ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ୪ଲକ୍ଷ ଶ୍ରମ ଦିବସ ସୃଷ୍ଟି

ଭୁବନେଶ୍ବର : ବର୍ତ୍ତମାନ କଠିନ ପରିସ୍ଥିତିରେ ଲୋକମାନଙ୍କୁ କର୍ମନିୟୋଜନ ଯୋଗାଇ ଦେଇ ସେମାନଙ୍କ ଜୀବିକାକୁ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ମନରେଗା ଯୋଜନାକୁ ତ୍ୱରାନ୍ୱିତ କରାଯାଇଛି। ଆଜି ସୁଦ୍ଧା ଦୈନିକ ୪ ଲକ୍ଷ ଶ୍ରମଦିବସ ସୃଷ୍ଟି କରାଯାଇଛି। ଆଜି ରାଜ୍ୟର ୫୫୩୬ ଗ୍ରାମ ପଞ୍ଚାୟତରେ ୩,୫୩,୩୦୬ ଜଣ ନିରାଶ୍ରୟ ଓ ଅସହାୟ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇ ଦିଆଯାଇଛି। ସେହିପରି ୧୧୪ ଟି ପୌରାଞ୍ଚଳରେ ୪୨,୧୮୬ ଜଣଙ୍କୁ ରନ୍ଧାଖାଦ୍ୟ ଦିଆଯାଇଛି ବୋଲି ରାଜ୍ୟ ସରକାରଙ୍କ ମୁଖପାତ୍ର ସୁବ୍ରତ ବାଗ୍‌ଚୀ କହିଛନ୍ତି।

Comments are closed.