www.samajalive.in
Saturday, December 6, 2025
14.1 C
Bhubaneswar

ଯଦି ଚୀନ ବିକାଶଶୀଳ ଦେଶ ହୋଇ ଫାଇଦା ଉଠାଉଛି, ତେବେ ଆମେରିକାକୁ ବିକାଶଶୀଳ କରିଦିଅ: ଟ୍ରମ୍ପ

ୱାଶିଂଟନ: ଚୀନ ବିରୋଧରେ ପୁଣି ଥରେ ଅଭିଯୋଗ ଆଣିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ହ୍ବାଇଟହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଟ୍ରମ୍ପ କହିଛନ୍ତି, ଯଦି ଚୀନ ବିକାଶଶୀଳ ଦେଶ ହୋଇ ଫାଇଦା ଉଠାଉଛି, ତେବେ ଆମେରିକାକୁ ବି ବିକାଶଶୀଳ ଦେଶ କରିଦିଅ। ଚୀନ ଅବିଶ୍ବସନୀୟ ଭାବେ ଆମେରିକା ଏବଂ ଅନ୍ୟ ଦେଶଗୁଡ଼ିକଠାରୁ ଫାଇଦା ଉଠାଇଛି। ଚୀନକୁ ବିକାଶଶୀଳ ଦେଶ କୁହାଯାଏ। ଠିକ ଅଛି ଆମକୁ ବି ବିକାଶଶୀଳ ଦେଶ କରିଦିଆଯାଉ।

ଟ୍ରମ୍ପ କହିଛନ୍ତି, ଆମେରିକା ବଡ଼ ବିକଶିତ ଦେଶ। ଆମକୁ ବି ଅନେକ ବିକାଶ କାର୍ଯ୍ୟ କରିବାର ଅଛି। ବିଶ୍ବ ବାଣିଜ୍ୟ ସଂଗଠନ(ଡବ୍ଲ୍ୟୁଟିଓ) ଦ୍ବାରା ଆମେରିକାଠାରୁ ଫାଇଦା ଉଠାଇବା କଥା ଦୋହରାଇ ଟ୍ରମ୍ପ କହିଥିଲେ, ଚୀନ ଆମେରିକା ସହାୟତାରେ ଡବ୍ଲ୍ୟୁଟିଓରେ ସାମିଲ ହେବା ପରେ ତା’ର ଅର୍ଥବ୍ୟବସ୍ଥାରେ ବୃଦ୍ଧି ଘଟିଥିଲା। ଯଦି ସେ ଆମ ସହିତ ନିରପେକ୍ଷତା ଅବଲମ୍ବନ କରୁନାହିଁ, ତେବେ ଆମେ ତା’କୁ ଛାଡ଼ିଦେବୁ।

- Advertisement -

ଚୀନ ୩୦ ବର୍ଷ ଧରି ଆମେରିକାଠାରୁ ଫାଇଦା ପାଇଆସୁଛି। ଚୀନ ଡବ୍ଲ୍ୟୁଟିଓ ଜରିଆରେ ଫାଇଦା ହାସଲ କରିଛି, ଯାଆ ଆମେରିକା ପାଇଁ ଅନ୍ୟାୟପୂର୍ଣ୍ଣ ରହିଛି। ବର୍ତ୍ତମାନ କରୋନା ଭୂତାଣୁର ପ୍ରକୋପ ଜାରି ରହିଥିବାରୁ ଦେଶକୁ କେବେ ଅନ୍ୟ ରାଷ୍ଟ୍ରଗୁଡ଼ିକ ପାଇଁ ଖୋଲଯିବ ସେନେଇ ଆମେରିକା ବର୍ତ୍ତମାନ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଟ୍ରମ୍ପ କହିଛନ୍ତି।

ସୂଚନାଯୋଗ୍ୟ, କରୋନା ଭୂତାଣୁ ଯୋଗୁ ଆମେରିକା ଅର୍ଥ ବ୍ୟବସ୍ଥା ଶିଥିଳ ହୋଇଯାଇଛି। ଜାତୀୟ ଜରୁରୀ ପରିସ୍ଥିତି ଯୋଗୁ ୯୫ ପ୍ରତିଶତରୁ ଅଧିକ ଲୋକ ଘରେ ବସିଛନ୍ତି। ୧ କୋଟି ୬୦ ଲକ୍ଷରୁ ଅଧିକ ଲୋକ ଚାକିରି ହରାଇ ସାରିଛନ୍ତି। ଏହି ଭୂତାଣୁ ଯୋଗୁ ଆମେରିକାରେ ୧୮ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବାବେଳେ ୫ ଲକ୍ଷରୁ ଅଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories