www.samajalive.in
Monday, December 15, 2025
17.1 C
Bhubaneswar

କୁଟୁରା ଶିକାର, ୨ ଅଟକ

କିର୍ମିରା (ଝାରସୁଗୁଡ଼ା):  ଝାରସୁଗୁଡ଼ା ଜିଲା ଲଇକେରା ବ୍ଳକ ଅନ୍ତର୍ଗତ ବାଗଡିହି ବନରେଞ୍ଜ କୁଅଁରମାଲ ଅଞ୍ଚଳର ଚିରଗୁଣିପତ୍ରା ଜଙ୍ଗଲରୁ କୁଟୁରା ଶିକାର ଅଭିଯୋଗରେ ବନବିଭାଗ ୨ ଜଣଙ୍କୁ ଅଟକ ରଖିଛି ।  ଶିକାର ପରେ ମୃତ କୁଟୁରାକୁ ଶିକାରୀମାନେ କାନ୍ଧେଇ ନେଉଥିବା ସଂକ୍ରାନ୍ତ ଫଟୋ​‌ ଭାଇରାଲ ହେବା ପରେ ବନବିଭାଗ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
କୁଲେମୁରା ପଞ୍ଚାୟତ ଅନ୍ତର୍ଗତ ଗୌରୀବୁଡ଼ ଗ୍ରାମର ଭମର କିସାନ ଅନ୍ୟ ୩ ଜଣଙ୍କ ସହିତ ଏକ ଦେଶୀ ବନ୍ଧୁକରେ ଚିରଗୁଣିପତ୍ରା ଜଙ୍ଗଲରୁ ଏକ କୁଟୁରାକୁ ଶିକାର କରିଥିଲେ। ଜଣେ ଶିକାରୀ ମୃତ କୁଟୁରାକୁ କାନ୍ଧରେ ବୋହି ନେଉଥିବା ରେଙ୍ଗଲବେଡ଼ା ବନସୁରକ୍ଷା ସମିତିର ଜଣେ ସଦସ୍ୟ ଦେଖି ଶିକାରୀମାନଙ୍କୁ କିଛିଦୂର ଯାଏ ପିଛା କରିବା ସହ ମୋବାଇଲରେ ଫଟୋ ଉଠାଇଥିଲେ । ସେ ଏହି ଫଟୋ ବନବିଭାଗକୁ ପଠାଇବା ପରେ ଡିଏଫଓ ଲଲିତ ପାତ୍ରଙ୍କ ନିର୍ଦେଶରେ ଏସିଏଫ ବାର୍ଷିଲ ବାର୍ଲା ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲୋ  ଘଟଣାସ୍ଥଳରୁ କୁଟୁରାର ଲୋମ ଓ ଶୁଖାରକ୍ତ ସଂଗ୍ରହ କରିବାସହ ରେଞ୍ଜ ଅଧିକାରୀ ବ୍ରଜ ମୋହନ ପଟ୍ଟନାୟକ, ଫରେଷ୍ଟର ଆଲୋକ ନାଏକ, ମୋବାଇଲ ସ୍କ୍ୱାଡ ଫରେଷ୍ଟର ପ୍ରଶାନ୍ତ ବାଗ ପ୍ରମୁଖ ମାମଲାର ତନାଘନା କରିଥିଲେ। ଅଧିକାରୀମାନେ ମୁଖ୍ୟ ଅଭିଯୁକ୍ତ ଭମରଙ୍କ ଘରେ ଚଢଉକରି ମାଂସ ରନ୍ଧା ହେଉଥିବା ଦେଖି ଜବତ  କରିଥିଲେ।  ତେବେ ଭମର ଫେରାର ହେବାରେ ସକ୍ଷମ ହୋଇଥିଲା। ବନ ଅଧିକାରୀ ଅନ୍ୟ ୨ ଜଣଙ୍କୁ ଅଟକରଖି ପଚରାଉଚୁରା କରୁଥିବା ଜଣାପଡ଼ିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories