସମାଜଲାଇଭ ଡେସ୍କ: ପାକିସ୍ତାନୀ ଗୁଇନ୍ଦା ସଂସ୍ଥା(ଆଇଏସଆଇ)ର ପୂର୍ବତନ ମୁଖ୍ୟ ବା ମହାନିର୍ଦେଶକ...

ଶୀତଦିନେ ରୂପି ହେଉଛି କି? କଣ କରିବେ ଜାଣନ୍ତୁ

ଶୀତ ଋତୁରେ ରୂପି ହେବା ଏକ ସାଧାରଣ ଘଟଣା। ଅନେକ ଲୋକ...

ଭାରତ ଉପରେ ୫୦% ଆମଦାନୀ ଶୁଳ୍କ ଲାଗୁ କଲା ମେକ୍ସିକୋ

ସମାଜଲାଇଭ ଡେସ୍କ: ଆମେରିକା ପରେ ଭାରତ ଉପରେ ୫୦% ପର୍ଯ୍ୟନ୍ତ ଶୁଳ୍କ...

ଅପରାହ୍ନ ୪ଟା ମୁଖ୍ୟ ଖବର

() ମାଲକାନଗିରିରେ ଉପମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ..ଆଇନଶୃଙ୍ଖଳା ବଜାୟ ରଖିବାକୁ ପ୍ରଶାସନକୁ ନିର୍ଦେଶ... ()...

Related Articles

Popular Categories