www.samajalive.in
Sunday, December 7, 2025
26.1 C
Bhubaneswar

ଆମେରିକାରେ ୨.୪ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିପାରେ: ହ୍ବାଇଟ୍‌ ହାଉସ

ୱାଶିଂଟନ: ଆମେରିକାରେ କରୋନା ଭୂତାଣୁ ଭୟାବହ ରୂପ ନେଇସାରିଛି। ଆମେରିକାରେ ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୮୮ ହଜାର ୫୯୨ ଜଣ ଏହି ଭୂତାଣୁରେ ସଂକ୍ରମିତ ହୋଇସାରିଛନ୍ତି। ସେହିପରି ୪୦୫୫ ଜଣଙ୍କର ମୃତ୍ୟୁ ଘଟିଛି। ଆମେରିକାର ଏହି ସଂଖ୍ୟା ବିଶ୍ଵବ୍ୟାପି ସର୍ବାଧିକ। ଦେଶରେ ଏଭଳି ସ୍ଥିତିକୁ ଦେଖି ହ୍ବାଇଟ୍‌ ହାଉସ ଚିନ୍ତାରେ ପଡ଼ିଛି। ଦେଶରେ ୧ ଲକ୍ଷରୁ ୨ ଲକ୍ଷ ୪୦ ହଜାର ପର୍ଯ୍ୟନ୍ତ ଲୋକ ଏହି ଭୂତାଣୁ ଦ୍ବାରା ଜୀବନ ହରାଇପାରନ୍ତି ବୋଲି ହ୍ବାଇଟହାଉସ୍‌ ପୂର୍ବାନୁମାନ କରିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଆମେରିକାବାସୀଙ୍କୁ ଅତି ଯନ୍ତ୍ରଣାଦାୟକ ସମୟର ସାମ୍ନା କରିବା ଲାଗି ପ୍ରସ୍ତୁତ ରହିବାକୁ କହିଛନ୍ତି। ମୁଁ ପ୍ରତିଟି ଆମେରିକୀୟଙ୍କୁ ଆଗକୁ ଆସୁଥିବା କଠିନ ସମୟ ପାଇଁ ପ୍ରସ୍ତୁତ ରହିବାକୁ କହୁଛି। ଆଗାମୀ ୨ ସପ୍ତାହ ଅତ୍ୟନ୍ତ ଭୟାନକ ହେବାକୁ ଯାଉଛି।

ହ୍ବାଇଟ୍‌ ହାଉସ କରୋନା ଭୂତାଣୁ ଟାସ୍କଫୋର୍ସରେ ସାମିଲ ହୋଇଥିବା ଡା. ଡେବୋରା ବିର୍କ୍ସ ଗଣମାଧ୍ୟମକୁ କହିଛନ୍ତି, ଏହି ଭୂତାଣୁକୁ ରୋକିବା ପାଇଁ ଯେତେ ପଦକ୍ଷେପ ନେଲେ ବି ଦେଶରେ ମୃତ୍ୟୁ ସଂଖ୍ୟା ୧ ଲକ୍ଷରୁ ୨ ଲକ୍ଷ ୪୦ ହଜାର ମଧ୍ୟରେ ରହିବ। ଯଦି କୌଣସି ପଦକ୍ଷେପ ନିଆ ନ ଯାଏ, ତେବେ ଅତି ଖରାପ ପରିସ୍ଥିତି ଉପୁଜିବ ଏବଂ ୧୫ରୁ ୨୨ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିପାରେ।

Hot this week

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

Related Articles

Popular Categories