www.samajalive.in
Saturday, December 13, 2025
26.1 C
Bhubaneswar

ଗଛରେ ପିଟି ହେଲା ବାଇକ – ଜଣେ ମୃତ, ୨ ଗୁରୁତର 

ଫୁଲବାଣୀ: ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ରାସ୍ତା କଡରେ ଥିବା ଏକ ଗଛରେ ଭାରସାମ୍ୟ ହରାଇ ବାଇକ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୨ ଜଣ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଫିରିଙ୍ଗିଆ ବ୍ଲକ ସାଡୀଙ୍ଗିଆ ଅଞ୍ଚଳରେ ସୂଚନା ଅନୁସାରେ ଗତକାଲି ରାତିରେ ସାଡୀଙ୍ଗିଆ ଠାରେ ଚାଲିଥିବା ରାହାସ ଯାତ୍ରା ଦେଖିବା ପାଇଁ ଏକ ବାଇକରେ ୩ ଜଣ ସାଙ୍ଗ ଆସିଥିଲେ। ଯାତ୍ରା ସରିବା ପରେ ପୁଣି ସେହି ତିନିଜଣ ସାଙ୍ଗ ନିଜ ଗାଁକୁ ବାଇକରେ ଫେରୁଥିବା ସମୟରେ ସାଡୀଙ୍ଗିଆ ବାନ୍ଦାଦଣୀ ରାସ୍ତାର କିଆମୁଣ୍ଡା ଟିକାରପଦର ଘାଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଶାଳ ଗଛରେ ବାଇକଟି ଭାରସାମ୍ୟ ହରାଇ ପିଟି ହୋଇଥିଲା। ଫଳରେ ବାଇକରେ ବସିଥିବା ୩ ଜଣ ଯୁବକ ଗୁରୁତର ଆହତ ହୋଇଥିଲେ। ଖବର ପାଇ ଦୁର୍ଘଟଣାସ୍ଥଳ ପାଖରେ ଥିବା ଗାଁ ଲୋକେ ଗୁରୁତର ଆହତ ତିନିଜଣ ଯୁବକଙ୍କୁ ଏକ ଅଟୋରେ ଚିକିତ୍ସା ପାଇଁ ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିବା ବେଳେ ଡାକ୍ତର ଖାନରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ମୃତ ଯୁବକ ଜଣକ ଫିରିଙ୍ଗିଆ ଥାନା  ସାଡୀଙ୍ଗିଆ ପଞ୍ଚାୟତ ଅଧୀନରେ ଥିବା ପିଡିଆକୁଟି ଗାଁର କାଣ୍ଡି ବାଙ୍କ ବୋଲି ଜଣାପଡ଼ିଥିବା ବେଳେ ଗୁରୁତର ଆହତ ହୋଇଥିବା ଯୁବକ ମାନଙ୍କ ମଧ୍ୟରେ ଜଣେ ବାନ୍ଦାଦଣୀ ଗାଁର ସନାତନ କହଁର ଓ ଅନ୍ୟଜଣେ ଡାଙ୍ଗାଣିପଦର ଗାଁର ମାନସ ମଲିକ ବୋଲି ଜଣାପଡିଛି। ଖବର ପାଇ ଫିରିଙ୍ଗିଆ ଥାନା ପୋଲିସ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ପଠେଇ ଅଧିକ ତଦନ୍ତ ଜାରିରଖିଥିବା ସୂଚନା ଦେଇଛନ୍ତି ଫିରିଙ୍ଗିଆ ଥାନା ଅଧିକାରୀ ଗୋପୀନାଥ ପ୍ରଧାନ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories