www.samajalive.in
Saturday, December 6, 2025
16.1 C
Bhubaneswar

ଲକ୍‌ଡାଉନରୁ ବାଦ୍‌ ପଡ଼ିଲା ମତ୍ସ୍ୟ ଚାଷ

ଭୁବନେଶ୍ବର: ସାରା ଦେଶରେ ଲକ୍‌ଡାଉନ ଘୋଷଣା କରାଯାଇଛି। ଓଡ଼ିଶାରେ ଏହାକୁ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଲକ୍‌ଡାଉନ ଯୋଗୁ ବିଭିନ୍ନ କ୍ଷେତ୍ର ପ୍ରଭାବିତ ହୋଇଛି। ତେବେ ପୂର୍ବରୁ କୃଷି କାର୍ଯ୍ୟକୁ ଲକ୍‌ଡାଉନରୁ ବାଦ୍‌ ଦିଆଯାଇଥିବାବେଳେ ଏବେ ମତ୍ସ୍ୟ ଚାଷକୁ ବାଦ୍‌ ଦିଆଯାଇଛି। ମତ୍ସ୍ୟଜୀବୀମାନେ ମାଛ ଧରିବାକୁ ଯାଇପାରିବେ ଏବଂ ଧରିଥିବା ମାଛକୁ ବଜାରରେ ବିକ୍ରି କରିପାରିବେ। ମତ୍ସ୍ୟ ଶିଳ୍ପ ସହ ସମ୍ପୃକ୍ତ କର୍ମଚାରୀଙ୍କ କାର୍ଯ୍ୟ ସ୍ବାଭାବିକ ରହିବ ବୋଲି ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ପକ୍ଷରୁ ସଂଶୋଧିତ ଗାଇଡ୍‌ ଲାଇନ ଜାରି କରାଯାଇଛି।

ସେହିପରି ଓଡ଼ିଶା କୃଷି ବିଭାଗ ପକ୍ଷରୁ କୁହାଯାଇଛି ଯେ, ଲକ୍‌ଡାଉନ ସତ୍ବେ ରବି ଋତୁରେ କୃଷି କାର୍ଯ୍ୟ ଜାରି ରଖିବାରେ କୌଣସି ଅସୁବିଧା ନାହିଁ। ସେହିପରି ଖରିଫ ଋତୁ ପାଇଁ ସମସ୍ତ ପ୍ରକାର ଜମି ପ୍ରସ୍ତୁତି ଓ ଚାଷ କାମ ହୋଇପାରିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories