www.samajalive.in
Monday, December 15, 2025
15.1 C
Bhubaneswar

ମୃତ ଭାବି ସହକର୍ମୀଙ୍କୁ ପୋଲ ତଳକୁ ଫିଙ୍ଗିଦେଲେ

ବନହରପାଲି: ଜଣେ ଅସୁସ୍ଥ ଶ୍ରମିକଙ୍କୁ ଡାକ୍ତରଖାନା ନେଉଥିବା ସାଥୀମାନେ ନିଜକୁ ନିଜେ ଡାକ୍ତର ଭାବିନେଲେ। ଡାକ୍ତରଖାନା ନେବା ବାଟରେ ଜୀବନ ଚାଲିଯାଇଥିବା ଭାବି ପୋଲ ତଳକୁ ଫିଙ୍ଗି ଦେଇ ଚାଲିଗଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାରସୁଗୁଗୁଡା ଜିଲାରେ।
ପୁଲିସ ସୂଚନା ଅନୁଯାୟୀ, ବନହରପାଲି ସ୍ଥିତ ଓପିଜିସିର ନିର୍ମାଣାଧୀନ ୟୁନିଟରେ ଏକ ଠିକା ସଂସ୍ଥାରେ କାର୍ୟ୍ୟରତ ଗୌତମ ଭଣ୍ଡାରେ ନାମକ ଜଣେ ଶ୍ରମିକ ହଠାତ ବିଳମ୍ବିତ ରାତିରେ ଅସୁସ୍ଥ ହୋଇପଡ଼ିଲେ। ତାଙ୍କୁ ସହକର୍ମୀମାନେ ଏକ ବୋଲେରୋରେ ବୁର୍ଲା ଡାକ୍ତରଖାନାକୁ ନେଉଥିଲେ। ରଂପେଲା ବ୍ରିଜ ନିକଟରେ ଗୌତମଙ୍କ ସ୍ବାସ୍ଥ୍ୟାବସ୍ଥା ଆହୁରି ବିଗିଡ଼ି ଗଲା। ତାଙ୍କର ନିଃଶ୍ବାସ ପ୍ରଶ୍ଵାସ ବନ୍ଦ ହୋଇଯାଇଥିବା ଅନୁମାନ କରିବା ପରେ ସାଥୀମାନେ ତାଙ୍କୁ ମୃତ ଭାବିଥିଲେ। ତେଣୁ ଆଉ ଡାକ୍ତରଖାନା ନ ନେଇ ଇବ ନଦୀରେ ନବ ନିର୍ମିତ ବ୍ରିଜ ଉପରୁ ଗୌତମଙ୍କୁ ଫିଙ୍ଗି ଚାଲି ଆସିଥିଲେ । ଖବର ପ୍ରଚାର ହେବା ପରେ ବନହରପାଲି ପୁଲିସ ବୋଲରୋ ଡ୍ରାଇଭର ସହିତ ୪ ଜଣଙ୍କୁ ଅଟକରଖି ପଚରା ଉଚୁରା କରୁଛି। ସେମାନେ ଦୋଷ ସ୍ବୀକାର କରିଥିବା ବନହରପାଲି ପୁଲିସ ଅଧିକାରୀ ପୁରୁଷୋତ୍ତମ ଭୋଇ ସୂଚନା ଦେଇଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories