www.samajalive.in
Sunday, December 7, 2025
15.1 C
Bhubaneswar

ଅଭିଶପ୍ତ ପୁଷ୍କରିଣୀ ; ଏହାର ମାଛ ଖାଇଲେ ମାନେ ହୋଇଥାଏ ମୃତ୍ୟୁ..

ନୂଆଦିଲ୍ଲୀ : ଦୁନିଆରେ ଏପରି ଅନେକ ରହସ୍ୟମୟ ସ୍ଥାନ ଓ ଜିନିଷ ରହିଛି, ଯାହା ବିଷୟରେ ଲୋକେ ସର୍ବଦା ଜାଣିବା ପାଇଁ ଇଚ୍ଛୁକ ରହିଥାଆନ୍ତି। ଏସବୁ ଜିନିଷ ସହ ଜଡିତ ଏପରି କିଛି କାହାଣୀ ରହିଛି, ଯାହା ଲୋକଙ୍କ ମଧ୍ୟରେ ଉତ୍ସାହ ଓ ରୋମାଞ୍ଚର କାରଣ ପାଲଟିଥାଏ। ତେବେ ସେଭଳି ଏକ ରହସ୍ୟମୟ ପୁଷ୍କରିଣୀ ବିଷୟରେ ଜାଣନ୍ତୁ,ଯାହାକୁ ଲୋକେ ଅଭିଶପ୍ତ ବୋଲି କୁହନ୍ତି। ଲୋକଙ୍କ କହିବାନୁଯାୟୀ, ଯେ କେହି ମଧ୍ୟ ଏହି ପୁଷ୍କରିଣୀର ମାଛ ଖାଆନ୍ତି, ସେମାନଙ୍କ ମୃତ୍ୟୁ ହୋଇଯାଏ। ଏହି ପୁଷ୍କରିଣୀ ବିହାର ଗୋପାଲଗଞ୍ଜ ଜିଲାରେ ଅବସ୍ଥିତ। ଏହି ପୁଷ୍କରିଣୀ ସହ ଜଡିତ ଅନେକ କାହାଣୀ ଆଖପାଖ ଅଞ୍ଚଳରେ ବେଶ ଚର୍ଚ୍ଚାରେ ରହିବା ସହ ପ୍ରସିଦ୍ଧ। ପୁଷ୍କରିଣୀର ଆଖପାଖରେ ରହୁଥିବା ଲୋକେ କୁହନ୍ତି, ଏହି ପୁଷ୍କରିଣୀ ଅଭିଶପ୍ତ। କେହି ମଧ୍ୟ ଏହାର ପାଣି ପିଅନ୍ତି ନାହିଁ। ଏହାସହ ଏହି ପୁଷ୍କରିଣୀରେ ଲକ୍ଷାଧିକ ମାଛ ରହିଛନ୍ତି। ମାତ୍ର କେହି ମଧ୍ୟ ଏହି ମାଛକୁ ଖାଆନ୍ତି ନାହିଁ। ଏହି ମାଛକୁ ଖାଇଲେ ମୃତ୍ୟୁ ହୋଇଯାଏ। ଯେଉଁମାନେ ଖାଇବାକୁ ଚେଷ୍ଟା କରିଛନ୍ତି, ସେମାନଙ୍କ ମୃତ୍ୟୁ ହୋଇ ଯାଇଛି। ଏହି କାରଣରୁ କେହି ମଧ୍ୟ ଏହି ମାଛକୁ ଖାଆନ୍ତି ନାହିଁ।

ବାସ୍ ଏହି ଗୋଟିଏ ଜିନିଷ ଦାନ କଲେ ; ଦୂର ହେବ ଶନି ଦଶା, ରାହୁ-କେତୁ ପ୍ରକୋପ..

- Advertisement -

ପୁଷ୍କରିଣୀ ନିକଟରେ ଜଣେ ସାଧୁ ରୁହନ୍ତି, ସେ କହିଛନ୍ତି ଏହି ପୁଷ୍କରିଣୀ ଅଭିଶପ୍ତ। ଯେ ମଧ୍ୟ ଏହାର ମାଛକୁ ଖାଇବ ତା’ର ମୃତ୍ୟୁ ହୋଇଯିବ। ମାଛକୁ ଚୋରି କରି ନେଇ ଖାଇଲେ, ଉକ୍ତ ବ୍ୟକ୍ତିଙ୍କ ପରିବାର ନଷ୍ଟ ହୋଇଯିବ। ଏହି ପୁଷ୍କରିଣୀର ମାଛର ମୃତ୍ୟୁ ହେବା ମାତ୍ରେ ତାକୁ ସମାଧି ଦିଆଯାଏ।ଏହାସହ ବ୍ରାହ୍ମଣଙ୍କୁ ଡାକି ଦାନ ଦକ୍ଷିଣା ମଧ୍ୟ ଦିଆଯାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories