www.samajalive.in
Saturday, December 6, 2025
14.1 C
Bhubaneswar

ପାର୍କରେ ଛାତ୍ରଛାତ୍ରୀଙ୍କ ଉପରେ ଗୁଳିମାଡ: ୫ ଛାତ୍ର ଆହତ

ନୂଆଦିଲ୍ଲୀ: ଆମେରିକାରୁ ଆସିଛି ହୃଦୟ ବିଦାରକ ଘଟଣା। ଗ୍ରୀନବେଲ୍ଟର ଏକ ପାର୍କରେ ଏକାଠି ହୋଇଥିବା ସ୍କୁଲ ଛାତ୍ରଛାତ୍ରୀଙ୍କ ଉପରେ ଗୁଳିମାଡ ହୋଇଥିଲା। ଏହି ଗୁଳିମାଡରେ ୧୬ରୁ ୧୮ବର୍ଷ ବୟସର ୫ଜଣ ଛାତ୍ର ଆହତ ହୋଇଥିବା ଜଣାପଡିଛି। ପାର୍କରେ ଶତାଧିକ ହାଇସ୍କୁଲର ଛାତ୍ରଛାତ୍ରୀ ଏକାଠି ହୋଇଥିବା ବେଳେ ହଠାତ୍‌‌ ଗୁଳି ଚାଳନା ହୋଇଥିଲା। ଏହି ଘଟଣାରେ ପୁଲିସ ପକ୍ଷରୁ କୁହାଯାଇଛି ଯେ ସ୍କୁଲ ଛୁଟି ହେବା ପରେ ଗ୍ରୀନବେଲ୍ଟର ଏକ ପାର୍କରେ ଶତାଧିକ ଛାତ୍ରଛାତ୍ରୀ ଏକାଠି ହୋଇଥିଲେ। ଏହି ସମୟରେ ପାର୍କରେ ଗୁଳି ବିନିମୟ ହୋଇଥିଲା। ଫଳରେ ୫ଜଣ ଛାତ୍ର ଆହତ ହୋଇଥିଲେ।
ସ୍ଥାନୀୟ ପୁଲିସ ଅଧିକାରୀ ଘଟଣା ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ ଗୁଳିମାଡ ଫଳରେ ଜଣେ ପୀଡିତାଙ୍କ ଅବସ୍ଥା ଗୁରୁତର ରହିଛି ଏବଂ ଅନ୍ୟଜଣଙ୍କ ଅବସ୍ଥା ସ୍ଥିର ରହିଛି। ଘଟଣାରେ ପୁଲିସ ଜଣେ ସନ୍ଦିଗ୍ଧଙ୍କୁ ଖୋଜୁଥିବା ବେଳେ ଅନ୍ୟମାନେ ଏଥିରେ ସାମିଲ ଥିବା ସନ୍ଦେହ କରି ତଦନ୍ତ ଜୋରଦାର କରାଯାଇଛି। ଏଭଳି ଜନଗହଳି ପୂର୍ଣ୍ଣ ସ୍ଥାନରେ କାହିଁକି ଗୁଳିମାଡ ହୋଇଛି ଏବଂ କେଉଁମାନେ ସଂପୃକ୍ତ ଅଛନ୍ତି ସେନେଇ ପ୍ରକୃତ କାରଣ ଜଣାପଡିନାହିଁ।
ଆମେରିକାରେ ୨୦୨୪ ବର୍ଷ ଆରମ୍ଭରୁ ୧୧୦ଦିନ ମଧ୍ୟରେ ୧୨୦ଟି ଗୁଳିମାଡ ସର୍ବ ସମ୍ମୁଖରେ ଘଟିଥିବା ଘଟଣା ସାମ୍ନାକୁ ଆସିଲାଣି। ଏଥିରେ ୪ରୁ ଅଧିକ ଲୋକଙ୍କ ଜୀବନ ମଧ୍ୟ ଯାଇଛି। ଏସବୁ ଘଟଣରେ କୌଣସି ସୁଟର ସାମିଲ ଥିବା ଅନୁମାନ କରାଯାଉଛି।

 

- Advertisement -

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories