ପ୍ରେମରେ ସଫଳ ହେବାପାଇଁ : ଏହି ଉପାୟ ଆପଣାନ୍ତୁ
ମଣିଷ ସମ୍ପର୍କରେ ବନ୍ଧା। ବେଳେ ଯୌବନ ଉପନୀତ ହେଲେ ମଣିଷ ନୂଆ ସାଥୀ ଟିଏ ଖୋଜିଥାଏ। ସାରା ଜୀବନ ସାଥୀ ହୋଇ ରହିବା ପାଇଁ ମନରେ ଦୃଢ ନିଶ୍ଚୟ କରିଥାଏ। ସମୟ ବଦଳିବା ଅନୁସାରେ ଅନେକ କଥାର ପରିଭାଷା ବି ବଦଳିଛି। ମାତ୍ର ପ୍ରେମ ଓ ସମ୍ପର୍କର ପରିଭାଷାରେ ପରିବର୍ତ୍ତନ ହୋଇ ନାହିଁ। ପ୍ରେମରେ ସଫଳ ହେବାପାଇ କିିଏ ବା ଚାହେଁନି। ମାତ୍ର କିଏ ସଫଳ ହେଉ ଥିଲା ବେଳେ ଆଉ କିଏ ବିଫଳ ହୋଇଥାଏ। ଅନେକ ଚେଷ୍ଟା କଲାପରେ ଯଦି ଆପଣଙ୍କୁ ପ୍ରେମରେ ସଫଳତା ମିଳୁନାହିଁ ତେବେ ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବୁ ଯାହା କରିବା ଦ୍ୱାରା ଆପଣ ନିଶ୍ଚିତରୁପେ ପ୍ରେମରେ ସଫଳତା ପାଇପାରିବେ। ଆପଣ ଚାହୁଁଥିବେ ଆପଣଙ୍କୁ ମନପସନ୍ଦର ଜୀବନ ସାଥିଟିଏ ମିଳୁ। ଯଦି ଆପଣଙ୍କ ମନପସନ୍ଦର ଜୀବନ ସାଥିଟିଏ ପାଇ ପାରୁନାହାନ୍ତି ତେବେ ଏହି ଦିଗ ପ୍ରତି ଦୃଷ୍ଟି ଦିଅନ୍ତୁ। ଏହାକରିବା ପରେ ଆପଣ କେବେବି ପ୍ରେମରେ ବିଫଳ ହେବେନାହିଁ।
ଏହା ସତ ଯେ ପ୍ରେମ ଆକର୍ଷଣରୁ ହି ଆରମ୍ଭ ହୋଇଥାଏ। ସେଥିପାଇଁ ଜରୁରୀ ଅଟେ ଆପଣଙ୍କ ପ୍ରତି ଗୋଟିଏ ଜଣେ କେମିତି ଆକର୍ଷିତ ହେବେ ସେଥିପ୍ରତି ଆପଣ ଧ୍ୟାନ ଦେବା ଆବଶ୍ୟକ।
ଏଥିପାଇଁ ଆପଣ ପାଚିଲା କଦଳିରେ କିଛି ଗୋରଚନା ମିଶାଇ ଏହାର ଏକ ଲେପ ବନାନ୍ତୁ। ରାତିରେ ଶୋଇବା ସମୟରେ ସେହି ଲେପକୁ ମଥାରେ ଲଗାନ୍ତୁ। ଏହା କରିବା ଦ୍ୱାରା ଆପଣଙ୍କ ଭିତରେ ଚମତ୍କାର ଶକ୍ତି ଆସିଯିବ। ଆପଣ ଚାହୁଁଥିବା ମନଲାଖି ଜୀବନ ସାଥୀଟିଏ ପାଇବେ। ମାତ୍ର ପବିତ୍ରମନରେ ଏହା କରିବାକୁ ପଡିବ। ଅନ୍ୟର ଅନିଷ୍ଠ ହେବା ପରି କିଛି କାର୍ଯ୍ୟ କରିବେ ନାହିଁ। ସମ୍ପୂର୍ଣ୍ଣ ପବିତ୍ର ମନରେ ଏପରି କରିବା ଆବଶ୍ୟକ।