www.samajalive.in
Sunday, December 7, 2025
26.1 C
Bhubaneswar

ପରିବାର ସହିତ କରୋନା ଯୁଦ୍ଧରେ ଜିତିଲେ ଅଭିନେତା ପୁରବ କୋହଲି, ବତାଇଲେ ମାରାତ୍ମକ ରୋଗରୁ ବଞ୍ଚିବାର ଉପାୟ

ରକ୍ ଅନ୍, ୱୋ ଲାମହେ ଏବଂ ଏୟାର ଲିଫ୍ଟ ଭଳି ଚଳଚ୍ଚିତ୍ରରେ କାମ କରିଥିବା ଅଭିନେତା ପୁରୋବ କୋହଲି ଓ ତାଙ୍କ ପରିବାର ସଦସ୍ୟ ମାରାତ୍ମକ କରୋନାରେ ପୀଡିତ ଥିଲେ। କିଛି ଦିନ ତଳେ ସୋମନଙ୍କ ସ୍ବାସ୍ଥ୍ୟଗତ ପରୀକ୍ଷା ରିପୋର୍ଟ କରୋନା ପଜିଟିଭ୍ ଆସିଥିଲା। ଲଣ୍ଡନରେ ନିଜ ପରିବାର ସହିତ ଘରେ ଏକାକୀ ରହୁଛନ୍ତି। କିନ୍ତୁ ବର୍ତ୍ତମାନ ଖୁସିର ବିଷୟ ଯେ ପୁରବ ଏବଂ ତାଙ୍କ ପରିବାର କରୋନା ଯୁଦ୍ଧରେ ଜିତି ଯାଇଛନ୍ତି।

ଏହି ବିଷୟରେ ସୂଚନା ଦେଇ ପୁରବ କହିଛନ୍ତି ଯେ, ବର୍ତ୍ତମାନ ସେ ଏବଂ ତାଙ୍କ ପରିବାର ଠିକ୍ ଅଛନ୍ତି। ପୁରବ ଇନଷ୍ଟାଗ୍ରାମରେ ଏକ ପୋଷ୍ଟରେ ଫ୍ୟାନ୍ସମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ ଲେଖିଛନ୍ତି, ‘ତୁମମାନଙ୍କ ପ୍ରାର୍ଥନା ପାଇଁ ଧନ୍ୟବାଦ। ବର୍ତ୍ତମାନ ଆମେ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲୁ।

- Advertisement -

ଦୟାକରି ମନେରଖନ୍ତୁ ଯେ ଘର ଭିତରେ ରହିବା ଅତ୍ୟନ୍ତ ଜରୁରୀ। ହଁ, ଏହା କଷ୍ଟସାଧ୍ୟ! କିନ୍ତୁ ପ୍ରଥମେ ଆମକୁ ଏହି ମହାମାରୀ ଉପରେ ଏକ ବ୍ରେକ୍ ଲଗାଇବାକୁ ହେବ। ପରେ ଶରୀରରେ ଶକ୍ତି ବୃଦ୍ଧି କରିବାକୁ ପଡିବ, ଯାହା କରୋନା ସହ ଲଢିବ।

ସ୍ୱାସ୍ଥ୍ୟ କର୍ମୀଙ୍କୁ ଧନ୍ୟବାଦ ଦେଇ ପୁରବ ଲେଖିଛନ୍ତି, ‘ଦେଶ ତଥା ବିଶ୍ବର ସମସ୍ତ ସ୍ୱାସ୍ଥ୍ୟକର୍ମୀଙ୍କୁ ଅନେକ ଅନେକ ଧନ୍ୟବାଦ, ଯେଉଁମାନେ ନିଜ ଜୀବନକୁ ବିପଦରେ ପକାଇ ରୋଗୀଙ୍କ ସେବା କରୁଛନ୍ତି। ଭଗବାନ ସେମାନଙ୍କୁ ଆଶୀର୍ବାଦ କରନ୍ତୁ। ସ୍ୱାସ୍ଥ୍ୟକର୍ମୀ ନିଜର ଯତ୍ନ ନେବାକୁ ପୁରବ ଲେଖିଛନ୍ତି।

କରୋନଠୁ ଜିତିବାର କିଛି ଉପାୟ ପୁରବ ବତାଇଛନ୍ତି। ସେ କହିଛନ୍ତି ଯେ, ‘ଆମେ ୪ରୁ ୫ଥର ଗରମ ପାଣିରେ ଗାର୍ଗଲ ବା କୁଳି କରୁଥିଲୁ। ଅଦା ଏବଂ ମହୁର ମିଶ୍ରଣ ସେବନ କରିଥିଲୁ। ଯାହା ବହୁତ ଫଳପ୍ରଦ ହେଲା। ଏହା ବ୍ୟତୀତ ହଟ୍ ବାଥ୍ (ଗରମ ପାଣିରେ ଗାଧୋଇବା) ମଧ୍ୟ ଆରାମ ପ୍ରଦାନ କରିଥିଲା। ଦୟାକରି ଘରେ ରୁହନ୍ତୁ ଏବଂ ଶରୀରକୁ ବିଶ୍ରାମ ଦିଅନ୍ତୁ ବୋଲି ଶେଷରେ ଲେଖିଛନ୍ତି।’

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories