www.samajalive.in
Friday, November 14, 2025
25.1 C
Bhubaneswar

ଅନୁପମ ଖେରଙ୍କ ମୁମ୍ବଇ ଅଫିସରୁ ଚୋରି: ନେଇଗଲେ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର

ମୁମ୍ବଇ: ବଲିଉଡ ଅଭିନେତା ଅନୁପମ ଖେରଙ୍କ ମୁମ୍ବଇ ସ୍ଥିତ ଅଫିସରୁ ଚୋରି ହୋଇଥିବା ଜଣାପଡିଛି। ଅନୁପମ ନିଜେ ଏ ସମ୍ପର୍କରେ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୂଚନା ଦେଇଛନ୍ତି। ଅନୁପମ୍‌‌ କହିଛନ୍ତି ବୁଧବାର ତାଙ୍କ ଅଫିସରୁ ଚୋରି ହୋଇଥିବା ଖବର ସେ ଜାଣିବାକୁ ପାଇଥିଲେ। ଚୋରମାନେ ନଗଦ ୪ଲକ୍ଷ ଟଙ୍କା ସହିତ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ଥିବା ଏକ ବ୍ୟାଗକୁ ଚୋରି କରିନେଇଛନ୍ତି। ଅନୁପମ ତାଙ୍କ ପ୍ରଡକସନରେ ନିର୍ମାଣ କରୁଥିବା ଫିଲ୍ମ ‘ମେନେ ଗାନ୍ଧୀ କୋ ନେହିଁ ମାରା’ କାଗଜପତ୍ର ରଖିଥିବା ବ୍ୟାଗ ଚୋରି ହୋଇଥିବା କହିଛନ୍ତି। ଚୋରି ନେଇ ପୁଲିସକୁ ଖବର ଦେବା ପରେ ଘଟଣାର ଯାଞ୍ଚ କରୁଛି ମୁମ୍ବଇ ପୁଲିସ। କାର୍ଯ୍ୟାଳୟଟି ପୁରୁଣା ବିଲ୍ଡରେ ହୋଇଥିବାରୁ ସେଠାରେ ଥିବା ସିସିଟିଭିକୁ ଯାଞ୍ଚ କରି ତଦନ୍ତ କରୁଛି ପୁଲିସ।

Hot this week

୬ ରାଜ୍ୟର ୮ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟ ଗଣତି

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ଫଳାଫଳ ସହିତ ଆଜି...

ରାଘୋପୁରରେ ତେଜସ୍ୱୀ ଯାଦବ ପଛରେ, ଏନଡିଏ ୧୯୨ ଆସନରେ ଆଗୁଆ

ଡେସ୍କ: ଶୁକ୍ରବାର ସକାଳ ୮ଟାରେ ଗୁରୁତ୍ୱପୂର୍ଣ୍ଣ ବିହାର ବିଧାନସଭା ନିର୍ବାଚନ ପାଇଁ...

ବିହାର ଜନାଦେଶ: ୧୯୦ ସିଟରେ ଆଗୁଆ ଏନଡିଏ

ସମାଜ ଡିଜିଟାଲ ଡେସ୍କ: ବିହାର ବିଧାନସଭା ନିର୍ବାଚନ ପାଇଁ ଭୋଟ ଗଣତି...

୭ମ ରାଉଣ୍ଡ ସୁଦ୍ଧା ଜୟ ଢୋଲକିଆଙ୍କୁ ୩୬, ୦୮୮ ଭୋଟ୍

ନୂଆପଡ଼ା: ନୂଆପଡ଼ାରେ ବଡ଼ ବିଜୟ ପଥେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ।...

Related Articles

Popular Categories