www.samajalive.in
Monday, December 8, 2025
27.1 C
Bhubaneswar

ଉଦଘାଟିତ ହେଲା ରାଜନଗର ବାଲିଯାତ୍ରା

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଅନ୍ତର୍ଗତ ରାଜନଗର ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ଐତିହାସିକ ବୋଇତ ବନ୍ଦାଣ ଅବସରରେ ଶୁକ୍ରବାର ସନ୍ଧ୍ୟାରୁ ବାଲିଯାତ୍ରା ଆରମ୍ଭ ହୋଇଛି। ସ୍ଥାନୀୟ ହାଇସ୍କୁଲ ପଡିଆ ରେ ଚଳିତ ବର୍ଷ ଏହି ବାଲିଯାତ୍ରା ହେଉଥିବାବେଳେ ରାଜନଗର ପଞ୍ଚାୟତର ସରପଞ୍ଚ ସୁଧାଂଶୁ ନାଏକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବାଲିଯାତ୍ରାକୁ ଉଦଘାଟନ କରିଥିଲେ। ଉଦଘାଟନୀ ଉତ୍ସବରେ  ପୂର୍ତ୍ତ ବିଭାଗର ସାଂସଦଙ୍କ ପ୍ରତିନିଧି ପ୍ରିୟ ରଞ୍ଜନ ସିଂହ,ବାଲିଯାତ୍ରା କମିଟିର ସଭାପତି ତୃପ୍ତି ରଞ୍ଜନ ସିଂହ, କୋଷାଧ୍ୟକ୍ଷ ବସନ୍ତ କୁମାର ମିଶ୍ର ପ୍ରମୁଖ ଯୋଗଦେଇ ଥିଲେ। ଏହି ବାଲିଯାତ୍ରା ଆସନ୍ତା ମଙ୍ଗଳବାର ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ବାଲିଯାତ୍ରା କମିଟି ପକ୍ଷରୁ ସୂଚନା ଦେଇଥିବା ବେଳେ ଦ୍ଵିତୀୟ ଦିବସରେ ସରପଞ୍ଚ ସୁଧାଂଶୁ ନାଏକଙ୍କ ସହ ସର୍ବଶ୍ରୀ ଧରଣୀଧର ଦାସ,ପ୍ରିୟରଞ୍ଜନ ସିଂହ, ମଣି ଭୂଷଣ ବାରିକ ପ୍ରମୁଖ ସନ୍ଧ୍ୟାରେ ଅତିଥି ଅଛନ୍ତି। କରଞ୍ଜିଆ ଡ୍ୟାନ୍ସ ଗ୍ରୁପ ନୃତ୍ୟ ସଙ୍ଗୀତ ପରିବେଷଣ କରୁଥିବା ବେଳେ ମୀନାବଜାରରେ ଗହଳି ଲାଗି ରହିଛି।

Hot this week

ହୋଟେଲ ବୁକିଂ ନାଁରେ ଠକେଇ: ସାବଧାନ, ଠକମାନେ ଏମିତି ଫଶାଉଛନ୍ତି

ସମାଜ ଡିଜିଟାଲ ଡେସ୍କ: ନିକଟରେ, ପ୍ରୟାଗରାଜର କ୍ୟାଣ୍ଟ ପୁଲିସ ଷ୍ଟେସନ ଅଞ୍ଚଳରେ...

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

Related Articles

Popular Categories