www.samajalive.in
Monday, December 15, 2025
16.1 C
Bhubaneswar

ଅସହାୟଙ୍କୁ ସହାୟ ଟିମ୍ ସିଦ୍ଧୁ ସାହା

ସମ୍ବଲପୁର : ବିଶ୍ୱବ୍ୟାପି କରୋନା ଭୂତାଣୁର ପ୍ରକୋପ ଜାରି ରହିଥିବା ବେଳେ ଏହାକୁ ପ୍ରତିହତ କରିବା ପାଇଁ ସରକାର ଦେଶକୁ ଲକ୍ ଡାଉନ୍ କରିଛନ୍ତି। ଏବେ ସମସ୍ତ ପ୍ରକାରର ଯାତ୍ରୀସେବା ଓ ଦୋକାନ ବଜାର ଆଦି ବନ୍ଦ ରହିଥିବାରୁ ସମ୍ବଲପୁର ସହରର ବିଭିନ୍ନ ଅଞ୍ଚଳରେ ଯାତ୍ରୀମାନଙ୍କ ସମେତ ଦିନ ମଜୁରିଆ, ଗରିବମାନେ ଅସହାୟ ଅବସ୍ଥାରେ ରହିଛନ୍ତି। କାମ ଧନ୍ଦା ନ ପାଇ ଭୋକିଲା ଅବସ୍ଥାରେ ପଡି ରହିଥିବା ଏହି ଅସହାୟ, ଗରିବ ଓ ଭୋକିଲାମାନଙ୍କୁ ପୂର୍ବତନ ଉପ ନଗରପାଳ ସିଦ୍ଧାର୍ଥ ସାହା (ସିଦ୍ଧୁ ସାହା) ଓ ଟିମ ଦୈନିକ ୩ ଶହରୁ ଉର୍ଦ୍ଧ୍ବ ଲୋକଙ୍କୁ ରନ୍ଧା ଖାଦ୍ୟ, ଶୁଖିଲା ଖାଦ୍ୟ ପ୍ୟାକେଟ ବଣ୍ଟନ କରୁଛନ୍ତି। ସିଦ୍ଧୁ ସାହାଙ୍କ ନେତୃତ୍ୱରେ ତାଙ୍କର ସାଥିମାନେ ମହାନଗର ନିଗମର ବିଭିନ୍ନ ବସ୍ତି ଅଞ୍ଚଳମାନଙ୍କରେ ବୁଲି ବୁଲି ଖାଦ୍ୟ ବଣ୍ଟନ କରୁଛନ୍ତି। ଏହା ସହିତ ଦଳର ସଦସ୍ୟମାନେ କରୋନାର ମୁକାବିଲା ପାଇଁ ମାସ୍କ ବଣ୍ଟନ ଓ ସାମାଜିକ ଦୂରତା ରକ୍ଷା, ହାତ ଧୋଇବା ଆଦି ବିଷୟରେ ଲୋକଙ୍କୁ ସଚେତନ କରୁଛନ୍ତି। ଏହି ଖାଦ୍ୟ ବଣ୍ଟନ କାର୍ଯ୍ୟକ୍ରମ ମାର୍ଚ୍ଚ ୨୫ରୁ ଆରମ୍ଭ ହୋଇଥିବା ବେଳେ ଏପ୍ରିଲ ୩୦ ଲକ୍ ଡାଉନ୍ ଶେଷ ହେବା ଯାଏଁ ଚାଲୁ ରହିବ। ଜରୁରୀକାଳୀନ ସମୟରେ ଲୋକଙ୍କୁ ଡାକ୍ତରଖାନା ନେବା କାର୍ଯ୍ୟ ମଧ୍ୟ ଦଳ ତରଫରୁ କରାଯାଉଛି। ଏହି ସେବା କାର୍ଯ୍ୟରେ ଭଗତ ସାକ୍ଷୀପଡା, ସୌରଭ ପ୍ରଧାନ, ଲୋକେଶ ପାଣ୍ଡେ, ରୋହିତ ବେହେରା, ମହମ୍ମଦ ତନୱିର, ମହମ୍ମଦ ରାଜା, ରଘୁ ସ୍ୱାଇଁ, ବିରେନ୍ଦ୍ର ଭୂୟାଁ, ରାହୁଲ ଠାକୁରଙ୍କ ସମେତ ବହୁ ସଦସ୍ୟ ସକ୍ରିୟ ସହଯୋଗ କରୁଛନ୍ତି। ସ୍ୱେଚ୍ଛାକୃତ ଭାବରେ କରାଯାଉଥିବା ଏହି ସେବା କାର୍ଯ୍ୟକୁ ସବୁ ମହଲରେ ପ୍ରଶଂସା କରାଯାଉଛି।

Hot this week

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

ନାବାଳିକା ଝିଅକୁ ମା’ର ବଳି ଉଦ୍ୟମ !

ଜୟପୁର: କୋରାପୁଟ ଜିଲା ଜୟପୁର ଜଳସେଚନ କଲୋନୀ ତଳି ଅଞ୍ଚଳରେ ନାବାଳିକା...

ଆଜି ବି ୬,୭୦୪ ଗାଁକୁ ରାସ୍ତା ନାହିଁ

ଭୁବନେଶ୍ବର: ଦେଶ ସ୍ବାଧୀନତାର ୭୭ବର୍ଷ ପରେ ବି ରାଜ୍ୟର ୬,୭୦୪ଟି ଗାଁକୁ...

ପଶ୍ଚିମ ଓଡ଼ିଶାରେ ପ୍ରଫେସର ସଙ୍କଟ

ସମ୍ବଲପୁର: ପଶ୍ଚିମ ଓଡ଼ିଶାର ଅଧିକାଂଶ ବିଶ୍ବବିଦ୍ୟାଳୟରେ ପ୍ରଫେସର ପଦ ଖାଲି ପଡ଼ିଛି।...

ମଧ୍ୟସ୍ଥତା ହିଁ ନ୍ୟାୟ ପ୍ରଣାଳୀର ସରଳ ବିକଳ୍ପ : ପ୍ରଧାନ ବିଚାରପତି

କଟକ: ବିଚାରାଧୀନ ମାମଲା, ବଢ଼ୁଥିବା ମକଦ୍ଦମା ଖର୍ଚ୍ଚ ଏବଂ ସମୟ ବ୍ୟୟ-ଏହି...

Related Articles

Popular Categories