www.samajalive.in
Sunday, December 7, 2025
14.1 C
Bhubaneswar

କରୋନା ମୁକାବିଲା : ବିଶୋଧନ ହେଲା ପୁରୀ ବଡଦାଣ୍ଡ ସମେତ ଶ୍ରୀମନ୍ଦିର ଚାରିପାଖ

ସମାଜ ପୋର୍ଟାଲ ଡେସ୍କ : ମହାମାରୀ କରୋନା କବଳରୁ ବର୍ତ୍ତିବା ପାଇଁ ବର୍ତ୍ତମାନ ସମଗ୍ର ଦେଶ ଲକ୍ ଡାଉନ ହୋଇ ରହିଛି । ଏପରି ପରିସ୍ଥିତିରେ ରାଜ୍ୟ ତଥା ଦେଶର ବିଭିନ୍ନ ଧର୍ମପୀଠ ଗୁଡିକକୁ ମଧ୍ୟ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି। ଏହାରି ମଧ୍ୟରେ ପୁରୀର ଶ୍ରୀମନ୍ଦିର ମଧ୍ୟ ବନ୍ଦ ରହିଛି। ଶ୍ରୀଜୀଉଙ୍କୁ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ବର୍ତ୍ତମାନ କେବଳ ମହାପ୍ରଭୁଙ୍କ ନୀତିକାନ୍ତି ଚାଲୁ ରହିଛି। ଶ୍ରୀ ମନ୍ଦିର ମଧ୍ୟକୁ କେବଳ ସେବାୟତମାନେ ଯାଇ ମହାପ୍ରଭୁଙ୍କ ନୀତିକାନ୍ତି କରୁଛନ୍ତି । ଏହାରି ମଧ୍ୟରେ କରୋନା ସଂକ୍ରମଣ ଭୟାବହତାକୁ ଦୃଷ୍ଟିରେ ରଖି ଆଜି ପୁରୀ ଜିଲା ପ୍ରଶାସନ ପକ୍ଷରୁ ଶ୍ରୀ ମନ୍ଦିରର ଚାରିପାଖ ଏବଂ ବଡଦାଣ୍ଡକୁ ବିଶୋଧନ କରାଯାଇଛି।  ଅଗ୍ନିଶମ ବିଭାଗ ପକ୍ଷରୁ ୧୦ ଜଣ କର୍ମଚାରୀ ଆଜି ଶ୍ରୀ ମନ୍ଦିରର ଚାରିପଟ , ମେଘନାଦ ପାଚେରିକୁ ଲାଗି ରହିଥିବା ରାସ୍ତା ଓ ବଡଦାଣ୍ଡକୁ ରାସାୟନିକ ବିଶୋଧନ ଦ୍ବାରା ସମ୍ପୁର୍ଣ୍ଣ ବିଶୋଧନ କରିଛନ୍ତି। ଏଥି ସହିତ ଶ୍ରୀମନ୍ଦିର କାର୍ଯ୍ୟାଳୟକୁ ମଧ୍ୟ ସାନିଟାଇଜ କରାଯାଇଛି। ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories