ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ପ୍ରସଙ୍ଗରେ ନାଇଡୁଙ୍କୁ ନୀତୀଶଙ୍କ ସମର୍ଥନ

0

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ପ୍ରଦାନ କରିବା ନେଇ ମୁଖ୍ୟମନ୍ତ୍ରୀ ଏନ୍‍ ଚନ୍ଦ୍ରବାବୁ ନାଇଡୁ ଚଳାଇଥିବା ଦାବିକୁ ତାଙ୍କ ବିହାର ପ୍ରତିପକ୍ଷ ନୀତୀଶ କୁମାର ସମର୍ଥନ କରିଛନ୍ତି। ରବିବାର ନିତି ଆୟୋଗ ବୈଠକରେ ତେଲୁଗୁ ଦେଶମ ପାର୍ଟି ମୁଖ୍ୟ ନାଇଡୁ ଆନ୍ଧ୍ରପ୍ରଦେଶକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ମାନ୍ୟତା ଦାବି ଉଠାଇଥିଲେ। ନାଇଡୁଙ୍କୁ ସମର୍ଥନ ଜଣାଇବା ପୂର୍ବକ ନୀତୀଶ ବିହାର ପାଇଁ ଅନୁରୂପ ଦାବି କରିଥିଲେ। ନୀତୀଶ କହିଥିଲେ ଯେ ଆନ୍ଧ୍ରପ୍ରଦେଶ ସହିତ ବିହାରକୁ ସ୍ୱତନ୍ତ୍ର ପାହ୍ୟା ରାଜ୍ୟମାନ୍ୟତା ଦିଆଯାଉ। ନାଇଡୁଙ୍କ ଦାବିକୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଧ୍ୟ ସମର୍ଥନ କରିଥିଲେ। ବିହାରରେ ନୀତୀଶଙ୍କ ନେତୃତ୍ୱ ସରକାରରେ ବିଜେପି ଅଂଶୀଦାର ରହିଛି। ଏଠାରେ ଜେଡିୟୁ-ବିଜେପି ମେଣ୍ଟ ସରକାର କରିଛନ୍ତି। ତେବେ ସ୍ୱତନ୍ତ୍ର ପାହ୍ୟା ରାଜ୍ୟ ଦାବିକୁ ନେଇ ନାଇଡୁ ନିକଟରେ ବିଜେପି ନେତୃତ୍ୱ ଏନଡିଏରୁ ଓହରିଯାଇଛି।

Leave A Reply