www.samajalive.in
Sunday, December 14, 2025
26.1 C
Bhubaneswar

ଅବସାଦ ଦୂର କରିବାର ଉପାୟ

ନିକଟରେ ହୋଇଥିବା ସର୍ବେକ୍ଷଣରେ ଭାରତୀୟମାନେ ଶୀର୍ଷରେ ରହିଛନ୍ତି। ନରୱେ ଗବେଷକ ସଂଘ ବିଶ୍ବର ୫୭ଟି ରାଷ୍ଟ୍ରର ୫୫ହଜାରରୁ ଅଧିକ ଲୋକଙ୍କୁ ନେଇ ଏକ ଗବେଷଣା କରିିଥିଲେ। ଏହି ଗବେଷଣାରେ ସଂଖ୍ୟାଧିକ ଭାରତୀୟ ମଧ୍ୟ ସାମିଲ ଥିଲେ। ରୋଚକ ତଥ୍ୟ ଯେ ଅନ୍ୟ ପ୍ରାନ୍ତ ତୁଳନାରେ ଅଧିକ ଈଶ୍ବରବିଶ୍ବାସୀ ଭାରତୀୟ ବର୍ଗ କମ୍ ଅବସାଦଗ୍ରସ୍ତ ହୋଇଥାନ୍ତି।

ସାଧାରଣତଃ ବୟସ ବଢ଼ିଲେ ଅବସାଦ ବଢ଼ିଥାଏ ବୋଲି ବିଶେଷଜ୍ଞଙ୍କ ମତ। ଭାରତୀୟ ବର୍ଗ ଈଶ୍ବରଙ୍କୁ ପ୍ରତି ମୁହୂର୍ତ୍ତରେ ସ୍ମରଣ କରିବା ସହ ପ୍ରାର୍ଥନା କରିଥାନ୍ତି। ପ୍ରାୟ ପ୍ରତ୍ୟେକ ହିନ୍ଦୁ ପରିବାରର ମହିଳାମାନେ ପୂଜାପାଠ କରିବା ସହ ପ୍ରାର୍ଥନା କରିବାରେ ଆଦୌ ହେଳା କରନ୍ତିନାହିଁ।

- Advertisement -

ଗବେଷକ ଦଳର ମୁଖ୍ୟ କହିଥିଲେ, ଏହି ଗବେଷଣା ସମୟରେ ସେ ଭାରତରେ ୬ ମାସ ଅତିବାହିତ କରିଥିଲେ। ଚେନ୍ନଇରେ ବସ୍ ଯାତ୍ରା କରୁଥିବା ସମୟରେ ଜଣେ ବୟସ୍କା ମହିଳା କିଛି ନ କହି ନିରବରେ ମନ୍ତ୍ର ଉଚ୍ଚାରଣ କରୁଥାନ୍ତି। ପ୍ରଥମେ ଗବେଷକ ଏହା ଜାଣିପାରିନଥିଲେ, ମହିଳାଜଣକ ଏପରି କାହିଁକି କରୁଛନ୍ତି ବୋଲି ବାରମ୍ବାର ତାଙ୍କ ମନରେ ପ୍ରଶ୍ନବାଚୀ ହେଉଥାଏ। ଶେଷରେ ତାଙ୍କ ସନ୍ଦେହକୁ ପାଖରେ ବସିଥିବା ଜଣେ ସହଯାତ୍ରୀ ବୁଝିପାରି ଏହା ଭାରତୀୟଙ୍କ ଅନ୍ଧଶ୍ରଦ୍ଧା ବୋଲି କହିଥିଲେ। ନିୟମିତ ଭାବେ ପ୍ରାର୍ଥନା କରିବା ଦ୍ବାରା ମନ ଓ ଶରୀର ସୁସ୍ଥ ରହିଥାଏ। ଭାରତୀୟ ଯୁବପିଢ଼ି ମଧ୍ୟ ଈଶ୍ବରବିଶ୍ବାସୀ ବୋଲି ତଥ୍ୟରୁ ପ୍ରକାଶିତ। ଏହି ତାଲିକାରେ ଦ୍ବିତୀୟ ସ୍ଥାନରେ ଜାପାନ ଥିବାବେଳେ ତୃତୀୟରେ ଆମେରିକା ସ୍ଥାନିତ।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories