www.samajalive.in
Sunday, December 7, 2025
23.1 C
Bhubaneswar

ମାର୍କିନ୍ ରାଷ୍ଟ୍ରପତି, ଜର୍ମାନ ଚାନ୍ସେଲରଙ୍କ ସହ କଥା ହେଲେ ମୋଦୀ

ନୂଆଦିଲ୍ଲୀ: କରୋନା ସଂକ୍ରାନ୍ତରେ ମାର୍କିନ ରାଷ୍ଟ୍ରପତି ଡ଼ୋନାଲ୍ଡ଼ ଟ୍ରମ୍ପ ଓ ଜର୍ମାନ ଚାନ୍ସଲରଙ୍କ ସହ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ସମ୍ପର୍କରେ ସେ ନିଜ ଟ୍ବିଟରରେ ସୂଚନା ଦେଇଛନ୍ତି। ଉଭୟ ଆମେରିକା ଓ ଜର୍ମାନ କରୋନାକୁ ନେଇ ଏକ ଭୟଙ୍କର ସ୍ଥିତିରେ ରହିଛନ୍ତି ଏବଂ ନିଜ ନିଜ ପରିସରରେ ଏହି ଭୟଙ୍କର ଭୂତାଣୁ ଜନିତ ରୋଗରୁ ମୁକୁଳିବାର ବାଟ ଖୋଜୁଛନ୍ତି। ଭାରତ ମଧ୍ୟ କରୋନାକୁ ନେଇ ବିବ୍ରତ ଏବଂ ଏଥିନେଇ ଦେଶବ୍ୟାପୀ ଲକ୍ଡ଼ାଉନ ଘୋଷଣା କରାଯାଇଛି। ତେଣୁ ମୋଦୀ ଉଭୟ ଦେଶର ମୁଖ୍ୟମାନଙ୍କ ସହ ଆଲୋଚନା କରି କରୋନା ଯୁଦ୍ଧ ଏକାଠି ଲଢ଼ିବା ନିମନ୍ତେ ଭାରତର ପ୍ରତିବଦ୍ଧତାକୁ ଦୋହରାଇଛନ୍ତି। ଏହା ପୂର୍ବରୁ ମୋଦୀ ଇଂଲଣ୍ଡ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ସହ ଆଲୋଚନା କରିଥିଲେ ଓ ତାଙ୍କ ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ।

ଅନ୍ୟପକ୍ଷରେ ଦେଶରେ ଲକ୍ଡ଼ାଉନକୁ ନେଇ କିଛି ବିରୋଧୀ ଦଳ ସରକାରଙ୍କୁ ସମାଲୋଚନା କରିଥିବା ବେଳେ ବିଶ୍ବସ୍ବାସ୍ଥ୍ୟ ସଙ୍ଗଠନ କିନ୍ତୁ ଭାରତ ସରକାରଙ୍କ ପଦକ୍ଷେପକୁ ପ୍ରଶଂସା କରିଛି। ଭାରତରେ ଆଗୁଆ ଲକ୍ଡ଼ାଉନ୍ କରାଯିବା ଅତ୍ୟନ୍ତ ଯୌକ୍ତିକ ଓ ଦୂରଦର୍ଶୀ ପଦକ୍ଷେପ ବୋଲି କହିଛନ୍ତି ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ବରିଷ୍ଠ ଅଧିକାରୀ ଡ଼େଭିଡ଼୍ ନାବାରୋ। ଏହି ପରସ୍ଥିତିରେ ଆସନ୍ତା ୮ ତାରିଖରେ ବିରୋଧୀ ଦଳଗୁଡ଼ିକ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା ପ୍ରସଙ୍ଗ ଅତ୍ୟନ୍ତ ଗୁରୁତ୍ବ ବହନ କରୁଛି। ଆସନ୍ତା ୮ ତାରିଖରେ ପ୍ରଧାନମନ୍ତ୍ରୀ ଭାରତ ସରକାର କରୋନାକୁ ନେଇ ଗ୍ରହଣ କରିଥିବା ପଦକ୍ଷେପ ସମ୍ପର୍କରେ ବିରୋଧୀଦଳଗୁଡ଼ିକୁ ଅବଗତ କରିବେ ବୋଲି ସୂଚନା ମିଳିଛି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories