www.samajalive.in
Sunday, December 7, 2025
26.1 C
Bhubaneswar

ଗେନ୍ଦାଫୁଲ୍‍: ଅସଲି ଲେଖକଙ୍କୁ ୫ ଲକ୍ଷ ପ୍ରଦାନ କଲେ ବାଦଶାହ

ମୁମ୍ବଇ: ନିଜ କଥା ରଖିଲେ ବାଦଶାହ। ‘ବଡ଼ୋ ଲୋକେର୍‍ ବେଟି ଲୋ…’ ଗୀତର ଅସଲି ଲେଖକ ରତନ କହରଙ୍କୁ ୫ ଲକ୍ଷ ଟଙ୍କା ପ୍ରଦାନ କରି ନିଜ ମାନବିକତାର ପରିଚୟ ଦେଇଛନ୍ତି ବଲିଉଡ଼ର ଏହି ଲୋକପ୍ରିୟ ରାପର୍‍। ସୋମବାର ସେ ଗୀତର ଅସଲି ଲେଖକ ରତନ କହରଙ୍କ ବ୍ୟାଙ୍କ୍‍ ଆକାଉଣ୍ଟରେ ଏହି ଟଙ୍କା ଜମା କରିଛନ୍ତି।

ସୂଚନାଯୋଗ୍ୟ, ବାଦଶାହଙ୍କ ଗୀତ ‘ଗେନ୍ଦା ଫୁଲ୍‍’ ଅଦମ୍ୟ ସଫଳତା ହାସଲ କରିଥିବା ବେଳେ ଅନ୍ୟ ପକ୍ଷରେ ଏହି ଗୀତକୁ ନେଇ ବାଦଶାହଙ୍କ ଉପରେ ଲେଖା ଚୋରି ଅଭିଯୋଗ ହୋଇଥିଲା। ଗୀତରେ ଥିବା ବଙ୍ଗଳା ପଦ ‘ବଡ଼ୋ ଲୋକେର୍‍ ବେଟି ଲୋ…’ର ଅସଲି ଲେଖକ ରତନ କହରଙ୍କ ଲେଖା ଚୋରି ସହ ଗୀତରେ ତାଙ୍କୁ ଶ୍ରେୟ ଦିଆଯାଇ ନ ଥିବା ନେଇ ବିବାଦ ଦେଖା ଦେଇଥିଲା। ଅନ୍ୟପକ୍ଷରେ ଏହାର ଅସଲି ଲେଖକଙ୍କ ବିଷୟରେ କିଛି ଜାଣି ନ ଥିବା ବାଦଶାହ କହିଥିଲେ ଓ ଏନେଇ ମାନବିକତା ଦୃଷ୍ଟିକୋଣରୁ ଯାହା କରିବା କଥା ସେ ନିଶ୍ଚୟ କରିବେ ବୋଲି କହିଥିଲେ। ଗୀତର ଅସଲି ଲେଖକ ରତନ କହର ଏବେ ଦାରିଦ୍ର୍ୟତାରେ ଜୀବନ ଅତିବାହିତ କରୁଥିବା ଜାଣିବା ପରେ ତାଙ୍କୁ ଯଥା ସମ୍ଭବ ସାହାଯ୍ୟ କରିବେ ବୋଲି ବାଦଶାହ ଗଣମାଧ୍ୟମରେ କହିଥିଲେ। ତେବେ ଶୁକ୍ରବାର ବାଦଶାହ ଭିଡିଓ କଲ୍‍ ମାଧ୍ୟମରେ ରତନ ମେହେରଙ୍କ ସହ କଥା ହୋଇଥିଲେ ଏବଂ ତାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ ଆଣି ସୋମବାର ତାଙ୍କ ଆକାଉଣ୍ଟରେ ୫ ଲକ୍ଷ ଟଙ୍କା ଜମା କରିଛନ୍ତି।

- Advertisement -

ଅପର ପାର୍ଶ୍ବରେ ବାଦଶାହଙ୍କଠାରୁ ଆର୍ଥିକ ସାହାଯ୍ୟ ପାଇବା ପରେ ଲେଖକ ରତନ କହର ଫୋନ୍‍ ମାଧ୍ୟମରେ ତାଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହ ବାଦଶାହଙ୍କୁ ଭେଟିବାକୁ ଚାହୁଁଥିବାରୁ ପଶ୍ଚିମବଙ୍ଗର ବୀରଭୂମ ଜିଲା ସ୍ଥିତ ତାଙ୍କ ଘରକୁ ଆସିବାକୁ ନିବେଦନ କରିଛନ୍ତି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories