www.samajalive.in
Monday, December 8, 2025
14.1 C
Bhubaneswar

ଦିଲ୍ଲୀରେ ପିଜା ଡେଲିଭରି ବୟ କରୋନା ପଜିଟିଭ, କ୍ବାରେଣ୍ଟାଇନରେ ୭୨ ପରିବାର

ନୂଆଦିଲ୍ଲୀ: ଦିଲ୍ଲୀରେ କରୋନା ଭୂତାଣୁର ପ୍ରକୋପ ବଢ଼ି ଚାଲିଥିବାବେଳେ ଗୁରୁବାର ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗରରେ ପିଜା ଡେଲିଭରି କରୁଥିବା ଜଣେ ଯୁବକଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହା ପରେ ସମ୍ପୃକ୍ତ ଅଞ୍ଚଳରେ କରୋନା ବ୍ୟାପିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଫଳରେ ଯୁବକ ଜଣକ ଯେଉଁ ଲୋକମାନଙ୍କ ଘରେ ପିଜା ଡେଲିଭରି କରିଛନ୍ତି ସେମାନଙ୍କୁ ଏବେ କ୍ବାରେଣ୍ଟାଇନରେ ରଖିବାକୁ କୁହାଯାଇଛି। ମାଲବୀୟ ନଗରର ପ୍ରାୟ ୭୨ ପରିବାର କ୍ବାରେଣ୍ଟାଇନରେ ରଖାଯାଇଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ସୂଚନା ଅନୁସାରେ, ଏହି ଯୁବକ ଜଣକ କରୋନାରେ ଆକ୍ରାନ୍ତ ହୋଇଥିବା ଏପ୍ରିଲ ୧୪ରେ ଜଣାପଡ଼ିଥିଲା। ଏହା ପରେ ସେ ଯେଉଁ ଘରେ ପିଜା ଡେଲିଭରି କରିଥିଲେ ସେସବୁ ଘରକୁ ଚିହ୍ନଟ କରାଯାଇଛି। ପରେ ସେହି ପରିବାରଗୁଡ଼ିକୁ କ୍ବାରେଣ୍ଟାଇନରେ ରଖାଯାଇଛି। କୁହାଯାଉଛି ଯେ, ଏହି ଯୁବକ ଜଣକ ନିଜଠାରେ କରୋନା ଲକ୍ଷଣ ଅନୁଭବ କରିବା ପରେ ସତର୍କ ହୋଇ କେତେକ ସରକାରୀ ହସ୍ପିଟାଲକୁ ପରୀକ୍ଷା କରାଇବାକୁ ଯାଇଥିଲେ। କିନ୍ତୁ ତାଙ୍କର କୌଣସି ବିଦେଶ ଯାତ୍ରାର ବିବରଣୀ ନ ଥିବାରୁ ହସ୍ପିଟାଲ ପକ୍ଷରୁ ତାଙ୍କୁ ଫେରାଇ ଦିଆଯାଇଥିଲା। ଯେତେବେଳେ ଅବସ୍ଥା ଗମ୍ଭୀର ହେଲା, ସେତେବେଳେ ସେ ହସ୍ପିଟାଲ ଯିବାରୁ ପରୀକ୍ଷା କରାଯାଇଥିଲା। ପରୀକ୍ଷାରୁ ତାଙ୍କର ରିପୋର୍ଟ ପଜିଟିଭ ଆସିଛି। ବର୍ତ୍ତମାନ ତାଙ୍କୁ ଏକ ହସ୍ପିଟାଲରେ ରଖି ଚିକିତ୍ସା କରାଯାଉଛି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories