www.samajalive.in
Monday, December 15, 2025
15.1 C
Bhubaneswar

ଦୁର୍ଦିନରେ କନ୍ଧମାଳର ମହୁଲ ଫୁଲ ଗୋଟାଳି

ଫୁଲବାଣୀ : କରୋନା ଭୂତାଣୁ ସଂକ୍ରମଣ ପ୍ରତିହତ ପାଇଁ ଲାଗୁ କରାଯାଇଥିବା ସଟଡାଉନରେ ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି କନ୍ଧମାଳର ହଜାର ହଜାର ଆଦିବାସୀ ପରିବାର। ଲକଡାଉନର ପ୍ରଭାବ ଅନେକ କ୍ଷେତ୍ରରେ ପଡ଼ିଥିଲେ ହେଁ କନ୍ଧମାଳ ଜିଲାରେ ମଧ୍ୟ ମହୁଲ ଫୁଲ ସଂଗ୍ରହ ଉପରେ ପଡ଼ିଛି ସିଧାସଳଖ ପ୍ରଭାବ । ଏହା ଉପରେ ନିର୍ଭର କରୁଥିବା ହଜାର ହଜାର ଆଦିବାସୀ ପରିବାରଙ୍କ ଜୀବନଜୀବିକା ବିପନ୍ନ ହୋଇପଡିଛି। ଏବେ ମହୁଲ ଫୁଲ ସଂଗ୍ରହର ସମୟ। ଜିଲାର ୧୦ ହଜାରରୁ ଅଧିକ ଦଳିତ ଓ ଆଦିବାସୀ ପରିବାର ମହୁଲ ଫୁଲ ସଂଗ୍ରହ କରି ପରିବାର ପ୍ରତିପୋଷଣ କରି ଆସୁଛନ୍ତି। ମହିଳାମାନେ ଭୋରରୁ ଉଠି ନିକଟସ୍ଥ ଜଙ୍ଗଲକୁ ଯାଇ ମହୁଲ ଫୁଲ ସଂଗ୍ରହ କରିଥାନ୍ତି। ଫୁଲ ଶୁଖାଇବା ପରେ ବଜାରରେ ବ୍ୟବସାୟୀଙ୍କୁ ବିକ୍ରି କରିଥାନ୍ତି। ମହୁଲ ଫୁଲ କିଲୋ ୨୫ରୁ ୩୦ ଟଙ୍କାରେ ବିକ୍ରି ହୋଇଥାଏ। କିନ୍ତୁ ଚଳିତବର୍ଷ ଏଥିରେ ଘୋର ବ୍ୟତିକ୍ରମ ହୋଇଛି। ଲକଡାଉନ୍‍ ସହ ପୁଲିସ ପାଟ୍ରୋଲିଂ କଡାକଡି କାରଣରୁ ମହିଳାମାନେ ଆଉ ଘରୁ ବାହାରୁ ନାହାନ୍ତି। କାଁ ଭାଁ କିଛିକିଛି ମହିଳା ଘର ପାଖାରେ ଥିବା ଗଛରୁ ମହୁଲକୁ ସଂଗ୍ରହ କରିଥିଲେ ମଧ୍ୟ ତାହା ବିକ୍ରିବଟା ହୋଇପାରିନି। ଚଳିତ ବର୍ଷ ମହୁଲ ସଂଗ୍ରହ କିମ୍ବା ଗଚ୍ଛିତ ରଖିବା ଲାଗି ଲାଇସେନ୍ସ ମଧ୍ୟ ଅବକାରୀ ବିଭାଗ କାହାରିକୁ ଦେଇନଥିବା ଜଣାପଡିଛି। ମହୁଲ ସଂଗ୍ରହ କରି ଏପ୍ରିଲ ଓ ମେ ମାସରେ ମହିଳାମାନେ ୨ରୁ ୫ ହଜାର ଟଙ୍କା ରୋଜଗାର କରିଥାନ୍ତି। ଯେଉଁ ପରିବାରର ସଦସ୍ୟ ଅଧିକ ସେମାନେ ଅଧିକ ଟଙ୍କା ରୋଜଗାର କରିଥାନ୍ତି। ସମସ୍ତ ପ୍ରକାର ପରୀକ୍ଷା ସରିବା ପରେ ମହୁଲ ଫୁଲ ଆସୁଥିବାରୁ ମା’ମାନଙ୍କ ସହ ପିଲାମଧ୍ୟ ସଂଗ୍ରହରେ ସାହାଯ୍ୟ କରିଥାନ୍ତି। କରୋନା ଯୋଗୁ ଜିଲାର ପ୍ରାୟ ୧୦ ହଜାର ଗୋଟାଳି କ୍ଷତିଗ୍ରସ୍ତ ହୋଇଛନ୍ତି। ପିଲା ଦିନରୁ ସେ ମହୁଲ ସଂଗ୍ରହ କରି ଆସୁଥିଲେ। ଆଗରୁ କିଲୋ ଟଙ୍କାଏ ଥିବା ବେଳେ ଏବେ ୨୫ରୁ ୩୦ ଟଙ୍କାରେ ବିକ୍ରି ହେଉଛି। ହେଲେ ଏ ବର୍ଷ ମହୁଲ ସେତେ ଭଲ ଆସିନଥିଲେ ମଧ୍ୟ କରୋନା ପାଇଁ ଜଙ୍ଗଲକୁ ମହୁଲ ସଂଗ୍ରହ କରିବା ପାଇଁ ଗାଁର ମହିଳା ଯାଇପାରୁ ନାହାନ୍ତି ବୋଲି କହିଛନ୍ତି ତୁଡିପାଜୁ ଗ୍ରାମର ସବିତା କହଁର, ମାଝିପଡ଼ାର ସୁମିତ୍ରା କହଁର ଓ ବାଲନ୍ଦାପଡ଼ାର ମିନି ଦିଗାଲ। ସରକାର ଏହାର ବିଚାର କରି ଆର୍ଥିକ ସାହାଯ୍ୟ ଯୋଗାଇ ଦେବାକୁ ଦାବି ହୋଇଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories