ପାଟଣା: ପାଟଣା ବ୍ଲକ ଚାକୁଣ୍ଡାପାଳ ଗ୍ରାମ ପଞ୍ଚାୟତର ଜଡିଚାତର ଗ୍ରାମରେ ରାଧାକୃଷ୍ଣ ଯୁବକ ସଂଘ ଦ୍ୱାରା ଗ୍ରାମରେ ରାହାସ ପୂଜା ଅନୁଷ୍ଠିତ ହୋଇଯାଇଛି। ଏଠାରେ ପୂଜକ ନୁନ୍ଦୁ ତ୍ରିପାଠୀଙ୍କ ଦ୍ୱାରା ପୂଜା କାର୍ଯ୍ୟ ସମ୍ପାଦନ କରାଯାଇଥିବା ବେଳେ ସଂକଳ୍ପରେ ପୂର୍ଣଚନ୍ଦ୍ର ନାଏକ ସସ୍ତ୍ରିକ ଥିଲେ। ସହଯୋଗୀ ବନମାଳୀ ନାଏକ ଓ କେଶବ ନାଏକ ଉପସ୍ଥିତ ଥିବା ବେଳେ ଯୁବକ ସଂଘର ସଭାପତି ତପନ କୁମାର ନାଏକ ଓ ସମ୍ପାଦକ ପପୁନ କୁମର ନାଏକ ଏବଂ ଯୁବକ ସଂଘ ର ସଦସ୍ୟ ଓ ଗ୍ରାମର ମା ମାଉସୀ ଭାଇ ଭଉଣୀ ଉପସ୍ଥିତ ରହି ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ଶେଷରେ ଭଜନ କୀର୍ତନ କରି ପ୍ରସାଦ ସେବନ କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।
Popular Categories



