BJD Bijuli 480×75 Mob

ଧାନ ସଂଗ୍ରହ ସୁଗମ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବିରୋଧି ଦଳ ନେତା

BJD Bijuli 480×75 Mob

ଭୁବନେଶ୍ବର : ରାଜ୍ୟରେ କରୋନା ଜନିତ ଲକଡାଉନ ଯୋଗୁ ଚାଷୀଙ୍କ ଧାନ ସଂଗ୍ରହରେ ସମସ୍ୟା ଦେଖାଦେଉଛି। ଏଭଳି ସ୍ଥିତିରେ ଚାଷୀଙ୍କ ଧାନ କିଣା ଓ ସଂଗ୍ରହ ସୁଗମ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଅନୁରୋଧ କରିଛନ୍ତି ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକ। ଶ୍ରୀ ନାଏକ ଦର୍ଶାଇଛନ୍ତି ଯେ ରାଜ୍ୟରେ ଏବେ ରବି ଧାନ ସଂଗ୍ରହ ଉପନିତ ହୋଇଛି। ଏହି ସ୍ଥିତିରେ ଧାନ ସଂଗ୍ରହ ବ୍ୟବସ୍ଥାର ବିକେନ୍ଦ୍ରୀକରଣ କରି ବର୍ଷାଦିନ ପୂର୍ବରୁ ଚାଷୀଙ୍କ ଠାରୁ ଧାନ କ୍ରୟ କରିବାକୁ ସେ ଅନୁରୋଧ କରିଛନ୍ତି। କଟକଣା ଯୋଗୁ ଦିନକୁ ମାତ୍ର ୩୦ ଜଣ ଚାଷୀ ମଣ୍ଡିକୁ ଆସିପାରିବେ। ତେଣୁ ଏଭଳି କଟକଣା ଥିବାରୁ ପଞ୍ଚାୟତରେ ବିଭିନ୍ନ ସ୍ଥାନରେ ମଣ୍ଡି କରି ଚାଷୀଙ୍କଠାରୁ ଧାନ ସଂଗ୍ରହ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ସାମାଜିକ ଦୁରତା ଅବଲମ୍ବନ କରାଯାଇ ପ୍ରତି ଉଠା ଜଳସେଚନ ପଏଣ୍ଟ ପିଛା ଏକ ହେକ୍ଟର ପରିବର୍ତେ ୨ ହେକ୍ଟର ଜମିରେ ଧାନସଂଗ୍ରହ କରିବାକୁ ମଧ୍ୟ ସେ ଦାବି କରିଛନ୍ତି।

Comments are closed.