www.samajalive.in
Sunday, December 7, 2025
18.1 C
Bhubaneswar

କରୋନା ଆତଙ୍କ : ୭୫ ବର୍ଷ ବୟସରୁ ଊର୍ଦ୍ଧ୍ବ ୪୨.୨ ଭାଗ ସଂକ୍ରମିତଙ୍କ ମୃତ୍ୟୁ

ନୂଆଦିଲ୍ଲୀ : କୋଭିଡ-୧୯ସଂକ୍ରମଣ ଯୋଗୁଁ ଦେଶରେ ମୃତ୍ୟୁହାର ଶତକଡ଼ା ୩.୩ ଭାଗ ରହିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମୁଖପାତ୍ର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ମୃତ୍ୟୁବରଣ କରିଥିବା ଲୋକମାନଙ୍କ ମଧ୍ୟରେ ଶତକଡ଼ା ୧୪.୪ ଭାଗ ୪୫ ବର୍ଷ ବୟସ ମଧ୍ୟରେ ଥିବାବେଳେ ଶତକଡ଼ା ୧୦. ୩ ଭାଗ ୪୫ ରୁ ୬୦ ବର୍ଷ ବୟସ ମଧ୍ୟରେ ଓ ଶତକଡ଼ା ୩୩.୧ ଭାଗ ୬୦ରୁ ୭୫ ବର୍ଷ ବୟସ ମଧ୍ୟରେ ଅଛନ୍ତି। ୭୫ ବର୍ଷ ବୟସରୁ ଊର୍ଦ୍ଧ୍ବ ବୟସର ମୃତ ଲୋକମାନଙ୍କ ପ୍ରତିଶତ ଶତକଡ଼ା ୪୨. ୨ ଭାଗ ରହିଛି।

ଦେଶରେ ଗତ ୨୪ ଘଣ୍ଟା ଭିତରେ ଆଉ ୯୯୧ ଜଣ ବ୍ୟକ୍ତି କରୋନା ଭୂତାଣୁରେ ସଂକ୍ରମିତ ହେବା ସହ ମୋଟ ସଂକ୍ରମିତ ଲୋକଙ୍କ ସଂଖ୍ୟା ୧୪ ହଜାର ୩୭୮ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ ୧ ହଜାର ୯୯୨ ଜଣ ସଂକ୍ରମିତ ବ୍ୟକ୍ତି ସୁସ୍ଥ ହୋଇ ନିଜ ନିଜର ଘରକୁ ଚାଲିଯାଇଥିବାବେଳେ ୪୮୦ ଜଣ ସଂକ୍ରମିତ ବ୍ୟକ୍ତି ପ୍ରାଣ ହରାଇଛନ୍ତି।

- Advertisement -

ସେ କହିଛନ୍ତି, ସଂକ୍ରମଣରେ ମୃତ୍ୟୁ ବରଣ କରିଥିବା ଶତକଡ଼ା ୮୩ ଭାଗ ଲୋକ କୌଣସି ନା କୌଣସି ରୋଗରେ ଆକ୍ରାନ୍ତ ଥିଲେ। ସରକାରଙ୍କଦ୍ୱାରା ମୂଳସ୍ତରରେ ନିଆଯାଇଥିବା ପଦକ୍ଷେପ ଯୋଗୁଁ ପୁଦୁଚେରୀର ମାହେ ଓ କର୍ଣ୍ଣାଟକର କୋଡ଼ାଗୁରେ ଗତ ୨୮ ଦିନ ହେଲା କୌଣସି ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇ ନାହାନ୍ତି। ଏତଦ୍‍ବ୍ୟତୀତ ୨୩ଟି ରାଜ୍ୟର ୪୫ଟି ଜିଲ୍ଲାରେ ଗତ ୧୪ ଦିନ ହେଲା ଆଉ କୌଣସି ନୂଆ ଲୋକ ଭୂତାଣୁରେ ସଂକ୍ରମିତ ହୋଇ ନାହାନ୍ତି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories