ସୋର: ସୋର ଅବକାରୀ ବିଭାଗ ପକ୍ଷରୁ ଗତ ରାତିରେ ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ବିପୁଳ ପରିମାଣର ଚୋରାମଦ ଜବତ କରାଯାଇଛି। ଚୋରା ମଦ କାରବାର ଅଭିଯୋଗରେ ୭ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କଠାରୁ ୫ଟି ବାଇକ୍ ମଧ୍ୟ ଜବତ କରାଯାଇଥିବା ଜଣାପଡ଼ିଛି।
ଅବକାରୀ ପୁଲିସ ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତମାନେ ହେଲେ ଗଙ୍ଗାଧର ବିନ୍ଧାଣୀ, ସୌମ୍ୟ ରଞ୍ଜନ ବେହେରା, ଅଜୁ ମଲ୍ଲିକ, ହରିଶ ବେହେରା, ସାଜଲ ମଲିକ, ସୋନୁ ମଲିକ, ପ୍ରଶାନ୍ତ ମଲିକ। ସୋର ଅବକାରୀ ଅଧିକାରୀ କୁଳମଣି ମହରାଣାଙ୍କ ନେତୃତ୍ୱରେ ଏହି ଚଢ଼ଉ କରାଯାଇଥିଲା।
ଅବକାରୀ ଚଢ଼ଉ: ୭ ବାଇକ ଓ ଚୋରାମଦ ଜବତ, ୭ ଗିରଫ
Popular Categories



