www.samajalive.in
Monday, December 15, 2025
17.1 C
Bhubaneswar

ଲକ୍‌ଡାଉନ୍ ପାଇଁ ରକ୍ଷାହେଉଛି ଅମୂଲ୍ୟ ଜୀବନ

ଭୁବନେଶ୍ବର : ଲକ୍ ଡାଉନ୍ ପାଇଁ କିଏ କେତେ ପ୍ରକାର ହଇରାଣ ହେଉଛି। ଗଁାରେ ରହୁଥିବା ଲୋକଙ୍କଠାରୁ ଆରମ୍ଭ କରି ରାଜ୍ୟ ଓ ଜାତୀୟ ଅର୍ଥନୀତି ପ୍ରଭାବିତ ହେଉଛି। କରୋନା ପାଇଁ କିନ୍ତୁ ରାଜ୍ୟରେ ସଡ଼କ ଦୁର୍ଘଟଣା ଏବଂ ତଦ୍‌ଜନିତ ମୃତାହତଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ତଳକୁ ଖସିଯାଇଛି। ଆଜି ପର୍ଯ୍ୟନ୍ତ ସଡ଼କ ଦୁର୍ଘଟଣାଜନିତ ମୃତ୍ୟୁ ପାଇଁ ସମଗ୍ର ଦେଶରେ ରାଜ୍ୟ ଦୁର୍ନାମ ଅର୍ଜନ କରିଆସୁଥିଲା। ଯଦିଓ ସଂଶୋଧିତ ମୋଟରଯାନ ଆଇନ୍ ଲାଗୁ ହେବା ପରେ କଡ଼ାକଡ଼ି ଟ୍ରାଫିକ୍ ନିୟମ ପାଇଁ ରାଜ୍ୟରେ ସଡ଼କ ଦୁର୍ଘଟଣା ଆଶାତୀତ ଭାବେ ହ୍ରାସ ପାଇଥିଲା ତଥାପି ଅନେକ ଲୋକ ସଡ଼କ ଦୁର୍ଘଟଣାରେ ଜୀବନ ହାରୁ ଥିଲେ। ଆଜି କିନ୍ତୁ ପରିସ୍ଥିତି ଭିନ୍ନ। ଡ଼ାକ୍ତରଖାନାକୁ ଆମ୍ବୁଲାନ୍ସରେ ନା କେହି ଆହତ ଆସୁଛନ୍ତି ନା ରାସ୍ତାରେ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ପଡ଼ିରହି କେହି ଜୀବନ ପାଇଁ ସଂଘର୍ଷ କରୁଛି। କରୋନା ଲକ୍ ଡାଉନ୍ ପରୋକ୍ଷରେ ବହୁତ ବଡ଼ ସମସ୍ୟାର ସମାଧାନ କରିପାରିଛି। ଲକ୍ ଡାଉନ୍ ପାଇଁ ଗୋଟିଏ ପଟେ ଅକାଳରେ ଚାଲିଯାଉଥିବା ଅନେକ ଜୀବନ ରକ୍ଷା ହେଉଥିବା ବେଳେ ଡ଼ାକ୍ତରଖାନା, ଅଦାଲତ, ସରକାରୀ ରାଜକୋଷ ଓ ମାନବସମ୍ବଳ ଉପରେ ଅଯଥା ଚାପ ହ୍ରାସ ପାଇଛି।
ପରିବହନ ବିଭାଗର ତଥ୍ୟ ଅନୁସାରେ ଗତ ଚାରିବର୍ଷ ଭିତରେ ଓଡ଼ିଶାରେ ୧୮୬୮୩ ଜଣ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ୨୦୧୯ରେ ସଡ଼କ ଦୁର୍ଘଟଣାରେ ୫୩୩୩ ଜଣଙ୍କ ମୃତ୍ୟୁ ହୋଇଥିଲା। ୨୦୧୮ରେ ୧୧୨୬୨ଟି ଦୁର୍ଘଟଣାରେ ୫୩୧୫ ଜଣ, ୨୦୧୭ରେ ୧୦୮୫୫ଟି ଦୁର୍ଘଟଣାରେ ୪୭୯୦ ଜଣ, ୨୦୧୬ରେ ୧୦୫୩୨ଟି ଦୁର୍ଘଟଣାରେ ୪୪୬୩ ଜଣ ଲୋକଙ୍କ ଜୀବନ ଯାଇଥିଲା। ଅର୍ଥାତ୍ ବର୍ଷକୁ ହାରାହାରି ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଆଉ ଏହାଠାରୁ ଦୁଇଗୁଣା ଲୋକ ଆହତ ହେଉଥିଲେ ଏବଂ କିଛି ଅତି ଗୁରୁତର ହୋଇ ସବୁଦିନ ପାଇଁ ପଙ୍ଗୁ ହୋଇଯାଉଥିଲେ। ଜାତୀୟ ହାରଠାରୁ ଓଡ଼ିଶାରେ ଦୁର୍ଘଟଣା ଓ ମୃତାହତଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଥିଲା। ଗତବର୍ଷ ସେପ୍ଟେମ୍ବର ମାସରେ ସଂଶୋଧିତ ମୋଟର ଯାନ ଆଇନ୍ ଲାଗୁ ହେବା ପରେ ଡିସେମ୍ବର ମାସ ମଧ୍ୟରେ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨ ହଜାରରୁ ତଳକୁ ଖସି ଆସିଥିଲା। ଏହି ଚାରିମାସରେ ଅନୁଗୋଳ, ନୟାଗଡ଼, ଗଜପତି, ସମ୍ବଲପୁର, ନୂଆପଡ଼ା, ବରଗଡ଼, କଟକରେ ମୃତ୍ୟୁ ସଂଖ୍ୟା ୧୦% ହ୍ରାସ ପାଇଥିଲା, କିନ୍ତୁ ବୌଦ୍ଧ, ମୟୂରଭଞ୍ଜ, ରାୟଗଡ଼ା, ଦେବଗଡ଼, ମାଲକାନଗିରି, କେନ୍ଦ୍ରାପଡ଼ା, ଭଦ୍ରକ, ସୁନ୍ଦରଗଡ଼ ଜିଲାରେ ମୃତ୍ୟୁ ସଂଖ୍ୟା ୧୦% ବୃଦ୍ଧି ପାଇଥିଲା। ୟା ଭିତରେ ଓଡ଼ିଶାକୁ ମାଡ଼ି ଆସିଥିଲା କରୋନା, ଆଉ ତାକୁ ରୋକିବା ପାଇଁ ସରକାର ସମଗ୍ର ରାଜ୍ୟରେ ଲକ୍ ଡାଉନ୍ ଜାରି କରିଥିଲେ। ଗାଁ ଠାରୁ ଆରମ୍ଭ କରି ରାଜଧାନୀ ପର୍ଯ୍ୟନ୍ତ ଚକ ଅଖ ସବୁ ବନ୍ଦ। ଟ୍ରାଫିକ୍ ନିୟମ କଡ଼ାକଡ଼ି ହେବା ପରେ ରାଜ୍ୟରେ ଯେଉଁଠି ସଡ଼କ ଦୁର୍ଘଟଣାରେ ଦିନକୁ ହାରାହାରି ୧୨ ଜଣଙ୍କ ଜୀବନ ଯାଉଥିଲା ଆଜି ସେଠି ସଡ଼କ ଦୁର୍ଘଟଣା ପ୍ରାୟ ନାହିଁ। ଗତ ମାସ ୨୨ ତାରିଖରୁ ଏପର୍ଯ୍ୟନ୍ତ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୧୦ ମଧ୍ୟରେ ସୀମିତ ରହିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories