www.samajalive.in
Wednesday, December 10, 2025
16.1 C
Bhubaneswar

କରୋନାକୁ ହରାଇଲେ ବଲିଉଡ଼୍‍ ପ୍ରଯୋଜକ

ମୁମ୍ବଇ: ବଲିଉଡ୍‌ ପ୍ରଯୋଜକ କରିମ ମୋରାନି କରୋନା ଲଢେଇ ଜିତି ଘରକୁ ଫେରିଛନ୍ତି। ସେ ଓ ତାଙ୍କ ୨ ଝିଅ ଶଜା ଓ ଜୋଆ କରୋନା ସଂକ୍ରମିତ ହୋଇଥିଲେ। ପୂର୍ବରୁ ଶଜା ଓ ଜୋଆ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏବେ କରିମ କରୋନାକୁ ହରାଇ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତାଙ୍କର ୨ଟି ରିପୋର୍ଟ ନେଗେଟିଭ୍‌ ଆସିବା ପରେ ମୁମ୍ବଇ ସ୍ଥିତ ନାନାବତି ହସ୍ପିଟାଲର ଡାକ୍ତର ତାଙ୍କୁ ଡିସଚାର୍ଜ କରି ଦେଇଥିବା ସୂଚନା ମିଳିଛି। ଘରକୁ ଆସିବା ପରେ କରିମ ନିଜ ପରିବାରବର୍ଗ ଓ ସାଙ୍ଗସାଥୀଙ୍କୁ ଏହି ସୂଚନା ସାମାଜିକ ଗଣମାଧ୍ୟମ ଜରିଆରେ ଦେଇଛନ୍ତି। ଘରକୁ ଆସିବା ପରେ ସେ ଶାନ୍ତି ଓ ସୁରକ୍ଷିତ ଅନୁଭବ କରୁଛନ୍ତି ବୋଲି କହିଛନ୍ତି। ଏଥିସହ କରୋନା ବିରୋଧରେ ସରକାରଙ୍କଠାରୁ ଆରମ୍ଭ କରି ଡାକ୍ତରୀ ଯୋଦ୍ଧା ପର୍ୟ୍ୟନ୍ତ ସମସ୍ତେ ଉତ୍ତମ କାର୍ୟ୍ୟ କରୁଛନ୍ତି। ଏଥିପାଇଁ ସେମାନେ ସର୍ବଦା ପ୍ରଶଂସନୀୟ ହୋଇ ରହିବେ ବୋଲି କରିମ କହିଛନ୍ତି। ବର୍ତ୍ତମାନ କରିମ ୧୪ ଦିନ ଯାଏ ଘରେ କ୍ୱାରାଣ୍ଟାଇନ୍‌ରେ ରହିବେ।

Hot this week

ଜାନୁଆରୀ ୧ରୁ ୩ଟି ରାଶିରେ ହେବ ଧନ ବର୍ଷା: ନୂଆବର୍ଷ ମଙ୍ଗଳାଦିତ୍ୟ ରାଜଯୋଗରୁ ଆରମ୍ଭ ହେବ

ସମାଜ ଡିଜିଟାଲ ଡେସ୍କ: ୨୦୨୬ ବର୍ଷ ଏକ ଅତ୍ୟନ୍ତ ଶୁଭ ରାଜଯୋଗ...

ମୋଷ୍ଟ ଷ୍ଟାଇଲିଶ୍‌ ପିପୁଲ ତାଲିକାରେ ଶାହରୁଖ୍‌

ନୂଆଦିଲ୍ଲୀ: ବଲିଉଡ୍ ର ବାଦଶାହା କହିଲେ ତାଙ୍କୁ ସମସ୍ତେ ଜାଣନ୍ତି। ତାଙ୍କ...

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

Related Articles

Popular Categories