www.samajalive.in
Monday, December 15, 2025
14.1 C
Bhubaneswar

‘ସମାଜ‘ ଖଣ୍ଡେ ପାଇଁ ୨୪ କିଲୋମିଟର ଆସୁଛନ୍ତି ପାଠକ ଜଗବନ୍ଧୁ

ପାଟଣା : ଏକ କିମ୍ବା ଦୁଇ କିଲୋମିଟର ନୁହେଁ ଯିବା ଆସିବା ପୁରା ୨୪ କିଲୋମିଟର ହେଉଛି । ତଥାପି ଏହାକୁ ଭୃକ୍ଷେପ ନାହିଁ । ସକାଳ ୬ ଟାରେ ସେ ମୁହଁରେ ମାସ୍କ ଲଗାଇ ବାଇକ ଧରି ଢେଙ୍କିକୋଟ ବଜାରକୁ ଆସୁଛନ୍ତି ତାଙ୍କରି ପ୍ରିୟ ‘ସମାଜ‘ ଖବର କାଗଜ ଖଣ୍ଡିଏ ପାଇଁ । ଲକଡାଉନ କାରଣରୁ ଯାନବାହାନ ବନ୍ଦ ଯୋଗୁଁ ପିପିଳିଆର ବିତରକ ଖବର କାଗଜ ବିତରଣ ବନ୍ଦ କରି ଦେଇଛନ୍ତି । ଘଟଗାଁ ବ୍ଲକ ପିପିଳିଆର ଅବସରପ୍ରାପ୍ତ ଶିକ୍ଷାବିଭାଗ କର୍ମଚାରୀ ତଥା ଜଣାଶୁଣା ସାମାଜିକ କର୍ମୀ ଜଗବନ୍ଧୁ ମହାନ୍ତ (୬୨) ଙ୍କୁ କିଛି ଦିନ ହେଲା ପିପିଳିଆରେ ସମାଜ ମିଳିପାରୁ ନ ଥିବାରୁ ସେ ବାଧ୍ୟ ହୋଇ ନିଜ ଘର ନିକଟରୁ ୧୨କିଲୋମିଟର ଦୂର ଢେଙ୍କିକୋଟ ବଜାରକୁ ଆସି ସମାଜ ଖଣ୍ଡିଏ ନେଇ ଘରକୁ ଫେରିବା ପରେ ଘରେ ନିତ୍ୟକର୍ମ କରୁଥିବା ଜଣାପଡିଛି । କୌଣସି କାରଣରୁ ସମାଜର ପ୍ରକାଶନ ବନ୍ଦ ଅଥବା ଛୁଟି ଯୋଗୁଁ ସମାଜ ଆସି ନଥିବା ଦିନ ତାଙ୍କୁ ପାଗଳପ୍ରାୟ ଲାଗେ ବୋଲି ଜଗବନ୍ଧୁ ଆମ ପ୍ରତିନିଧିଙ୍କୁ କହିଛନ୍ତି । ମାତ୍ର ୧୫ ବର୍ଷ ବୟସରୁ ସେ ସମାଜର ଜଣେ ନିୟମିତ ପାଠକ ହୋଇଥିବା ପ୍ରକାଶ କରିବା ସହ ଦେଶର ଏହି ଘଡିସନ୍ଧି ମୂହୂର୍ତରେ ସମାଜର ପ୍ରକାଶନ ଅବ୍ୟାହତି ରହିଥିବାରୁ ସେ ସମାଜ କର୍ତୃପକ୍ଷଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories