ତ୍ୟାଗ ତରଫରୁ ସକାଳେ ସ୍ୱେଚ୍ଛାକୃତ ରକ୍ତଦାନ ଓ ସନ୍ଧ୍ୟାରେ ରନ୍ଧାଖାଦ୍ୟ ବଣ୍ଟନ
ବୁର୍ଲା : ବର୍ତ୍ତମାନ କରୋନା ଭାଇରସ ବା କୋଭିଡ଼-୧୯ ସଂକ୍ରମଣକୁ ଆଖିଆଗରେ ରଖାଯାଇ ଲକଡ଼ାଉନ ଘୋଷଣା କରାଯାଇଛି। ସେପଟେ ଲକ ଡ଼ଭାଉନକୁ ପୁଣି ଏପ୍ରିଲ ମାସ ୩୦ ତାରିଖକୁ ବୃଦ୍ଧି କରାଯାଇଛି। ଲକ ଡ଼ାଉନକୁ ଆହୁରି କଡ଼ାକଡ଼ି କରାଯିବା ପରିପେକ୍ଷିରେ ଅପରାହ୍ନ ୧୨ଟାରୁ ସମସ୍ତ ଦୋକାନ ବଜାର ବନ୍ଦ କରି ଦିଆ ଯାଇଛି। ଜଳଖିଆ ଦୋକାନ ଠାରୁ ଆରମ୍ଭ କରି ମିଲ ତଥା ଅନ୍ୟାନ୍ୟ ଖାଦ୍ୟ ଦୋକାନ ମାନ ବନ୍ଦ ରହିଛି। ଫଳରେ ପଶ୍ଚିମ ଓଡ଼ିଶାର ମେଡ଼ିକାଲ ଭିମସାରକୁ ଆସୁଥିବା ଶହ ଶହ ରୋଗୀ ସମ୍ପର୍କିୟ ଖାଦ୍ୟ ସାମଗ୍ରୀ ପାଇଁ ହଟହଟାର ସମ୍ମୁଖୀନ ହେଉଛନ୍ତି। ଏହାକୁ ହୃଦୟଙ୍ଗମ କରି ସ୍ୱେଚ୍ଛାସେବୀ ରକ୍ତଦାନ ସଂସ୍ଥା ତ୍ୟାଗ ତରଫରୁ ଗତ ମାର୍ଚ୍ଚମାସ ୩୧ ତାରିଖରୁ ରନ୍ଧାଖାଦ୍ୟ ବଣ୍ଟନ ଜାରି ଆଗାମୀ ଏପ୍ରିଲ ମାସ ୩୦ ତାରିଖ ପର୍ଯ୍ୟନ୍ତ ଚାଲିବ। ରବିବାର ରନ୍ଧାଖାଦ୍ୟ ବଣ୍ଟନ ବ୍ୟବସ୍ଥାକୁ ୧୩ଦିନରେ ପହଞ୍ଚିଛି।
ଭିମସାରରେ ରକ୍ତର ଉତ୍କଟ ଅଭାବକୁ ହୃଦୟଙ୍ଗମ କରି ତ୍ୟାଗ ସଂସ୍ଥାର ସଦସ୍ୟ ମାନେ ପୁଣି ଅଣ୍ଟାଭିଡ଼ି ସକାଳ ସମୟରେ ସ୍ୱେଚ୍ଛାକୃତ ଭାବରେ ରକ୍ତଦାନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ସକାଳେ ରକ୍ତଦାନ ଏବଂ ସନ୍ଧ୍ୟା ସମୟରେ ରୋଗୀ ସମ୍ପର୍କିୟଙ୍କୁ ଖାଦ୍ୟ ବଣ୍ଟନ ସମାନ୍ତରାଳ ଭାବରେ ଚାଲିଛି। ସାମାଜିକ ଦୁରତ୍ୱକୁ ପ୍ରାଧାନ୍ୟ ଦିଆଯାଇ ସମସ୍ତ ରୋଗୀ ସମ୍ପର୍କିୟଙ୍କୁ ଗୋଲ ମଧ୍ୟରେ ଛିଡ଼ାକରାଯାଇ ବ୍ୟବସ୍ତିତ ଭାବରେ ରନ୍ଧାଖାଦ୍ୟ ବଣ୍ଟନ କରାଚାଲିଛି। ସାନିଟାଇଜର, ମାଷ୍କ ଏବଂ ହାତରେ ଗ୍ଲୋବସ ଲଗାଯାଇ ସଦସ୍ୟ ମାନେ ଏହି ରନ୍ଧାଖାଦ୍ୟ ବିତରଣ ବ୍ୟବସ୍ତା ଜାରି ରଖିଛନ୍ତି। ଅନେକ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷ ଭିମସାରକୁ ଆସି ତଥାଗ ତରଫରୁ ହେଉଥିବା ରନ୍ଧାଖାଦ୍ୟ ବିତରଣରେ ନିୟମିତ ସାମିଲ ହେଉଛନ୍ତି। ଆଜି ମଧ୍ୟ ଭିସୁଟର କୁଳପତି ପ୍ରଫେସର ଅଟଳ ଚୌଧିରୀ ଭିମସାର ମେଡ଼ିକାଲର ରୋଗୀ ସମ୍ପର୍କିୟଙ୍କୁ ତ୍ୟାଗ ତରଫରୁ ଆୟୋଜିତ ହୋଇଥିବା ରନ୍ଧାଖାଦ୍ୟ ବିତରଣ କରିଥିଲେ। ତ୍ୟାଗର ସଭାପତି ଦୁର୍ଗା ପାଢ଼ୀଙ୍କ ନେତୃତ୍ୱରେ ସମାଜସେବୀ ଇଂ ଶିବପ୍ରସାଦ ପାଢ଼ୀ, ଦଶରଥ ଦାସ, ବାବୁ ପଣ୍ଡା, ନୟନ ପଟେଲ, ବିରଞ୍ôଚ ମହାପାତ୍ରଙ୍କ ସମେତ ଅନ୍ୟାନ୍ୟ ସମସ୍ତ ସଦସ୍ୟ ମାନଙ୍କ ପ୍ରଚେଷ୍ଟା କ୍ରମେ ଦ୍ୱାରା ସୁବ୍ୟବସ୍ତିତ ଭାବରେ ରାତ୍ରି ସମୟରେ ରନ୍ଧାଖାଦ୍ୟ ବିତରଣ କରାଯାଇଥିଲା। ରନ୍ଧାଖାଦ୍ୟରେ ଭାତ ଏବଂ ଡ଼ାଲମା ଓ ପୁଣି ଖିଚଡ଼ି ଏବଂ ଖଟା ମଧ୍ୟ ବଣ୍ଟନ କରାଚାଲିଛି।
Comments are closed.