ଛାଡ଼ିପାରୁନାହାନ୍ତି ଗାଁ ମାଟିର ମୋହ : ଚାଲି ଚାଲି ଜାଗମରାରୁ ଯଶୀପୁର

ଭୁବନେଶ୍ବର : ଜୀବନ ଜୀବିକାର ସଂଘର୍ଷ ମଧ୍ୟରେ ପରିବାର ପ୍ରତିପୋଷଣର ଦାୟିତ୍ବ ଶ୍ରମିକଙ୍କୁ ନେଇ ଆସିଛି ରାଜଧାନୀ ଭୁବନେଶ୍ବରକୁ। ଏଠାରେ ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଛନ୍ତି ଶତାଧିକ ଶ୍ରମିକ। କିନ୍ତୁ ନିଜ ଭିଟାମାଟି ଛାଡି ରହିଥିବା ଅନେକ ଶ୍ରମିକ ଗାଁ ମାଟିର ମୋହ ଛାଡି ପାରିନାହାନ୍ତି। ଗାଁର ମୋହ ସେମାନଙ୍କ ପାଇଁ ପାଲଟିଛି ଆକର୍ଷଣ। ଲକଡାଉନ ଓ କରୋନା ଭୟକୁ ମଧ୍ୟ ଖାତିର ନାହିଁ। ଜାଗମରାରୁ ଯଶୀପୁର ଯାତ୍ରା ସେମାନଙ୍କ ପାଇଁ ତୁଚ୍ଛ ହୋଇଯାଇଛି। ଗମନାଗମନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଭାବେ ବନ୍ଦ ରହିଥିଲେ ମଧ୍ୟ ଏହାକୁ ଭ୍ରୂକ୍ଷେପ ନ କରି କିଛି ଶ୍ରମିକ ଚାଲି ଚାଲି ନିଜ ଭିଟାମାଟିରେ ପହଞ୍ଚିବା ଲାଗି ଶୁକ୍ରବାର ରାତିରେ ଯାତ୍ରା ଆରମ୍ଭ କରିଥିଲେ। ରାତ୍ରି ଅନ୍ଧାରର ଆଢୁଆଳରେ ଏମାନେ ଯଶୀପୁର ଅଭିମୁେଖ ବାହାରିଥିଲେ। ୧୬ନମ୍ବର ଜାତୀୟ ରାଜପଥର ଫୁଲନଖରା ନିକଟରେ ଏହି ଦଳକୁ ‘ସମାଜ’ ପକ୍ଷରୁ ଠାବ କରାଯାଇଥିଲା।
ରାତି ପ୍ରାୟ ୧୧ଟା, ୧୬ ନମ୍ବର ଜାତୀୟ ରାଜପଥରେ ଚାଲି ଚାଲି ଯାଉଥିଲେ ୧୦ରୁ ଅଧିକ ଶ୍ରମିକ। ସେମାନଙ୍କ ମଧ୍ୟରେ ଥିଲେ ଦୁଇଜଣ ମହିଳା। ମହିଳାମାନେ ଗଣ୍ଠିଲି ମୁଣ୍ଡାଇ ଥିଲା ବେଳେ ପୁରୁଷମାନେ ହାତରେ ବ୍ୟାଗ ଧରି ଅନ୍ଧାର ରାତିରେ ଗନ୍ତବ୍ୟ ପଥରେ ଆଗେଇ ଚାଲିଥିଲେ। ସେମାନଙ୍କୁ ଅଟକାଇ ଲକଡାଉନ ସମୟରେ ଏେତ ରାତିରେ କୁଆଡେ ଯାଉଛନ୍ତି ବୋଲି ଆମ ପ୍ରତିନିଧି ପଚାରିଥିଲେ। ଭୟରେ କେହି କିଛି କହୁ ନ ଥିଲା ବେଳେ ସେମାନଙ୍କ ମଧ୍ୟରେ ଥିବା ଦୁଇଜଣ ଯୁବକ ଯଶୀପୁର ଯାଉଛନ୍ତି ବୋଲି କହିଥିଲେ। ସେମାନଙ୍କ କହିବା ଅନୁସାରେ ଭୁବନେଶ୍ବରର ଜାଗମରାଠାରେ ରହି ୨୫ରୁ ଅଧିକ ଲୋକ ଦିନ ମଜୁରିଆ ଭାବେ କାମ କରୁଥିଲେ। ଲକଡାଉନ ଘୋଷଣା ହେବା ପରେ ନିକଟବର୍ତ୍ତୀ ଜିଲାର ଶ୍ରମିକମାନେ ଘରକୁ ଯେନତେନ ପ୍ରକାରେ ପଳାଇ ଥିଲେ। ଦିନେ ଦୁଇଦିନ ଭିତରେ ସେମାନଙ୍କ ପାଖରେ ଥିବା ଖାଦ୍ୟ ସାମଗ୍ରୀ ସରିଯାଇଥିଲା। ସେତେବେଳେ ସେମାନେ ଗାଁକୁ ଚାଲିକରି ଯିବାକୁ ନିଷ୍ପତ୍ତି କରି ବାହାରିଥିଲେ। ତେବେ ସ୍ଥାନୀୟ କିଛି ଯୁବକଙ୍କ ଉଦ୍ୟମକ୍ରମେ ସରକାରଙ୍କ ପକ୍ଷରୁ ସେମାନଙ୍କୁ ଖାଦ୍ୟ ସାମଗ୍ରୀ ମିଳିଥିଲା। ଲକଡାଉନ ଅବଧି ବଢିବା ପରେ ଗାଁକୁ ଫେରି ପାରିବେ କି ନାହିଁ ସେହି ଭୟରେ ଶୁକ୍ରବାର ସନ୍ଧ୍ୟାରୁ ପ୍ରାୟ ୩୦୦ କିଲୋମିଟର ଦୂର ଯଶୀପୁର ଅଭିମୁଖେ ବାହାରିଥିଲେ ଶ୍ରମିକମାନେ। ଖାଲି ଏହି ଶ୍ରମିକ ନୁହନ୍ତି ଏହା ପୂର୍ବରୁ ମଧ୍ୟ ଏଠାରେ ଫସି ରହିଥିବା ରାଜ୍ୟ ବାହାରର ଶ୍ରମିକମାନେ ଚାଲି ଚାଲି ନିଜ ଘରକୁ ଯାଉଥିବା ବେଳେ ପ୍ରଶାସନ ସେମାନଙ୍କୁ ଉଦ୍ଧାର କରି ଅସ୍ଥାୟୀ ଆଶ୍ରୟ ସ୍ଥଳରେ ରଖିଛି। ଲକଡାଉନ ସମୟରେ ଗରିବ, ଖଟିଖିଆମାନେ ଯେପରି କୌଣସି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେଥିପାଇଁ ସରକାରଙ୍କ ପକ୍ଷରୁ ସେମାନଙ୍କ ଖାଦ୍ୟପେୟର ବ୍ୟବସ୍ଥା ସହ ଆର୍ଥିକ ପ୍ରୋତ୍ସାହନର ବ୍ୟବସ୍ଥା କରିଛନ୍ତି। ଏେତସବୁ ବ୍ୟବସ୍ଥା ସତ୍ତ୍ବେ ପ୍ରିୟ ପରିଜନଙ୍କ ସ୍ନେହ, ମାଟିର ମାହ ଶ୍ରମିକଙ୍କୁ ଗାଁମୁହାଁ କରିଥିଲା। ସେମାନଙ୍କୁ କରୋନା ପରିସ୍ଥିତି ହେତୁ ଗାଁକୁ ନ ଯିବା ପାଇଁ ଯେତେ ବୁଝାଇଥିଲେ ମଧ୍ୟ ସେମାନେ ନିଜ ଜିଦରେ ଅଟଳ ଥିଲେ।
ଏ ନେଇ ପ୍ରଥମେ ଫୁଲନଖରା ଟ୍ରାଫିକ ପୁଲିସକୁ ସୂଚନା ଦିଆଯାଇଥିଲା। ଟ୍ରାଫିକ ପୁଲିସର ସୂଚନାକ୍ରମେ ସମସ୍ତଙ୍କୁ ବିଳମ୍ବିତ ରାତିରେ କଟକ ସଦର ଥାନା ପୁଲିସ ସେମାନଙ୍କୁ ବୁଝାସୁଝା କରି ରହୁଥିବା ସ୍ଥାନକୁ ଫେରାଇ ଦେଇଥିଲା। ଏ ନେଇ ସଦର ଥାନାଧିକାରୀ ସୁଧାଂଶୁ ଶେଖର ଜେନାଙ୍କୁ ଯୋଗାେଯାଗ କରିବାରେ ସେ କହିଛନ୍ତି ଯେ ଆେମ ସେମାନଙ୍କୁ ବୁଝାସୁଝା କରି ରହୁଥିବା ସ୍ଥାନକୁ ଫେରିଯିବାକୁ କହିଥିଲୁ।

Comments are closed.