www.samajalive.in
Tuesday, December 9, 2025
16.1 C
Bhubaneswar

ରୟାଲ୍‍ ଏନ୍‍ଫିଲ୍ଡ ମାଲିକଙ୍କ ପାଇଁ ବଡ଼ ଖବର! ଲକ୍‍ଡାଉନରେ ବାଇକ୍‍ର ରକ୍ଷଣାବେକ୍ଷଣ ପାଇଁ କମ୍ପାନୀ ଜାରି କଲା ନିୟମାବଳୀ

ସମାଜ ପୋର୍ଟାଲ ଡେସ୍କ: ଦେଶରେ କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ଯୋଗୁଁ ଲକ୍‍ଡାଉନ୍‍ ଅବଧିକୁ ବୃଦ୍ଧି କରି ଦିଆଯାଇଛି। ଏହି କାରଣରୁ ନା କେବଳ ଜନ ଜୀବନ ପ୍ରଭାବିତ ହେଉଛି ବରଂ ଯାନବାହାନର ରକ୍ଷଣାବେକ୍ଷଣ(ମେଣ୍ଟେନାନ୍ସ) ଉପରେ ମଧ୍ୟ ଏହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି। ଲକ୍‍ଡାଉନ୍‍ କାରଣରୁ ଲୋକମାନଙ୍କ ଯାତାୟତ ବନ୍ଦ ହୋଇଯାଇଛି ଏବଂ ଏହା ସହିତ ଯାନବାହାନ ଗୁଡ଼ିକର ବ୍ୟବହାର ମଧ୍ୟ ଆଦୌ ହେଉନାହିଁ କହିଲେ ଅତ୍ୟୁକ୍ତି ହେବନାହିଁ। ଦୀର୍ଘ ଦିନ ଏପରି ଭାବେ ଯାନବାହାନ ପଡ଼ି ରହିଲେ ଏହାର ପ୍ରଭାବ ମେଶିନାରୀ ଉପରେ ମଧ୍ୟ ପଡ଼ିଥାଏ। ଏହାକୁ ନଜରରେ ରଖି ଦେଶର ପ୍ରମୁଖ ଯାନବାହାନ ନିର୍ମାତା କମ୍ପାନୀ ରୟାଲ ଏନ୍‍ଫିଲ୍ଡ ନିଜ ୱାରେଣ୍ଟି ଏବଂ ଫ୍ରି ସର୍ଭିସିଂକୁ ବଢାଇ ଦେଇଛି। ଏହା ସହିତ କମ୍ପାନୀ ପକ୍ଷରୁ କିଛି ଜରୁରୀ ନିୟମାବଳୀ ଜାରି କରାଯାଇଛି, ଯାହା ଦ୍ୱାରା ଏହି ଲକ୍‍ଡାଉନ୍‍ ସମୟରେ ମଧ୍ୟ ଆପଣ ଆପଣଙ୍କ ରୟାଲ ଏନ୍‍ଫିଲ୍ଡ ବାଇକ୍‍କୁ ସୁରକ୍ଷିତ ରଖିପାରିବେ।

ତେବେ ଆସନ୍ତୁ ଜାଣିବା କ’ଣ ସେହି ସବୁ ଜରୁରୀ କଥା –
୧. ନିଜ ବାଇକ୍‍କୁ ସର୍ବଦା ମଜଭୁତ ଚଟାଣ ଉପରେ ସେଣ୍ଟର ଷ୍ଟାଣ୍ଡରେ ଠିଆ କରନ୍ତୁ।
୨. ବାଇକ୍‍ ପ୍ରତ୍ୟେକ ଦିନ ଗୋଟିଏ ସ୍ଥାନରେ ରଖନ୍ତୁ ନାହିଁ। ଦିନେ କିମ୍ବା ଦୁଇ ଦିନ ଅନ୍ତରାଳରେ ଷ୍ଟାଣ୍ଡ ଖୋଲି ୨/୪ ମିଟର ଯାଏ ବୁଲାନ୍ତୁ।
୩. ଦିନେ ଦୁଇ ଦିନ ଅନ୍ତରାଳରେ ବାଇକ୍‍ର ଇଞ୍ଜିନ୍‍ ଷ୍ଟାର୍ଟ କରି ଏହାର ଲାଇଟ୍‍ ଆଦିକୁ ଚେକ୍‍ କରନ୍ତୁ। ଏହା ବ୍ୟତୀତ ବାଇକ୍‍ର ତେଲ ଟାଙ୍କିକୁ ମଧ୍ୟ ଥରେ ଖୋଲି ଦେଖନ୍ତୁ।
୪. ବାଇକ୍‍ ରଖିବା ବେଳେ ସର୍ବଦା ବାଇକ୍‍ କଭର୍‍ ଦ୍ୱାରା ଘୋଡ଼ାଇ ରଖନ୍ତୁ।
୫. ବାଇକ୍‍ ଚେନ୍‍ରେ କ୍ଲିନର୍‍ ତଥା ଗ୍ରୀସ୍‍ ବ୍ୟବହାର କରନ୍ତୁ।
୬. ଗାଡ଼ିର ଚେନ୍‍ ସ୍ପ୍ରୋକେଟ୍‍, ବ୍ରେକ୍‍ ଓ ଲିଭର୍‍ ଇତ୍ୟାଦିରେ ମଧ୍ୟ ଅଏଲିଂ କରନ୍ତୁ।
୭. ସପ୍ତାହରେ ଥରେ ବାଇକ୍‍କୁ ସଫା ପାଣିରେ ଧୁଅନ୍ତୁ ଓ ସୁଖିଲା କପଡ଼ାରେ ଭଲ ଭାବେ ପୋଛନ୍ତୁ।
୮. ଗାଡ଼ିକୁ ଚେକ୍‍ କଲାବେଳେ କେବେହେଲେ ଏକ୍ସଲେଟରକୁ ଥରକରେ ଜୋର୍‍ରେ ଚଲାନ୍ତୁ ନାହିଁ।
୯. ନିଜ ରୟାଲ ଏନ୍‍ଫିଲ୍ଡକୁ ସର୍ବଦା ଛାଇରେ ରଖନ୍ତୁ।
୧୦. ବାଇକ୍‍ ଧୋଇବା ସମୟରେ ଚାବି ହୋଲ୍‍କୁ କଭର୍‍ କରନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories