www.samajalive.in
Monday, December 15, 2025
14.1 C
Bhubaneswar

ଆଉ ଜଣଙ୍କ ଶବ ଉଦ୍ଧାର, ଟନେଲରେ ରହିଛନ୍ତି ୩

ରାଉରକେଲା  : ଆର୍‍ଏସ୍‍ପିରୁ ମଳଲୁହା ସଂଗ୍ରହ କରିବାକୁ ଯାଇ ଟନେଲରେ ଫସି ଯାଇଥିବା ଶୀତଳପଡାର ୫ ଯୁବକଙ୍କ ମଧ୍ୟରୁ ଆଜି ଆଉ ଜଣେ ଯୁବକଙ୍କ ଶବ ଉଦ୍ଧାର କରାଯାଇଛି। ପୂର୍ବରୁ ରାଜୁ ନାୟକ ନାମକ ଯୁବକଙ୍କ ଶବ ଉଦ୍ଧାର ହୋଇଥିଲା। ଏହାକୁ ମିଶାଇ ଆଜି ସୁଦ୍ଧା ୨ଟି ଶବ ଉଦ୍ଧାର ହେଲାଣି। ଆଉ ୩ ଜଣଙ୍କ ଶବ ଟନେଲ ଭିତରେ ଫସି ରହିଛି। ଆସନ୍ତାକାଲିର ଚୂଡାନ୍ତ ଅପରେସନ ପରେ ରହିଯାଇଥିବା ୩ଟି ଶବ ଉଦ୍ଧାର ହୋଇପାରିବ ବୋଲି କୁହାଯାଉଛି। ତେବେ ଆଜି ଉଦ୍ଧାର ହୋଇଥିବା ଶବ କାହାର ତାହା ଚିହ୍ନଟ ହୋଇପାରି ନାହିଁ। ଶବଟି ପଚି ଯାଇଥିବାରୁ ପରିବାର ଲୋକଙ୍କ ସହାୟତା ନିଆଯିବ ବୋଲି ସୂଚନା ମିଳିଛି।
ଏଠାରେ ସୂଚନାଯୋଗ୍ୟ ଯେ, ଶୀତଳପଡା ବସ୍ତିର ରାଜୁ ନାୟକ, ସୁରେଶ ସିଂହ, ସୁରଜ କୁର୍ମୀ ଓ କ୍ରିଷ୍ଣା ବଡ଼ାଇକ ଆର୍‍ଏସ୍‍ପିରୁ ମଳ ଲୁହା ଚୋରି କରିବାକୁ ଶୀତଳପଡାକୁ ସଂଯୋଗ କରୁଥିବା ଆର୍‍ଏସ୍‍ପିର ୯ ନମ୍ବର ଟନେଲ ବାଟେ ଯାଇଥିଲେ। ଗତ ୩ ତାରିଖ ସକାଳେ ଏହି ଯୁବକମାନେ ଯାଇ ସନ୍ଧ୍ୟା ସୁଦ୍ଧା ନ ଫେରିବାରୁ ଗହନୁ ଲୋହାର ସମେତ ଅନ୍ୟ ୪ ଜଣ ଯୁବକ ସେମାନଙ୍କୁ ଖୋଜିବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ଗହନୁ ଲୋହାର ମଧ୍ୟ ସେହି ଟନେଲ ଭିତରେ ଫସି ଯାଇଥିଲେ। ଗତ ୭ ତାରିଖ ଦିନ ଏହି ଖବର ହଇଚଇ ସୃଷ୍ଟି କରିବା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ପୁଲିସ୍‍, ସିଆଇଏସ୍‍ଏଫ୍‍, ଓଡ୍ରାପ୍‍, ଅଗ୍ନିଶମ ବିଭାଗ ଓ ଆର୍‍ଏସ୍‍ପି କର୍ତ୍ତୃପକ୍ଷ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ୭ ତାରିଖରେ ରାଜୁ ନାୟକ ନାମକ ଯୁବକଙ୍କ ଶବ ଉଦ୍ଧାର ହୋଇଥିଲା। ଅନ୍ୟ ୪ଟି ଶବ ଟନେଲର ଗଭୀର ଅଂଶରେ ରହିଯାଇଥିଲା। ପିଚୁ, ମୋବିଲ୍‍, କାଦୁଅ ଆଦି କାରଖାନାର ଆବର୍ଜନା ଯୋଗୁଁ ସମ୍ପୃକ୍ତ ଯୁବକମାନେ ଟନେଲ ଭିତରେ ଫସି ଯାଇଥିଲେ। ତେଣୁ ଟନେଲ ଉପରେ ଗଦା ହୋଇ ରହିଥିବା ପାହାଡ ଉଚ୍ଚର ରାଖଡ ହଟାଇବା କାମ ଗତ ସପ୍ତାହେ ହେଲା ଚାଲିଥିଲା। ଜେସିବି, ପ୍ରୋକଲିନ ସମେତ ଅନ୍ୟାନ୍ୟ ଯନ୍ତ୍ରପାତି ସାହାଯ୍ୟରେ ରାଖଡ ହଟାଯିବା ପରେ ଉଚ୍ଚ କ୍ଷମତାସମ୍ପନ୍ନ ପାଣି ମଟର ଲଗାଯାଇ ଡ୍ରେନ୍‍ରୁ ପାଣି ସଫା କରାଯାଇଥିଲା। ପରେ ଡ୍ରେନର ଉପର ଅଂଶକୁ ଢାଙ୍କି ରଖିଥିବା କଂକ୍ରିଟ୍‍କୁ ଭଙ୍ଗା ଯାଇଥିଲା। ତେବେ ୮ ଦିନର ଅକ୍ଳାନ୍ତ ପରିଶ୍ରମ ପରେ ଆଜି ଅପରାହ୍ନରେ ଆଉ ଜଣକର ଗଳିତ ଶବ ଉଦ୍ଧାର କରାଯାଇଛି। କେବଳ କଙ୍କାଳସାର ଥିବାରୁ ଶବ ଚିହ୍ନଟ କରିବା ଅସମ୍ଭବ ହୋଇପଡିଛି। ଆସନ୍ତାକାଲି ସୁଦ୍ଧା ଆଉ ୩ଟି ଶବ ଉଦ୍ଧାର ହେବାର ସମ୍ଭାବନା ରହିଛି ବୋଲି ସର୍ଚ୍ଚ ଅପରେସନ ତଦାରଖ କରୁଥିବା ପାନପୋଷ ଏସ୍‍ଡିପିଓ ପଦ୍ମିନୀ ସାହୁ ସୂଚନା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ଗତ ସପ୍ତାହେ ହେଲା ହେକେଟ୍‍ ରୋଡ୍‍କୁ ସିଲ୍‍ କରିଦିଆଯାଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories